ମୁଖ୍ୟମନ୍ତ୍ରୀ ଅସୁସ୍ଥ
ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି। ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଞ୍ଚି ତାଙ୍କର ଅନେକ ଗୁଡିଏ ଟେଷ୍ଟ କରିଥିଲେ। ତେବେ ରିପୋର୍ଟ ସ୍ବାଭାବିକ ଥିବା ବେଳେ ଭୟ କରିବାର କିଛି ନାହିଁ ବୋଲି କୁହାଯାଇଛି। କିନ୍ତୁ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏଥିସହିତ ବର୍ତ୍ତମାନ ଜମ୍ମୁକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ମଧ୍ୟ ସ୍ଥଗିତ ରଖାଯାଇଛି। […] The post ମୁଖ୍ୟମନ୍ତ୍ରୀ ଅସୁସ୍ଥ appeared first on Dharitri Odia News.
ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି। ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଞ୍ଚି ତାଙ୍କର ଅନେକ ଗୁଡିଏ ଟେଷ୍ଟ କରିଥିଲେ। ତେବେ ରିପୋର୍ଟ ସ୍ବାଭାବିକ ଥିବା ବେଳେ ଭୟ କରିବାର କିଛି ନାହିଁ ବୋଲି କୁହାଯାଇଛି। କିନ୍ତୁ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏଥିସହିତ ବର୍ତ୍ତମାନ ଜମ୍ମୁକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ମଧ୍ୟ ସ୍ଥଗିତ ରଖାଯାଇଛି। ବିଧାନସଭା ନିର୍ବାଚନ ହେତୁ ତାଙ୍କୁ ଜମ୍ମୁରେ ଏକ ରାଲିରେ ଭାଗ ନେବାକୁ ଥିଲା।
ସୂଚନା ଅନୁଯାୟୀ, ଶନିବାର ସକାଳେ ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ସୁଖୁ ଆଇଜିଏମସିରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଲଟ୍ରାସାଉଣ୍ଡ କରାଯାଇଥିଲା ଏବଂ ରକ୍ତ ନମୁନା ମଧ୍ୟ ନିଆଯାଇଥିଲା।
ଆଇଜିଏମସିର ଏମଏସ ଡକ୍ଟର ରାହୁଲ ରାଓ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ଡାକ୍ତର ରାହୁଲ ରାଓ କହିଛନ୍ତି ଯେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଠାକୁର ସୁଖବିନ୍ଦର ସିଂ ସୁଖୁ ଅଲଟ୍ରାସାଉଣ୍ଡ ପାଇଁ ଡାକ୍ତରଖାନାକୁ ଆସିଥିଲେ। ପେଟର ଉପର ଭାଗରେ ଯନ୍ତ୍ରଣା ହେଉଥିବାର ଅଭିଯୋଗ ହୋଇଥିଲା ଏବଂ ଏହାପରେ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା। ବର୍ତ୍ତମାନ ଅଲଟ୍ରାସାଉଣ୍ଡ ରିପୋର୍ଟ ସ୍ବାଭାବିକ, କିନ୍ତୁ ସତର୍କତା ଅନୁଯାୟୀ ରକ୍ତ ପରୀକ୍ଷା ମଧ୍ୟ କରାଯାଇଛି। କିଛି ସମୟ ମଧ୍ୟରେ ବ୍ଲଡ ରିପୋର୍ଟ ଆସିବ।
The post ମୁଖ୍ୟମନ୍ତ୍ରୀ ଅସୁସ୍ଥ appeared first on Dharitri Odia News.