ମୁଁ ସୁସ୍ଥ, ମିଛ ପ୍ରଚାରର ଯାଞ୍ଚ ପାଇଁ କମିଟି ହେଉ: ନବୀନ
ଭୁବନେଶ୍ୱର,୩୦ା୫(ଅନିଲ ଦାସ)ବାରିପଦାର ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏକ ଯାଞ୍ଚ କମିଟି ଗଠନ କରିବାକୁ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ କହିଛନ୍ତି ଯେ, ଯେଉଁମାନେ ମୋର ସ୍ବାସ୍ଥ୍ୟାବସ୍ଥା ନେଇ ଅପପ୍ରଚାର କରୁଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ଲାଗି ପ୍ରଧାନମନ୍ତ୍ରୀ କମିଟି ଗଠନ କରନ୍ତୁ। ମୋର ସ୍ବାସ୍ଥ୍ୟ ଲାଗି ପ୍ରଧାନମନ୍ତ୍ରୀଙ୍କ ଯଦି ଏତେ ଚିନ୍ତା, ତେବେ ଜଣେ ଭଲ ବନ୍ଧୁ […] The post ମୁଁ ସୁସ୍ଥ, ମିଛ ପ୍ରଚାରର ଯାଞ୍ଚ ପାଇଁ କମିଟି ହେଉ: ନବୀନ appeared first on Dharitri Odia News.
ଭୁବନେଶ୍ୱର,୩୦ା୫(ଅନିଲ ଦାସ)ବାରିପଦାର ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏକ ଯାଞ୍ଚ କମିଟି ଗଠନ କରିବାକୁ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ କହିଛନ୍ତି ଯେ, ଯେଉଁମାନେ ମୋର ସ୍ବାସ୍ଥ୍ୟାବସ୍ଥା ନେଇ ଅପପ୍ରଚାର କରୁଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ଲାଗି ପ୍ରଧାନମନ୍ତ୍ରୀ କମିଟି ଗଠନ କରନ୍ତୁ। ମୋର ସ୍ବାସ୍ଥ୍ୟ ଲାଗି ପ୍ରଧାନମନ୍ତ୍ରୀଙ୍କ ଯଦି ଏତେ ଚିନ୍ତା, ତେବେ ଜଣେ ଭଲ ବନ୍ଧୁ ଭାବେ ସେ ମୋତେ ଫୋନ କରିପାରିଥାନ୍ତେ। ମାତ୍ର ତାହା ନ କରି ସେ ନିର୍ବାଚନୀ ସଭାରେ ଅରୁଚିକର ବିବୃତି ଦେଉଛନ୍ତି। ଏପରି ଅପପ୍ରଚାର ପଛରେ ନ ପଡ଼ି ରାଜ୍ୟର ଦାବି ପୂରଣ କରିବାକୁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି।
ନବୀନ କହିଛନ୍ତି ଯେ ମୋ ସ୍ବାସ୍ଥ୍ୟାବସ୍ଥା ନେଇ ପ୍ରଧାନମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ରାଜନୈତିକ ପ୍ରଣୋଦିତ। ଭାଜପାର ଦିଲ୍ଲୀ ଏବଂ ଓଡ଼ିଶା ନେତାମାନେ ମୋ ସ୍ବାସ୍ଥ୍ୟକୁ ନେଇ ଗତ ୧୦ବର୍ଷ ଧରି ଅପପ୍ରଚାର କରୁଛନ୍ତି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଯଦି ମୋର ସ୍ବାସ୍ଥ୍ୟାବସ୍ଥା ଭଲନାହିଁ ତାହାହେଲେ ଗତ ମାସେ ହେବ କେମିତି ଏତେ ଖରା ଏବଂ ଗରମ ସତ୍ତ୍ୱେ ସାରା ରାଜ୍ୟରେ ନିର୍ବାଚନ ପ୍ରଚାର କରୁଛି। ଏବେ ନିମାପଡ଼ା ପ୍ରଚାର ପାଇଁ ଯାଉଛି। ବିରୋଧୀ ଭାଜପା ଏପରି ଅପପ୍ରଚାର ନ କରି ରାଜ୍ୟର ଦାବି ପୂରଣ କରନ୍ତୁ। ବର୍ଷ ବର୍ଷ ଧରି ରାଜ୍ୟବାସୀ ଦାବିକରି ଆସୁଥିବା କୋଇଲା ରୟାଲ୍ଟି ସଂଶୋଧନ ଏବଂ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ଉପରେ ମୋଦି ଗୁରୁତ୍ତ୍ୱ ଦିଅନ୍ତୁ। ଏହାଦ୍ବାରା ରାଜ୍ୟବାସୀ ଉପକୃତ ହେବେ ବୋଲି ନବୀନ କହିଛନ୍ତି। ନିର୍ବାଚନ ସମୟ ହୋଇଥିବାରୁ ଏଭଳି ଅପପ୍ରଚାର କରାଯାଉଛି ବୋଲି ନବୀନ କହିଛନ୍ତି।
The post ମୁଁ ସୁସ୍ଥ, ମିଛ ପ୍ରଚାରର ଯାଞ୍ଚ ପାଇଁ କମିଟି ହେଉ: ନବୀନ appeared first on Dharitri Odia News.