ମୁଖ୍ୟ କୋଚ୍ ଅନ୍ବେଷଣରେ ବିସିସିଆଇ; ଗୌତମ ଗମ୍ଭୀରଙ୍କୁ ଆବେଦନ ପାଇଁ ପ୍ରସ୍ତାବ
ନୂଆଦିଲ୍ଲୀ, ୧୮/୫: ଭାରତୀୟ କ୍ରିକେଟ୍ ଟିମ୍ର ନୂଆ ମୁଖ୍ୟ କୋଚ୍ ଅନ୍ବେଷଣରେ ବିସିସିଆଇ । ଉପଯୁକ୍ତ ପ୍ରାର୍ଥୀ ଖୋଜିବା ସହିତ ବିସିସିଆଇ ନୂତନ କୋଚ୍ ପାଇଁ ଆବେଦନର ଆହ୍ବାନ କରିଛି । ଆସନ୍ତା ୨୭କୁ ଆବେଦନର ଶେଷ ତାରିଖ ଭାବେ ନିର୍ଦ୍ଧାରଣ କରାଯାଇଛି । ରାହୁଲ ଦ୍ରାବିଡଙ୍କ ଉତ୍ତରାଧିକାରୀ ଭାବେ ପୂର୍ବତନ ଟିମ୍ ଇଣ୍ଡିଆ ଓପନର ଗୌତମ ଗମ୍ଭୀରଙ୍କୁ ନିଯୁକ୍ତି ଦେବା ପାଇଁ ବିସିସିଆଇ ଆଶାବାଦୀ ରହିଥିବା ଜଣା ପଡ଼ିଛି । ଇତି ମଧ୍ୟରେ ବିସିସିଆଇ ପକ୍ଷରୁ ଗମ୍ଭୀରଙ୍କ ସହ ଯୋଗାଯୋଗ କରାଯାଇ ଆବେଦନ ପତ୍ର ଦାଖଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ଆଇପିଏଲ୍ ଶେଷ ହେବା ପରେ ଉଭୟ ପକ୍ଷ ମଧ୍ୟରେ ବାକି ଆଲୋଚନା କରାଯିବ । ସୂଚନାଯୋଗ୍ୟ, ୨୬ ତାରିଖରେ ଆଇପିଏଲ୍ ଫାଇନାଲ୍ ଖେଳାଯିବ । ଗମ୍ଭୀର ସମ୍ପ୍ରତି କୋଲକାତା ନାଇଟ୍ ରାଇଡର୍ସ ଦଳର ମେଣ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ଉପସ୍ଥିତିରେ ନାଇଟ ରାଇଡର୍ସ ଚମତ୍କାର ପ୍ରଦର୍ଶନ ଜାରି ରଖି ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ରେ ପ୍ରବେଶ କରିଛି । କୋଚ୍ ଭାବେ ଗମ୍ଭୀରଙ୍କ ନିକଟରେ କୌଣସି ଅଭିଜ୍ଞତା ନାହିଁ । ତଥାପି ତାଙ୍କୁ କୋଚ୍ ନିଯୁକ୍ତ କରିବାକୁ ବିସିସିଆଇ ଚାହୁଁଛି । ଗତ ୨ବର୍ଷ ହେଲା (୨୦୨୨ ଓ ୨୦୨୩) ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଦଳର ମେଣ୍ଟର ରହିଥିଲେ । ଉଭୟ ଥର ସୁପରଜାଏଣ୍ଟ୍ସ ପ୍ଲେ-ଅଫରେ ପ୍ରବେଶ କରିଥିଲା । ଗମ୍ଭୀର ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ୨୦୧୧ ଦ
ନୂଆଦିଲ୍ଲୀ, ୧୮/୫: ଭାରତୀୟ କ୍ରିକେଟ୍ ଟିମ୍ର ନୂଆ ମୁଖ୍ୟ କୋଚ୍ ଅନ୍ବେଷଣରେ ବିସିସିଆଇ । ଉପଯୁକ୍ତ ପ୍ରାର୍ଥୀ ଖୋଜିବା ସହିତ ବିସିସିଆଇ ନୂତନ କୋଚ୍ ପାଇଁ ଆବେଦନର ଆହ୍ବାନ କରିଛି । ଆସନ୍ତା ୨୭କୁ ଆବେଦନର ଶେଷ ତାରିଖ ଭାବେ ନିର୍ଦ୍ଧାରଣ କରାଯାଇଛି । ରାହୁଲ ଦ୍ରାବିଡଙ୍କ ଉତ୍ତରାଧିକାରୀ ଭାବେ ପୂର୍ବତନ ଟିମ୍ ଇଣ୍ଡିଆ ଓପନର ଗୌତମ ଗମ୍ଭୀରଙ୍କୁ ନିଯୁକ୍ତି ଦେବା ପାଇଁ ବିସିସିଆଇ ଆଶାବାଦୀ ରହିଥିବା ଜଣା ପଡ଼ିଛି । ଇତି ମଧ୍ୟରେ ବିସିସିଆଇ ପକ୍ଷରୁ ଗମ୍ଭୀରଙ୍କ ସହ ଯୋଗାଯୋଗ କରାଯାଇ ଆବେଦନ ପତ୍ର ଦାଖଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ଆଇପିଏଲ୍ ଶେଷ ହେବା ପରେ ଉଭୟ ପକ୍ଷ ମଧ୍ୟରେ ବାକି ଆଲୋଚନା କରାଯିବ ।
