'ମୁଁ ହଟ୍ଟି ଆଣ୍ଡ ନଟି @ ୬୦', ରବି ଶାସ୍ତ୍ରୀଙ୍କ X ପୋଷ୍ଟ ପରେ ଫ୍ୟାନ୍ସ ଦ୍ୱନ୍ଦ୍ୱରେ

ମୁମ୍ୱାଇ ୧୦/୦୪: ପୂର୍ବତନ କ୍ରିକେଟର ତଥା କୋଚ୍ ରବି ଶାସ୍ତ୍ରୀ ସାଧାରଣତଃ ସୋସିଆଲ ମିଡିଆରେ ଗମ୍ଭୀର ପୋଷ୍ଟ କରନ୍ତି । କିନ୍ତୁ ତାଙ୍କର ସମ୍ପ୍ରତି X ପୋଷ୍ଟ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । କିଛି ଘଣ୍ଟା ପୂର୍ବରୁ ତାଙ୍କ ପୋଷ୍ଟକୁ ଦେଖି ଲୋକେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । ଏଥିରେ ସେ ବାଥ୍‌ ରୋ ପିନ୍ଧିଥିବା ଏକ ଚିତ୍ର ପୋଷ୍ଟ କରିଛନ୍ତି । ପୋଷ୍ଟରେ ଗୋଟିଏ କ୍ୟାପସନ ଦେଇ ଲେଖିଛନ୍ତି 'ମୁଁ ହଟ୍ଟି, ମୁଁ ନଟି, @ ୬୦' । ଏହା ଏମିତି ଏକ ପୋଷ୍ଟ ଯାହା ରବି ଶାସ୍ତ୍ରୀଙ୍କ ପ୍ରଶଂସକମାନେ ତାଙ୍କଠାରୁ ଆଦୌ ଆଶା କରୁନଥିଲେ । ଏଭଳି ପରିସ୍ଥିତିରେ ଲୋକମାନେ ସନ୍ଦେହ ପ୍ରକଟ କରିଥିଲେ ଯେ କିଛି ଭୁଲ ଅଛି । ବୋଧହୁଏ ଏହା ଶାସ୍ତ୍ରୀଙ୍କ ଏକ ନୂତନ ବିଜ୍ଞାପନର ଦୃଶ୍ୟ କିମ୍ବା ଏହା ନିଶ୍ଚିତ ଯେ ତାଙ୍କ X ଆକାଉଣ୍ଟ ହ୍ୟାକ୍ ହୋଇଛି । Does this photo qualify as a thirst trap? ???? pic.twitter.com/QXdpwFJdyC— Ravi Shastri (@RaviShastriOfc) April 10, 2024ଏହି ପୋଷ୍ଟଟି X ରେ ଦେଖାଯିବା ପରେ ମାତ୍ର ଏକରୁ ଦୁଇ ଘଣ୍ଟା ବିତିଗଲାଣି କିନ୍ତୁ ଏହା ୧.୧ ଲକ୍ଷରୁ ଅଧିକ ଭ୍ୟୁ ପାଇଛି । ଆଗକୁ ବି ଏହି ସଂଖ୍ୟା ବୃଦ୍ଧି ପାଇବ । ଏହା ବ୍ୟତୀତ ୮୪୦୦ରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି । କମେଣ୍ଟରେ ଅଧିକାଂଶ ଲୋକ କହୁଛନ୍ତି ଯେ ଶାସ୍ତ୍ରୀ ଏପରି ଜିନିଷ ପୋଷ୍ଟ କରିପାରିବେ ନାହିଁ । ଏହା ନିଶ୍ଚିତ ଯେ ତାଙ୍କ ଆକ

'ମୁଁ ହଟ୍ଟି ଆଣ୍ଡ ନଟି @ ୬୦', ରବି ଶାସ୍ତ୍ରୀଙ୍କ X ପୋଷ୍ଟ ପରେ ଫ୍ୟାନ୍ସ ଦ୍ୱନ୍ଦ୍ୱରେ

ମୁମ୍ୱାଇ ୧୦/୦୪: ପୂର୍ବତନ କ୍ରିକେଟର ତଥା କୋଚ୍ ରବି ଶାସ୍ତ୍ରୀ ସାଧାରଣତଃ ସୋସିଆଲ ମିଡିଆରେ ଗମ୍ଭୀର ପୋଷ୍ଟ କରନ୍ତି । କିନ୍ତୁ ତାଙ୍କର ସମ୍ପ୍ରତି X ପୋଷ୍ଟ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । କିଛି ଘଣ୍ଟା ପୂର୍ବରୁ ତାଙ୍କ ପୋଷ୍ଟକୁ ଦେଖି ଲୋକେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । ଏଥିରେ ସେ ବାଥ୍‌ ରୋ ପିନ୍ଧିଥିବା ଏକ ଚିତ୍ର ପୋଷ୍ଟ କରିଛନ୍ତି । 

