ମୁଁ ରେଳ ଟ୍ରାକରେ ମୋର ଜୀବନ ଆରମ୍ଭ କରିଛି: ମୋଦି
ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅନେକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ଏଥିରେ ୧୦ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ମଧ୍ୟ ସାମିଲ ଅଛି। ବର୍ତ୍ତମାନ ଭାରତୀୟ ରେଳ ପକ୍ଷରୁ ୪୧ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ଚଳାଚଳ କରୁଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବଭ୍ରତ, ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ରାଜ୍ୟ ଭାଜପା ମୁଖ୍ୟ ସିଆର୍ ପାଟିଲ ମଧ୍ୟ […] The post ମୁଁ ରେଳ ଟ୍ରାକରେ ମୋର ଜୀବନ ଆରମ୍ଭ କରିଛି: ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅନେକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ଏଥିରେ ୧୦ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ମଧ୍ୟ ସାମିଲ ଅଛି। ବର୍ତ୍ତମାନ ଭାରତୀୟ ରେଳ ପକ୍ଷରୁ ୪୧ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ଚଳାଚଳ କରୁଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବଭ୍ରତ, ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ରାଜ୍ୟ ଭାଜପା ମୁଖ୍ୟ ସିଆର୍ ପାଟିଲ ମଧ୍ୟ ଉପସ୍ଥିତ ଥିଲେ।
ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକମାନଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ, ମୁଁ ରେଲଓ୍ବେ ଟ୍ରାକରେ ମୋର ଜୀବନ ଆରମ୍ଭ କରିଛି। ଏହି ୧୦ ବର୍ଷର କାମ କେବଳ ଏକ ଟ୍ରେଲର, ମୋତେ ଆହୁରି ଆଗକୁ ଯିବାକୁ ପଡିବ। ସ୍ବାଧୀନତା ପରବର୍ତ୍ତୀ ସରକାରଗୁଡିକ ରାଜବୈତିକ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇଥିଲେ; ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ରେଳ ବିଭାଗ ବିକାଶ ହୋଇ ନ ଥିଲା। ପୂର୍ବ ସରକାରମାନଙ୍କ ସହିତ ରେଳ ବିଭାଗ ପ୍ରାଥମିକତା ନ ଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ମଧ୍ୟ କହିଛନ୍ତି, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ରେଳବାଇକୁ ନବୀକରଣ କରାଯିବ। ପୂର୍ବରୁ ରେଳ ସଂରକ୍ଷଣରେ ଦଲାଲ ରହିଆସୁଥିଲା, ପୂର୍ବରୁ କମିଶନ ଖେଳ ଖେଳୁଥିଲା, କିନ୍ତୁ ବର୍ତ୍ତମାନ ସବୁକିଛି ବନ୍ଦ ହୋଇଯାଇଛି। ରେଳବାଇର ନବୀକରଣ ବିକଶିତ ଭାରତର ଗ୍ୟାରେଣ୍ଟି ଅଟେ।
The post ମୁଁ ରେଳ ଟ୍ରାକରେ ମୋର ଜୀବନ ଆରମ୍ଭ କରିଛି: ମୋଦି appeared first on Dharitri Odia News.