ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରି ଗଣଶିକ୍ଷା ମନ୍ତ୍ରୀ କହିଲେ ରାଜ୍ୟର…

ଉମରକୋଟ,୧ା୪: ନବରଙ୍ଗପୁର ଜିଲା ଉମରକୋଟଠାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ପିଲାମାନଙ୍କୁ ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବାଣ୍ଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହିତ ନବମ ଓ ଦଶମ ପିଲାଙ୍କ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ। ଏହି ଯୋଜନାରେ ରାଜ୍ୟର ୧୦ ଲକ୍ଷ ୮୦ ହଜାର ପିଲା ଉପକୃତ ହେବେ ମନ୍ତ୍ରୀ କହିଛନ୍ତି। The post ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରି ଗଣଶିକ୍ଷା ମନ୍ତ୍ରୀ କହିଲେ ରାଜ୍ୟର… appeared first on Dharitri Odia News.

ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରି ଗଣଶିକ୍ଷା ମନ୍ତ୍ରୀ କହିଲେ ରାଜ୍ୟର…

ଉମରକୋଟ,୧ା୪: ନବରଙ୍ଗପୁର ଜିଲା ଉମରକୋଟଠାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ପିଲାମାନଙ୍କୁ ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବାଣ୍ଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହିତ ନବମ ଓ ଦଶମ ପିଲାଙ୍କ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ। ଏହି ଯୋଜନାରେ ରାଜ୍ୟର ୧୦ ଲକ୍ଷ ୮୦ ହଜାର ପିଲା ଉପକୃତ ହେବେ ମନ୍ତ୍ରୀ କହିଛନ୍ତି।

The post ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରି ଗଣଶିକ୍ଷା ମନ୍ତ୍ରୀ କହିଲେ ରାଜ୍ୟର… appeared first on Dharitri Odia News.