ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା

ପୁରୀ,୧୯ା୧୨: ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ। ସ୍ବତନ୍ତ୍ର ବ୍ୟାରିକେଡ ଯୋଗେ ନୂଆବର୍ଷରୁ ଶ୍ରୀଜିଉଙ୍କ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ। ଏନେଇ ଓବିସିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ପାଢ଼ୀ କହିଛନ୍ତି। ଆନନ୍ଦବଜାରରେ ଆହୁରି ଶୃଙ୍ଖଳା ଆସିବ। ଏଥିସହିତ ସେ କହିଛନ୍ତି, ଏନେଇ ପରିଚାଳନା କମିଟି ମୁଖ୍ୟ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ମଧ୍ୟ ଆଲୋଚନା ହୋଇଛି। The post ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା appeared first on Dharitri Odia News.

ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା

ପୁରୀ,୧୯ା୧୨: ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ। ସ୍ବତନ୍ତ୍ର ବ୍ୟାରିକେଡ ଯୋଗେ ନୂଆବର୍ଷରୁ ଶ୍ରୀଜିଉଙ୍କ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ। ଏନେଇ ଓବିସିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ପାଢ଼ୀ କହିଛନ୍ତି। ଆନନ୍ଦବଜାରରେ ଆହୁରି ଶୃଙ୍ଖଳା ଆସିବ। ଏଥିସହିତ ସେ କହିଛନ୍ତି, ଏନେଇ ପରିଚାଳନା କମିଟି ମୁଖ୍ୟ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ମଧ୍ୟ ଆଲୋଚନା ହୋଇଛି।

The post ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା appeared first on Dharitri Odia News.