ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲେ ନନ୍ଦିଘୋଷ ଓ ସକାଳ ଟିମ
ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ଫେରାଦ ହେଲେ ନନ୍ଦିଘୋଷ ଟିମ ଓ ସକାଳ ଟିମ। ଗତ କାଲି... The post ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲେ ନନ୍ଦିଘୋଷ ଓ ସକାଳ ଟିମ appeared first on .
ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ଫେରାଦ ହେଲେ ନନ୍ଦିଘୋଷ ଟିମ ଓ ସକାଳ ଟିମ। ଗତ କାଲି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ଦଳୀୟ ଟିକେଟ ନେଇ ଧସ୍ତାଧସ୍ତି ସହ ହାତାହାତି ହେଉଥିଲେ । ଏହି ଘଟଣାକୁ ନନ୍ଦିଘୋଷ ଟିଭି, କଭରେଜ କରିବା ସମୟରେ ବିଜେପି ନେତା ତଥା ସାଧାରଣ ସମ୍ପାଦକ ଯତୀନ ମହାନ୍ତି ଓ କର୍ମୀମାନେ ଆମ ସାମ୍ବାଦିକ ଓ କ୍ୟାମେରା ମ୍ୟାନ ଙ୍କୁ ଆକ୍ରମଣ କରିଥିଲେ । ଗୋଟିଏ ଜାତୀୟ ଦଳ ହୋଇ ନିର୍ବାଚନ ସମୟରେ , ଗଣମାଧ୍ୟମର କଣ୍ଠରୋଧ କରୁଛି ବିଜେପି । ଏହି ଘଟଣାକୁ ସବୁ ମହଲାରେ ମଧ୍ୟ ତୀବ୍ର ନିନ୍ଦା କରାଯାଇଛି ।
ଆଜି ନନ୍ଦିଘୋଷ ସିଇଓ ଜବର୍ ସିଂ ପନ୍ୱର୍, ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ଇନିପୁଟ ହେଡ ଅଜିତ ଦାସ, ଆଉଟପୁଟ ହେଡ୍ ରଙ୍ଗାଧର ପଣ୍ଡା, ଇନପୁଟ କୋର୍ଡିନେଟର ପାର୍ଥ ସାରଥୀ ରାଉତ, ପ୍ରୋଗ୍ରାମିଙ୍ଗ ହେଡ ସରତ ମହାପାତ୍ର, ଭିଜୁଆଲ ଏଡିଟିଙ୍ଗ ହେଡ ଗୁରୁ ଭାଇ, ବରିଷ୍ଠ ସାମ୍ବାଦିକ ମାନସ ମହାପାତ୍ର, କ୍ୟାମେରା ହେଡ଼ ଭବାନୀ ମଲିକ, କ୍ୟାମେରା ମ୍ୟାନ, ପଦ୍ମନାଭ, ଦିନଭଞ୍ଜନଙ୍କ ସହ ସକାଳର ସିଇଓ ସୁବ୍ରତ ଦାସ ସିଇଓ ଙ୍କୁ ଭେଟି ନିଜ ଅଭିଯୋଗ ପ୍ରଦାନ କରିଛନ୍ତି। ବିଜେପିର ସାଧାରଣ ସମ୍ପାଦକ ଯତୀନ ମହାନ୍ତି ଓ ଆକ୍ରମଣରେ ସହଯୋଗ କରିଥିବା ସମସ୍ତ କର୍ମୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହାସହ ଆଗକୁ ଅବାଧ ନିର୍ବାଚନରେ କିଭଳି ସମସ୍ତ ସୁରକ୍ଷା ମିଳିବ ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରାଯାଇଛି।
The post ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲେ ନନ୍ଦିଘୋଷ ଓ ସକାଳ ଟିମ appeared first on .