ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବାସଭବନରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଟିମ ଶନିବାର ପହଞ୍ଚିଛି। ଏହାପୂର୍ବରୁ ଶୁକ୍ରବାର ମଧ୍ୟ କ୍ରାଇମବ୍ରାଞ୍ଚ ଟିମ ନୋଟିସ ଦେବାକୁ କେଜ୍‌ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଥିଲା। କିନ୍ତୁ ନୋଟିସ ଗ୍ରହଣ ନ କରିବାରୁ ଦିଲ୍ଲୀ ପୋଲିସ ରାତିରେ ସେଠାରୁ ଫେରି ଆସିଥିଲା। ବର୍ତ୍ତମାନ ପୋଲିସ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ବୃଦ୍ଧି କରିଛି। ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚ ଟିମ ମଧ୍ୟ ଶୁକ୍ରବାର ରାତିରେ ମନ୍ତ୍ରୀ ଆତିଶୀଙ୍କ ବାସଭବନରେ ନୋଟିସ ନେଇ ପହଞ୍ଚିଥିଲେ। ସେଠାରେ ମଧ୍ୟ […] The post ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ appeared first on Dharitri Odia News.

ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବାସଭବନରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଟିମ ଶନିବାର ପହଞ୍ଚିଛି। ଏହାପୂର୍ବରୁ ଶୁକ୍ରବାର ମଧ୍ୟ କ୍ରାଇମବ୍ରାଞ୍ଚ ଟିମ ନୋଟିସ ଦେବାକୁ କେଜ୍‌ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଥିଲା। କିନ୍ତୁ ନୋଟିସ ଗ୍ରହଣ ନ କରିବାରୁ ଦିଲ୍ଲୀ ପୋଲିସ ରାତିରେ ସେଠାରୁ ଫେରି ଆସିଥିଲା। ବର୍ତ୍ତମାନ ପୋଲିସ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ବୃଦ୍ଧି କରିଛି।

ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚ ଟିମ ମଧ୍ୟ ଶୁକ୍ରବାର ରାତିରେ ମନ୍ତ୍ରୀ ଆତିଶୀଙ୍କ ବାସଭବନରେ ନୋଟିସ ନେଇ ପହଞ୍ଚିଥିଲେ। ସେଠାରେ ମଧ୍ୟ କେହି ଗ୍ରହଣ କରିନଥିଲେ। ଏଭଳି ପରିସ୍ଥିତିରେ ଉଭୟ ସ୍ଥାନରୁ କ୍ରାଇମବ୍ରାଞ୍ଚ ଟିମ ଖାଲି ହାତରେ ଫେରି ଆସିଥିଲା। ସୂଚନାଯୋଗ୍ୟ, ଭାଜପା ଉପରେ ଘୋଡା ବ୍ୟବସାୟ କରୁଥିବା ଅଭିଯୋଗ ଆଣିଥିବା ମାମଲାରେ ଏହି ନୋଟିସ ଜାରି କରାଯାଇଥିବା ଜଣାପଡିଛି।

The post ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ appeared first on Dharitri Odia News.