ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଆତିଶୀ ମାର୍ଲେନା, କହିଲେ 'ଭରତଙ୍କ ପରି ସମ୍ଭାଳିବି ସିଂହାସନ'

ନୂଆଦିଲ୍ଲୀ ୨୩/୦୯: ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଆତିଶୀ ମାର୍ଲେନା । ଦାୟିତ୍ୱ ନେବା ପରେ ସେ ନିଷ୍ପତ୍ତି ନେଇଛନ୍ତି ଯେ ଯଦିଓ ସେ ସିଏମ୍ ଚେୟାରର ଅଧିକାରିଣୀ, ତଥାପି ଅରବିନ୍ଦ କେଜ୍ରିୱାଲ ଶୀର୍ଷ ସ୍ଥାନରେ ରହିବେ । ସୋମବାର ସିଏମ୍‌ର ଦାୟିତ୍ୱ ନେବାବେଳେ ଆତିଶୀ କହିଛନ୍ତି, 'ଯେପରି ଭରତ ଜୀ ସିଂହାସନ ଉପରେ କଠଉ ରଖିି ରାଜ୍ୟ ଚଳାଉଥିଲେ, ଠିକ୍ ସେପରି ମୁଁ ମଧ୍ୟ ସିଏମ୍‌ର ଚେୟାର ଗ୍ରହଣ କରିବି। ଏହି ସମୟ ମଧ୍ୟରେ ତାଙ୍କ ପାଖରେ ଏକ ଖାଲି ଚେୟାର ଥୁଆହୋଇଥିବା ଦେଖିବାକୁ ମିଳିଥିଲା । ସେ କହିଛନ୍ତି ଯେ କେଜ୍ରିୱାଲ ଫେରିବା ପର୍ଯ୍ୟନ୍ତ ଏହି ଚେୟାର ଏହି କୋଠରୀରେ ରହିବ ଏବଂ ଏହି ଚେୟାର କେଜ୍ରିୱାଲଙ୍କୁ ଅପେକ୍ଷା କରି ରହିବ। ଆତିଶୀ କହିଛନ୍ତି, 'ଆଜି ମୋ ମନରେ ଭରତଙ୍କ ଭଳି ଯନ୍ତ୍ରଣା ଅଛି । ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କାଦୁଅ ଫିଙ୍ଗିବାରେ ବିଜେପି କୌଣସି କସରତ ଛାଡୁନି । ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର ଲୋକମାନେ ତାଙ୍କର ସଚ୍ଚୋଟତା ପ୍ରମାଣ ନଦେଇଛନ୍ତି ସେ ପର୍ଯ୍ୟନ୍ତ ସେ ଚେୟାରରେ ବସିବେ ନାହିଁ। ଦିଲ୍ଲୀର ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବେ । ଆତିଶୀ ଆହୁରି କହିଛନ୍ତି, 'କେଜ୍ରିୱାଲଙ୍କୁ ୬ମାସ ଜେଲରେ ରଖାଯାଇଥିଲା। #WATCH | Delhi CM Atishi says, "I have taken charge as the Delhi Chief Minister. To

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଆତିଶୀ ମାର୍ଲେନା, କହିଲେ 'ଭରତଙ୍କ ପରି ସମ୍ଭାଳିବି ସିଂହାସନ'

ନୂଆଦିଲ୍ଲୀ ୨୩/୦୯: ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଆତିଶୀ ମାର୍ଲେନା । ଦାୟିତ୍ୱ ନେବା ପରେ ସେ ନିଷ୍ପତ୍ତି ନେଇଛନ୍ତି ଯେ ଯଦିଓ ସେ ସିଏମ୍ ଚେୟାରର ଅଧିକାରିଣୀ, ତଥାପି ଅରବିନ୍ଦ କେଜ୍ରିୱାଲ ଶୀର୍ଷ ସ୍ଥାନରେ ରହିବେ । ସୋମବାର ସିଏମ୍‌ର ଦାୟିତ୍ୱ ନେବାବେଳେ ଆତିଶୀ କହିଛନ୍ତି, 'ଯେପରି ଭରତ ଜୀ ସିଂହାସନ ଉପରେ କଠଉ ରଖିି ରାଜ୍ୟ ଚଳାଉଥିଲେ, ଠିକ୍ ସେପରି ମୁଁ ମଧ୍ୟ ସିଏମ୍‌ର ଚେୟାର ଗ୍ରହଣ କରିବି। 