ପୋଷ୍ଟରେ ଗୋଟିଏ କ୍ୟାପସନ ଦେଇ ଲେଖିଛନ୍ତି 'ମୁଁ ହଟ୍ଟି, ମୁଁ ନଟି, @ ୬୦' । ଏହା ଏମିତି ଏକ ପୋଷ୍ଟ ଯାହା ରବି ଶାସ୍ତ୍ରୀଙ୍କ ପ୍ରଶଂସକମାନେ ତାଙ୍କଠାରୁ ଆଦୌ ଆଶା କରୁନଥିଲେ । ଏଭଳି ପରିସ୍ଥିତିରେ ଲୋକମାନେ ସନ୍ଦେହ ପ୍ରକଟ କରିଥିଲେ ଯେ କିଛି ଭୁଲ ଅଛି । ବୋଧହୁଏ ଏହା ଶାସ୍ତ୍ରୀଙ୍କ ଏକ ନୂତନ ବିଜ୍ଞାପନର ଦୃଶ୍ୟ କିମ୍ବା ଏହା ନିଶ୍ଚିତ ଯେ ତାଙ୍କ X ଆକାଉଣ୍ଟ ହ୍ୟାକ୍ ହୋଇଛି । 


ଏହି ପୋଷ୍ଟଟି X ରେ ଦେଖାଯିବା ପରେ ମାତ୍ର ଏକରୁ ଦୁଇ ଘଣ୍ଟା ବିତିଗଲାଣି କିନ୍ତୁ ଏହା ୧.୧ ଲକ୍ଷରୁ ଅଧିକ ଭ୍ୟୁ ପାଇଛି । ଆଗକୁ ବି ଏହି ସଂଖ୍ୟା ବୃଦ୍ଧି ପାଇବ । ଏହା ବ୍ୟତୀତ ୮୪୦୦ରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି । କମେଣ୍ଟରେ ଅଧିକାଂଶ ଲୋକ କହୁଛନ୍ତି ଯେ ଶାସ୍ତ୍ରୀ ଏପରି ଜିନିଷ ପୋଷ୍ଟ କରିପାରିବେ ନାହିଁ । 

ଏହା ନିଶ୍ଚିତ ଯେ ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି - ବୋଧହୁଏ ଏହା ହେଉଛି ସେମାନଙ୍କର ଏକ ନୂତନ ବିଜ୍ଞାପନର ଟିଜର । ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି- ମୁଁ ମଧ୍ୟ ୬୦,  ବର୍ଷ ବୟସରେ ଏତେ ସୁନ୍ଦର ଦେଖାଯିବାକୁ ଯୋଗ୍ୟ । ସେହିଭଳି ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି- ମୁଁ ତୁମର କ୍ୟାପସନ୍ ସହିତ ସହମତ । 



କହିବାକୁ ଗଲେ ପ୍ରଶଂସକଙ୍କ ହୃଦୟକୁ ରାଜ୍‌ କରୁଥିବା ରବି ଶାସ୍ତ୍ରୀ ମାତ୍ର ୩୦ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟ୍‌କୁ ପାଇଁ ବିଦାୟ ନେଇଥିଲେ । ସେ ୮୦ ଟେଷ୍ଟ ମ୍ୟାଚ୍ ଖେଳିବା ସହ ୧୧ଟି ଶତକ ଏବଂ ୧୨ଟି ଅର୍ଦ୍ଧଶତକ  ସହାୟତାରେ ହାସଲ କରିଥିଲେ ୩୮୩୦ ରନ୍ । ଏଥିସହିତ ତାଙ୍କ ନାଁରେ ୧୫୧ ୱିକେଟ୍ ପଞ୍ଜିକୃତ ବି ହୋଇଛି । ODI ରେ ସେ ୪ଟି ଶତକ ସହ ୩୧୦୮ ରନ୍ ସଂଗ୍ରହ କରିଥିଲେ ଏବଂ ୧୨୯ ଟି ୱିକେଟ୍ ମଧ୍ୟ ନେଇଥିଲେ ।