ମୁକୁଳା ଡ୍ରେନ୍‌ରେ ପଡ଼ିଗଲେ ବ୍ୟକ୍ତି, ଆଖିରେ ଗଳିଗଲା ଲୁହା ରଡ

ମରଣଜନ୍ତା ପାଲଟିଛି ମୁକୁଳା ଡ୍ରେନ୍‌। ଏହି ମୁକୁଳା ଡ୍ରେନ୍‌ରେ ପଡ଼ିଯିବାରୁ ଜଣେ ସାଇକେଲ ଆରୋହୀଙ୍କ ଆଖିରେ ଗଳି ଯାଇଛି ଲୁହା ଛଡ଼ ।

ମୁକୁଳା ଡ୍ରେନ୍‌ରେ ପଡ଼ିଗଲେ ବ୍ୟକ୍ତି, ଆଖିରେ ଗଳିଗଲା ଲୁହା ରଡ

ମରଣଜନ୍ତା ପାଲଟିଛି ମୁକୁଳା ଡ୍ରେନ୍‌। ଏହି ମୁକୁଳା ଡ୍ରେନ୍‌ରେ ପଡ଼ିଯିବାରୁ ଜଣେ ସାଇକେଲ ଆରୋହୀଙ୍କ ଆଖିରେ ଗଳି ଯାଇଛି ଲୁହା ଛଡ଼ । ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଧଳପୁର ପୂର୍ତ୍ତବିଭାଗ ରାସ୍ତାରେ ଘଟିଛି।

ଆଜି ସାଇକେଲ ଆରୋହୀଜଣକ ଧଳପୁର ପଟୁ ପୁରୁଣାକଟକ ଆଡ଼କୁ ଆସୁଥିଲା। ମାତ୍ର ଅପର ପାର୍ଶ୍ୱରୁ ଆସୁଥିବା ଗାଡ଼ିକୁ ସାଇଡ ଦେବାକୁ ଯାଇ ସାଇକେଲ ଆରୋହୀଜଣକ ମୁକୁଳା ଡ୍ରେନ୍‌ରେ ପଡ଼ି ଯାଇଥିଲେ।

ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ଆଖିରେ ଲୁହା ଛଡ଼ ଗଳି ଯାଇଥିଲା। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଆଠମଲ୍ଲିକ ମେଡିକାଲ ନିଆଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଧଳପୁର ପୂର୍ତ୍ତବିଭାଗ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ ଦୀର୍ଘ ଦିନ ହେବ ମୁକୁଳା ପଡ଼ିଥିବା ବେଳେ ତାହା ଉପରେ ସ୍ଲାବ ପକା ଯାଉନାହିଁ। ଏହି ସ୍ଲାବରେ ପଡ଼ି ପୂର୍ବରୁ ଜଣେ ବାଇକ୍‌ ଆରୋହୀଙ୍କ ଜୀବନ ଚାଲି ଯାଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଥିଲେ।

ଏହାପରେ ବି ଠିକାଦାରଜଣକ ମନମୁଖି କାର୍ଯ୍ୟକଳାପ ଚଳାଇଥିବା ବେଳେ ପ୍ରଶାସନିକ ଅଧିକାରୀ ସବୁ ଦେଖି ଚୁପ୍‌ ରହୁଛନ୍ତି। ଅଧିକାରୀମାନେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।