ସୂଚନାଯୋଗ୍ୟ, ୨୬ ତାରିଖରେ ଆଇପିଏଲ୍ ଫାଇନାଲ୍ ଖେଳାଯିବ । ଗମ୍ଭୀର ସମ୍ପ୍ରତି କୋଲକାତା ନାଇଟ୍ ରାଇଡର୍ସ ଦଳର ମେଣ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ଉପସ୍ଥିତିରେ ନାଇଟ ରାଇଡର୍ସ ଚମତ୍କାର ପ୍ରଦର୍ଶନ ଜାରି ରଖି ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ରେ ପ୍ରବେଶ କରିଛି । କୋଚ୍ ଭାବେ ଗମ୍ଭୀରଙ୍କ ନିକଟରେ କୌଣସି ଅଭିଜ୍ଞତା ନାହିଁ । ତଥାପି ତାଙ୍କୁ କୋଚ୍ ନିଯୁକ୍ତ କରିବାକୁ ବିସିସିଆଇ ଚାହୁଁଛି । ଗତ ୨ବର୍ଷ ହେଲା (୨୦୨୨ ଓ ୨୦୨୩) ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଦଳର ମେଣ୍ଟର ରହିଥିଲେ । ଉଭୟ ଥର ସୁପରଜାଏଣ୍ଟ୍ସ ପ୍ଲେ-ଅଫରେ ପ୍ରବେଶ କରିଥିଲା । ଗମ୍ଭୀର ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ୍ ଦଳର ସଦସ୍ୟ ରହିଥିଲେ । ଉଭୟ ଟୁର୍ଣ୍ଣାମେଣ୍ଟରେ ତାଙ୍କ ପ୍ରଦର୍ଶନ ଆକର୍ଷଣୀୟ ରହିଥିଲା । ୨୦୧୧ରୁ ୨୦୧୭ ମଧ୍ୟରେ ସେ ନାଇଟ୍ ରାଇଡର୍ସ ଦଳର ଅଧିନାୟକ ରହିଥିଲେ । ଏହି ୭ ବର୍ଷ ମଧ୍ୟରେ ନାଇଟ ରାଇଡର୍ସ ୫ଥର ପ୍ଲେ-ଅଫ୍ରେ ପ୍ରବେଶ କରିଥିଲା ଓ ୨ଥର ଚାମ୍ପିଅନ୍ ହୋଇଥିଲା । ତେଣୁ ଗମ୍ଭୀରଙ୍କ ଦକ୍ଷତା ସହ ବିସିସିଆଇ ଭଲ ଭାବେ ପରିଚିତ ।
ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସହ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବ । ଜୁଲାଇ ୧ତାରିଖରୁ ନୂଆ କୋଚ କାର୍ଯ୍ୟଭାର ଗ୍ରହଣ କରିବେ । ନୂଆ କୋଚ୍ଙ୍କ କାର୍ଯ୍ୟକାଳ ଜୁଲାଇ ୧ରୁ ଆରମ୍ଭ ହୋଇ ୨୦୨୭ ଡିସେମ୍ବରରେ ଶେଷ ହେବ । ବର୍ତ୍ତମାନ କୋଚ୍ ଥିବା ଦ୍ରାବିଡଙ୍କୁ ୨ବର୍ଷ ପାଇଁ କୋଚ ନିଯୁକ୍ତ କରାଯାଇଥିଲା । ଦିନିକିଆ ବିଶ୍ୱକପ୍ରେ ଭାରତ ଫାଇନାଲ୍ରେ ପ୍ରବେଶ କରିବା ପରେ ବିସିସିଆଇର ଅନୁରୋଧ କ୍ରମେ ଦ୍ରାବିଡ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପର୍ଯ୍ୟନ୍ତ କୋଚ୍ ଦାୟିତ୍ୱ ସମ୍ଭାଳିବାକୁ ରାଜି ହୋଇଥିଲେ । ମାତ୍ର ଆଗକୁ ସେ ଆଉ କୋଚ୍ ଦାୟିତ୍ୱ ମୁଣ୍ଡାଇବାକୁ ଚାହୁଁ ନାହାନ୍ତି ।