ଏହି ସମୟ ମଧ୍ୟରେ ତାଙ୍କ ପାଖରେ ଏକ ଖାଲି ଚେୟାର ଥୁଆହୋଇଥିବା ଦେଖିବାକୁ ମିଳିଥିଲା । ସେ କହିଛନ୍ତି ଯେ କେଜ୍ରିୱାଲ ଫେରିବା ପର୍ଯ୍ୟନ୍ତ ଏହି ଚେୟାର ଏହି କୋଠରୀରେ ରହିବ ଏବଂ ଏହି ଚେୟାର କେଜ୍ରିୱାଲଙ୍କୁ ଅପେକ୍ଷା କରି ରହିବ। ଆତିଶୀ କହିଛନ୍ତି, 'ଆଜି ମୋ ମନରେ ଭରତଙ୍କ ଭଳି ଯନ୍ତ୍ରଣା ଅଛି । ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କାଦୁଅ ଫିଙ୍ଗିବାରେ ବିଜେପି କୌଣସି କସରତ ଛାଡୁନି । 

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର ଲୋକମାନେ ତାଙ୍କର ସଚ୍ଚୋଟତା ପ୍ରମାଣ ନଦେଇଛନ୍ତି ସେ ପର୍ଯ୍ୟନ୍ତ ସେ ଚେୟାରରେ ବସିବେ ନାହିଁ। ଦିଲ୍ଲୀର ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବେ । ଆତିଶୀ ଆହୁରି କହିଛନ୍ତି, 'କେଜ୍ରିୱାଲଙ୍କୁ ୬ମାସ ଜେଲରେ ରଖାଯାଇଥିଲା। 


ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ ଗିରଫ କରାଯାଇଥିଲା । ଏହି ଚେୟାର ଅରବିନ୍ଦ କେଜ୍ରିୱାଲଙ୍କର ଅଟେ । ମୁଁ ନିଶ୍ଚିତ ଯେ ଫେବୃଆରୀରେ ହେବାକୁ ଥିବା ନିର୍ବାଚନରେ ଦିଲ୍ଲୀର ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବେ । ସେପର୍ଯ୍ୟନ୍ତ ଅରବିନ୍ଦ କେଜ୍ରିୱାଲଙ୍କ ଏହି ଚେୟାର ଏଠାରେ ରହିବ । 

କହିବାକୁ ଗଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସେପ୍ଟେମ୍ବର ୧୭ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। କେଜ୍ରିୱାଲଙ୍କ ଇସ୍ତଫା ପରେ ଆମ୍ ଆଦମୀ ପାର୍ଟିର ବିଧାନସଭା ପାର୍ଟି ଅଟିଶୀଙ୍କୁ ତାଙ୍କ ସ୍ଥାନରେ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିଛି। 

କେଜ୍ରିୱାଲ ତାଙ୍କ ଇସ୍ତଫା ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନାଙ୍କ ନିକଟରେ ଦାଖଲ କରିଥିଲେ । ଏହା ସହିତ ଆତିଶୀ ମଧ୍ୟ ନୂତନ ସରକାର ଗଠନ ପାଇଁ ଦାବି କରି ଏଲଜିଙ୍କୁ ଏକ ଚିଠି ଦାଖଲ କରିଥିଲେ । ଇସ୍ତଫା ଏବଂ ଚିଠିକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ ।