ମୁଖ୍ୟ ସଚିବଙ୍କ ଆକ୍ସନ ପରେ ଚେତିଲା ପୁରୀ ପ୍ରଶାସନ, ଉଜ୍ଜ୍ଵଳ ଆଲୋକରେ ଝଲସି ଉଠିଲା ଶ୍ରୀମନ୍ଦିର

ପୁରୀ:  ଶ୍ରୀମନ୍ଦିରକୁ ସିଧାସଳଖ ଆଲୋକୀ କରଣ କରୁଥିବା ଫୋକସ ଲାଇଟ୍ ଇଭେଣ୍ଟ ସଂସ୍ଥା ଖୋଲି ନେବା ପରେ ଅନ୍ଧକାର ହୋଇଯାଇଥିଲା ଶ୍ରୀମନ୍ଦିର। ଏହାକୁ ନେଇ ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା କେଉଁ ପରିସ୍ଥିତିରେ ଲାଇଟ୍ ଗୁଡିକ ଖୋଲାଗଲା ସେନେଇ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ। ପୁଣି ଥରେ ଶ୍ରୀମନ୍ଦିରରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଶନିବାର ରାତିରେ ଉଜ୍ଜ୍ଵଳ ଆଲୋକରେ ଝଲସି ଉଠିଛି ଶ୍ରୀମନ୍ଦିର। ଆଉ ଏହା ଦେଖି ଖୁସିରେ ଆନନ୍ଦିତ ଏବଂ ଆହ୍ଲାଦିତ ଶ୍ରଦ୍ଧାଳୁ। Also read: ବିଜେପିରେ ମିଶିବେ ପ୍ରସନ୍ନ ପାଟ୍ଟଶାଣୀ, ଦିଲ୍ଲୀରେ ଦଳୀୟ ନେତାଙ୍କ ସହ ଆଲୋଚନା ଆଜି ନିଜେ ମୁଖ୍ୟ ଶାସନ ସଚିବ ପୁରୀ ଆସି ଅନୁଧ୍ୟାନ କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ପରିଚାଳନା କମିଟି ସେବାୟତ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଘଟଣାରେ ଇଭେଣ୍ଟ ସଂସ୍ଥାର ଚାରିଜଣ ଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଅନ୍ୟ ଏକ ଇଭେଣ୍ଟ ସଂସ୍ଥାକୁ ଲାଇଟ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ ଜିଲ୍ଲାପାଳ। ତେବେ ଲାଇଟ୍ କାଢ଼ିବା ପୂର୍ବରୁ ଇଭେଣ୍ଟ ସଂସ୍ଥା କାହିଁକି ପ୍ରଶାସନକୁ ସୂଚନା ଦେଲା ନାହିଁ, କିଏ ଏହି କାର୍ଯ୍ୟ କରିଛି ତା'ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଏପ

ମୁଖ୍ୟ ସଚିବଙ୍କ ଆକ୍ସନ ପରେ ଚେତିଲା ପୁରୀ ପ୍ରଶାସନ, ଉଜ୍ଜ୍ଵଳ ଆଲୋକରେ ଝଲସି ଉଠିଲା ଶ୍ରୀମନ୍ଦିର

ପୁରୀ:  ଶ୍ରୀମନ୍ଦିରକୁ ସିଧାସଳଖ ଆଲୋକୀ କରଣ କରୁଥିବା ଫୋକସ ଲାଇଟ୍ ଇଭେଣ୍ଟ ସଂସ୍ଥା ଖୋଲି ନେବା ପରେ ଅନ୍ଧକାର ହୋଇଯାଇଥିଲା ଶ୍ରୀମନ୍ଦିର। ଏହାକୁ ନେଇ ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା କେଉଁ ପରିସ୍ଥିତିରେ ଲାଇଟ୍ ଗୁଡିକ ଖୋଲାଗଲା ସେନେଇ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ। ପୁଣି ଥରେ ଶ୍ରୀମନ୍ଦିରରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଶନିବାର ରାତିରେ ଉଜ୍ଜ୍ଵଳ ଆଲୋକରେ ଝଲସି ଉଠିଛି ଶ୍ରୀମନ୍ଦିର। ଆଉ ଏହା ଦେଖି ଖୁସିରେ ଆନନ୍ଦିତ ଏବଂ ଆହ୍ଲାଦିତ ଶ୍ରଦ୍ଧାଳୁ। 

