ମୁଖିଆ ବାଛିବାକୁ କବାଟକିଳା ବୈଠକ; ସଙ୍ଗଠନ ନେଇ ମୋହନ-ମନମୋହନଙ୍କ ଆଲୋଚନା

କନକ ବ୍ୟୁରୋ : ପୁରୁଣା ଚେହେରା ନା ନୂଆ ମୁହଁ । କାହାକୁ ସଙ୍ଗଠନର ଦାୟିତ୍ୱ ଦେବ ବିଜେପି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ସଙ୍ଗଠନର ମୋର୍ଚ୍ଚା କିଏ ସମ୍ଭାଳିବ ତାହାକୁ ଅଙ୍କ କଷୁଛି ଦଳ । ସେହିଭଳି ବୋର୍ଡ ନିଗମ ପଦ ପାଇଁ ଅନେକ ଆଶାୟୀ ଥିବାରୁ କାହାକୁ କେଉଁ ଢଙ୍ଗରେ ମନେଇ ହେବ ସେନେଇ ବିଜେପି କାର୍ଯ୍ୟାଳୟରେ ବସିଛି ରୁଦ୍ଧଦ୍ୱାର ବୈଠକ । ବିଜେପି ସଭାପତି ରେସରେ କିଏ ? କାହାକୁ ଦଳ ପିନ୍ଧାଇବ ସଭାପତି ମୁକୁଟ ? ସଙ୍ଗଠନ ଓ ସରକାର ଭିତରେ କିଭଳି ରହିବ ସମନ୍ୱୟ ? ଏଭଳି ଚର୍ଚ୍ଚା ଆଲୋଚନା ଭିତରେ ବିଜେପି କାର୍ୟ୍ୟାଳୟରେ କବାଟକିଳା ବୈଠକ ହୋଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପ-ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଦଳର ଅନ୍ୟ ବରିଷ୍ଠ ନେତା ବସି ସଙ୍ଗଠନକୁ  ବାବଦରେ ହିସାବନିକାଶ କରିଛନ୍ତି । ଏହାସହ ସଂକଳ୍ପପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି କେତେ ପାଳନ ହୋଇଛି ଓ କେତେ ବାକି ଅଛି ତାର ପୋଷ୍ଟମର୍ଟମ ଚାଲିଛି । ବିଜେପି ରାଜ୍ୟ ସଭାପତିଙ୍କ ନାଁରେ ମୋହର ବାଜିବା ପୂର୍ବରୁ ଜିଲ୍ଲା ସଭାପତି ଚୟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଜିଲ୍ଲା ସଭାପତିଙ୍କ ନାଁ ସ୍ପଷ୍ଟ ହେବ । ସୂଚନା ଅନୁସାରେ, ୨୦ରୁ ଅଧିକ ଜିଲ୍ଲା ସଭାପତିଙ୍କ ନାଁରେ ମୋହର ବାଜିଥିବା ବେଳେ ବାକି ୧୬ ସଭାପତିଙ୍କ ନାଁକୁ ନେଇ ମାନସ ମନ୍ଥନ ଚାଲିଛି । ନୂଆ ସରକାରରେ ୬ଟି ମନ୍ତ୍ରୀ ପଦ

ମୁଖିଆ ବାଛିବାକୁ କବାଟକିଳା ବୈଠକ; ସଙ୍ଗଠନ ନେଇ ମୋହନ-ମନମୋହନଙ୍କ ଆଲୋଚନା

କନକ ବ୍ୟୁରୋ : ପୁରୁଣା ଚେହେରା ନା ନୂଆ ମୁହଁ । କାହାକୁ ସଙ୍ଗଠନର ଦାୟିତ୍ୱ ଦେବ ବିଜେପି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ସଙ୍ଗଠନର ମୋର୍ଚ୍ଚା କିଏ ସମ୍ଭାଳିବ ତାହାକୁ ଅଙ୍କ କଷୁଛି ଦଳ । ସେହିଭଳି ବୋର୍ଡ ନିଗମ ପଦ ପାଇଁ ଅନେକ ଆଶାୟୀ ଥିବାରୁ କାହାକୁ କେଉଁ ଢଙ୍ଗରେ ମନେଇ ହେବ ସେନେଇ ବିଜେପି କାର୍ଯ୍ୟାଳୟରେ ବସିଛି ରୁଦ୍ଧଦ୍ୱାର ବୈଠକ ।

ବିଜେପି ସଭାପତି ରେସରେ କିଏ ? କାହାକୁ ଦଳ ପିନ୍ଧାଇବ ସଭାପତି ମୁକୁଟ ? ସଙ୍ଗଠନ ଓ ସରକାର ଭିତରେ କିଭଳି ରହିବ ସମନ୍ୱୟ ? ଏଭଳି ଚର୍ଚ୍ଚା ଆଲୋଚନା ଭିତରେ ବିଜେପି କାର୍ୟ୍ୟାଳୟରେ କବାଟକିଳା ବୈଠକ ହୋଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପ-ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଦଳର ଅନ୍ୟ ବରିଷ୍ଠ ନେତା ବସି ସଙ୍ଗଠନକୁ  ବାବଦରେ ହିସାବନିକାଶ କରିଛନ୍ତି । ଏହାସହ ସଂକଳ୍ପପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି କେତେ ପାଳନ ହୋଇଛି ଓ କେତେ ବାକି ଅଛି ତାର ପୋଷ୍ଟମର୍ଟମ ଚାଲିଛି ।

ବିଜେପି ରାଜ୍ୟ ସଭାପତିଙ୍କ ନାଁରେ ମୋହର ବାଜିବା ପୂର୍ବରୁ ଜିଲ୍ଲା ସଭାପତି ଚୟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଜିଲ୍ଲା ସଭାପତିଙ୍କ ନାଁ ସ୍ପଷ୍ଟ ହେବ । ସୂଚନା ଅନୁସାରେ, ୨୦ରୁ ଅଧିକ ଜିଲ୍ଲା ସଭାପତିଙ୍କ ନାଁରେ ମୋହର ବାଜିଥିବା ବେଳେ ବାକି ୧୬ ସଭାପତିଙ୍କ ନାଁକୁ ନେଇ ମାନସ ମନ୍ଥନ ଚାଲିଛି ।

ନୂଆ ସରକାରରେ ୬ଟି ମନ୍ତ୍ରୀ ପଦ ଫାଙ୍କା ପଡିଥିଲେ ମଧ୍ୟ ଏଯାଏଁ ପୂରଣ ହୋଇନି । ସେହିଭଳି ବୋର୍ଡ ନିଗମ ପଦରେ କିଏ ବସିବ ତାହା ଏବେ ବି ଅସ୍ପଷ୍ଟ । ତେଣୁ ଏହି ବୈଠକ ପରେ ମନ୍ତ୍ରୀପଦ ଓ ବୋର୍ଡ ନିଗମ ପଦ ନେଇ ବଡ ନିଷ୍ପତ୍ତି ହୋଇପାରେ ।