ମୁଁ ଶ୍ରେୟାସ ଆୟରଙ୍କ ପିଲାର ମା’: ଅଭିନେତ୍ରୀଙ୍କ ଦାବି ଶୁଣି କ୍ରିକେଟର୍‌ ଜଗତରେ ହଲ୍‌ଚଲ୍‌

ନୂଆଦିଲ୍ଲୀ,୨୩।୬: ଭାରତୀୟ କ୍ରିକେଟର୍‌ ଶ୍ରେୟସ ଆୟର ଜଣେ ଦମ୍‌ଦାର କ୍ରିକେଟର୍‌ ଭାବେ ଜଣାଶୁଣା। ତାଙ୍କର ଖେଳିବା ଶୈଳୀ ବହୁତ ଅନନ୍ୟ ଏବଂ ସେ ତାଙ୍କ ଅଧିନାୟକତ୍ୱରେ କ୍ରିକେଟ ପ୍ରଶଂସକଙ୍କୁ ପାଗଳ କରିଛନ୍ତି। ତାଙ୍କ ପ୍ରଶଂସକଙ୍କ ତାଲିକାରେ ବିଗ-ବସ ୧୮ର ଜଣେ ପ୍ରତିଯୋଗୀଙ୍କ ନାମ ମଧ୍ୟ ଯୋଡା ଯାଇଛି, ଯିଏ ଆୟରଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ଏହି ପ୍ରତିଯୋଗୀ ପ୍ରେମରେ ଏତେ ପାଗଳ ଯେ ସେ ତାଙ୍କ ମନରେ ଆୟରଙ୍କୁ ତାଙ୍କ ସ୍ବାମୀ ଭାବରେ ଗ୍ରହଣ […] The post ମୁଁ ଶ୍ରେୟାସ ଆୟରଙ୍କ ପିଲାର ମା’: ଅଭିନେତ୍ରୀଙ୍କ ଦାବି ଶୁଣି କ୍ରିକେଟର୍‌ ଜଗତରେ ହଲ୍‌ଚଲ୍‌ appeared first on Dharitri Odia News.

ମୁଁ ଶ୍ରେୟାସ ଆୟରଙ୍କ ପିଲାର ମା’: ଅଭିନେତ୍ରୀଙ୍କ ଦାବି ଶୁଣି କ୍ରିକେଟର୍‌ ଜଗତରେ ହଲ୍‌ଚଲ୍‌

ନୂଆଦିଲ୍ଲୀ,୨୩।୬: ଭାରତୀୟ କ୍ରିକେଟର୍‌ ଶ୍ରେୟସ ଆୟର ଜଣେ ଦମ୍‌ଦାର କ୍ରିକେଟର୍‌ ଭାବେ ଜଣାଶୁଣା। ତାଙ୍କର ଖେଳିବା ଶୈଳୀ ବହୁତ ଅନନ୍ୟ ଏବଂ ସେ ତାଙ୍କ ଅଧିନାୟକତ୍ୱରେ କ୍ରିକେଟ ପ୍ରଶଂସକଙ୍କୁ ପାଗଳ କରିଛନ୍ତି। ତାଙ୍କ ପ୍ରଶଂସକଙ୍କ ତାଲିକାରେ ବିଗ-ବସ ୧୮ର ଜଣେ ପ୍ରତିଯୋଗୀଙ୍କ ନାମ ମଧ୍ୟ ଯୋଡା ଯାଇଛି, ଯିଏ ଆୟରଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ଏହି ପ୍ରତିଯୋଗୀ ପ୍ରେମରେ ଏତେ ପାଗଳ ଯେ ସେ ତାଙ୍କ ମନରେ ଆୟରଙ୍କୁ ତାଙ୍କ ସ୍ବାମୀ ଭାବରେ ଗ୍ରହଣ କରିଛନ୍ତି ଏବଂ କହିଛନ୍ତି ଯେ ସେ ଆୟରଙ୍କ ପିଲାର ମା’।

ଏହି ଅଭିନେତ୍ରୀଙ୍କ ନାମ ଏଡାନ ରୋଜ। ନିକଟରେ ଏକ ସାକ୍ଷାତକାରରେ ଶ୍ରେୟସ ଆୟରଙ୍କ ପ୍ରତି ତାଙ୍କର ପ୍ରେମ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଁ ବିଶ୍ୱାସ କରେ ଯେ ମୁଁ ଶ୍ରେୟସ ଆୟରଙ୍କ ପିଲାର ମା’। ମୁଁ ମୋ ମନରେ ଆୟରଙ୍କୁ ବିବାହ କରିଛି। ସେ ମୋତେ ପ୍ରତିଦିନ ପ୍ରେରଣା ଦିଅନ୍ତି। ତାଙ୍କର ନମ୍ରତା, ତାଙ୍କର ଧ୍ୟାନ ଏବଂ ତାଙ୍କ ବ୍ୟବହାର ମୋତେ ସବୁଠାରୁ ଅଧିକ ପସନ୍ଦ।

ଏଡାନ ରୋଜ ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ, ଯାହାଙ୍କ ଜନ୍ମ ଦୁବାଇରେ ହୋଇଥିଲା। ସେ ୨୦୨୦ରେ ଭାରତ ଆସିଥିଲେ। ତାଙ୍କ ଆଦର୍ଶ ସାଥୀଙ୍କ ଗୁଣ ବିଷୟରେ ବର୍ଣ୍ଣନା କରି ସେ କହିଥିଲେ, ସେ ତାଙ୍କ ଆଦର୍ଶରେ ୪ଟି ଜିନିଷ ଚାହାଁନ୍ତି। ଭଲ ଉଚ୍ଚତା, ଗାଢ଼ ଚର୍ମର ରଙ୍ଗ, ମୁହଁରେ ଦାଢ଼ି ଏବଂ ଭଲ ମାଂସପେଶୀ ଥିବା ସାଥୀ ଚାହାନ୍ତି ଏଡାନ ରୋଜ। ସେ ପୂର୍ବରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ଏକ ପରଫେକ୍ଟ ଦମ୍ପତି ଭାବରେ ବର୍ଣ୍ଣନା କରିଛନ୍ତି।

IPL 2025 ଫାନାଲ୍‌ରେ ଶ୍ରେୟସ ଆୟରଙ୍କ ଦଳ ପଞ୍ଜାବ କିଙ୍ଗ୍ସକୁ RCB ବିପକ୍ଷରେ ୬ ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା।

The post ମୁଁ ଶ୍ରେୟାସ ଆୟରଙ୍କ ପିଲାର ମା’: ଅଭିନେତ୍ରୀଙ୍କ ଦାବି ଶୁଣି କ୍ରିକେଟର୍‌ ଜଗତରେ ହଲ୍‌ଚଲ୍‌ appeared first on Dharitri Odia News.