Also read: ବିଜେପିରେ ମିଶିବେ ପ୍ରସନ୍ନ ପାଟ୍ଟଶାଣୀ, ଦିଲ୍ଲୀରେ ଦଳୀୟ ନେତାଙ୍କ ସହ ଆଲୋଚନା

 ଆଜି ନିଜେ ମୁଖ୍ୟ ଶାସନ ସଚିବ ପୁରୀ ଆସି ଅନୁଧ୍ୟାନ କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ପରିଚାଳନା କମିଟି ସେବାୟତ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଘଟଣାରେ ଇଭେଣ୍ଟ ସଂସ୍ଥାର ଚାରିଜଣ ଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଅନ୍ୟ ଏକ ଇଭେଣ୍ଟ ସଂସ୍ଥାକୁ ଲାଇଟ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ ଜିଲ୍ଲାପାଳ। 

ତେବେ ଲାଇଟ୍ କାଢ଼ିବା ପୂର୍ବରୁ ଇଭେଣ୍ଟ ସଂସ୍ଥା କାହିଁକି ପ୍ରଶାସନକୁ ସୂଚନା ଦେଲା ନାହିଁ, କିଏ ଏହି କାର୍ଯ୍ୟ କରିଛି ତା'ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଏପଟେ ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ସେବାୟତ। ଯିଏ ବି ଏଭଳି କାର୍ଯ୍ୟ କରିଛି ପ୍ରଶାସନ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛନ୍ତି ସେବାୟତ ଓ ଭକ୍ତ। 

ଘଟଣାରେ ଇଭେଣ୍ଟ ସଂସ୍ଥାର ଚାରିଜଣଙ୍କୁ ସିଂହଦ୍ଵାର ଥାନା ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ତେବେ ଜିଲ୍ଲାପାଳ ଙ୍କ କହିବାକଥା ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପାଇଁ ଏହି ଲାଇଟ୍ ବ୍ୟବସ୍ଥା ହୋଇଥିଲା। ଏହି ଲାଇଟ୍ ଯୋଗୁଁ ରାତିରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଦୃଶ୍ୟ ବେଶ୍ ଆକର୍ଷଣୀୟ ଦେଖାଯାଉଥିଲା। ତେବେ ଲାଇଟ୍ ଲଗାଇଥିବା ଠିକା ସଂସ୍ଥା ଗତ ଗୁୁରୁବାର ପ୍ରଶାସନକୁ କୌଣସି ସୂଚନା ନଦେଇ ଲାଇଟ୍ କାଢ଼ି ନେଇଥିଲା। 

ତେବେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିରକୁ ରାତିରେ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରିବା ପାଇଁ ଏକ ନୂଆ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି।  ପୂର୍ବରୁ ଯେଉଁ ସ୍ଥାନରେ ଲାଇଟ୍ ଲଗାଯାଇଥିଲା ସେହି ସ୍ଥାନରେ ଲାଇଟ୍ ଲଗାଯାଇଥିବା କହିଥିଲେ ଜିଲ୍ଲାପାଳ। ଆଉ ଶନିବାର ରାତିରେ ପୁଣି ଥରେ ଝଲସି ଉଠିଛି ଶ୍ରୀମନ୍ଦିର। ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡିତ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ଏଭଳି ଅନ୍ଧକାର କରିବା ସହ ଲାଇଟ୍ ଖୋଲି ନେଇଥିବା ଠିକା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।