ମୁଖାଗ୍ନି ପୂର୍ବରୁ ଜୁଇରୁ ଉଠିଥିଲେ ସ୍ତ୍ରୀ ମିଳିଲା ଚିକିତ୍ସା ସୁବିଧା
ବ୍ରହ୍ମପୁର,୧୪।୨(ସ୍ମୃତି ରଞ୍ଜନ ମହାଲିକ/ତନୁଶ୍ରୀ ନାହାକ): ବ୍ରହ୍ମପୁର ମହାନଗର ୨୮ ନଂ ୱାର୍ଡ ଗୁଡସରୋଡ ତ୍ରିନାଥ ମନ୍ଦିର ସାହିର ଶିବରାମ ପାଳଙ୍କ ସ୍ତ୍ରୀ ବୁଚି ଆମ୍ମା ମୁଖାଗ୍ନି ପୂର୍ବରୁ ଜୁଇରେ ଆଖି ଖୋଲିଥିବା ଘଟଣା ଧରିତ୍ରୀରେ ପ୍ରକାଶ ପରେ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସାକୁ ନେଇ ତପତ୍ରତା ପ୍ରକାଶ ପାଇଛି। ବୁଚି ଆମ୍ମା ଏମକେସିଜିର ସର୍ଜରୀ ମହିଳା ୱାର୍ଡର ୩୮୯ ନଂ ଶଯ୍ୟାରେ ଚିକିତ୍ସାଧୀନ ଅଛନ୍ତି। ବୁଚି ଆମ୍ମାଙ୍କୁ ବର୍ତ୍ତମାନ ଅକ୍ସିଜେନ ଦିଆଯାଇଛି। ତାଙ୍କ ଶରୀରର ୬୦% ଜଳିଯାଇଛି। ତାଙ୍କୁ […] The post ମୁଖାଗ୍ନି ପୂର୍ବରୁ ଜୁଇରୁ ଉଠିଥିଲେ ସ୍ତ୍ରୀ ମିଳିଲା ଚିକିତ୍ସା ସୁବିଧା appeared first on Dharitri Odia News.
ବ୍ରହ୍ମପୁର,୧୪।୨(ସ୍ମୃତି ରଞ୍ଜନ ମହାଲିକ/ତନୁଶ୍ରୀ ନାହାକ): ବ୍ରହ୍ମପୁର ମହାନଗର ୨୮ ନଂ ୱାର୍ଡ ଗୁଡସରୋଡ ତ୍ରିନାଥ ମନ୍ଦିର ସାହିର ଶିବରାମ ପାଳଙ୍କ ସ୍ତ୍ରୀ ବୁଚି ଆମ୍ମା ମୁଖାଗ୍ନି ପୂର୍ବରୁ ଜୁଇରେ ଆଖି ଖୋଲିଥିବା ଘଟଣା ଧରିତ୍ରୀରେ ପ୍ରକାଶ ପରେ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସାକୁ ନେଇ ତପତ୍ରତା ପ୍ରକାଶ ପାଇଛି। ବୁଚି ଆମ୍ମା ଏମକେସିଜିର ସର୍ଜରୀ ମହିଳା ୱାର୍ଡର ୩୮୯ ନଂ ଶଯ୍ୟାରେ ଚିକିତ୍ସାଧୀନ ଅଛନ୍ତି। ବୁଚି ଆମ୍ମାଙ୍କୁ ବର୍ତ୍ତମାନ ଅକ୍ସିଜେନ ଦିଆଯାଇଛି। ତାଙ୍କ ଶରୀରର ୬୦% ଜଳିଯାଇଛି। ତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି, ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଏମକେସିଜି ସୁପିରିନଟେଣ୍ଡେଣ୍ଟ ପ୍ରଫେସର ସୁଚିତ୍ରା ଦାଶ କହିଛନ୍ତି। ତାଙ୍କୁ ବ୍ୟାଣ୍ଡେଜ କରିବାକୁ ୨ ଘଣ୍ଟା ସମୟ ଲାଗିଥିଲା। ଶିରା ପ୍ରଶିରା ଦେଖା ନ ଯିବା କାରଣରୁ ବେକ କଣା କରାଯାଇ ସାଲାଇନ ଦିଆଯାଇଛି। ବୁଧବାରଠାରୁ ରକ୍ତ ଦିଆଯିବ ବୋଲି କୁହାଯାଇଛି। ୨ ଦିନ ପରେ ନାକ ମାଧ୍ୟମରେ ଖାଦ୍ୟ ଦିଆଯିବ। ରକ୍ତ ପରୀକ୍ଷା ରିପୋର୍ଟ ଅନୁଯାୟୀ ଅନ୍ୟାନ୍ୟ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ବୁଚି ଆମ୍ମାଙ୍କ ନିକଟରେ ତାଙ୍କ ସ୍ବାମୀ ଅଛନ୍ତି। କିନ୍ତୁ ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବା କାରଣରୁ ସେ ଖାଇବା ପାଇଁ ମଧ୍ୟ ପଇସା ନ ଥିବା ଶିବରାମ କହିଛନ୍ତି। ଏଣୁ ଜିଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପାଇଁ ସେ ଅନୁରୋଧ କରିଛନ୍ତି। ଅନ୍ୟପଟେ ଭାଜପା ଗଞ୍ଜାମ ଜିଲା ସାଂଗଠନିକ ଉପସଭାପତି ରାମ କୁମାର ପାତ୍ରଙ୍କ ନେତୃତ୍ୱରେ ଶିବରାମଙ୍କୁ ଆର୍ଥିକ ସହାୟତା ନିମନ୍ତେ କିଛି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାଇଛନ୍ତି।
The post ମୁଖାଗ୍ନି ପୂର୍ବରୁ ଜୁଇରୁ ଉଠିଥିଲେ ସ୍ତ୍ରୀ ମିଳିଲା ଚିକିତ୍ସା ସୁବିଧା appeared first on Dharitri Odia News.