ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଜଗି

ଓଟିଭିର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଜଗିମଙ୍ଗତ। ମୁଖ୍ୟମନ୍ତ୍ରୀ ମଧ୍ୟ ଓଟିଭିର ଖବର ପରିବେଷଣ ଶୈଳୀକୁ ପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଜଗି

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ‘ଓଡ଼ିଶା ଟେଲିଭିଜନ ନେଟଓ୍ୱର୍କ’ର କୋ-ଫାଉଣ୍ଡର ତଥା ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା। ଏହି ସମୟରେ ଓଟିଭିର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଜଗିମଙ୍ଗତ। ମୁଖ୍ୟମନ୍ତ୍ରୀ ମଧ୍ୟ ଓଟିଭିର ଖବର ପରିବେଷଣ ଶୈଳୀକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଉଭୟ ଉଭୟଙ୍କୁ ଉପହାର ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ।

ସାକ୍ଷାତ ଆଲୋଚନା ବେଳେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ଥିଲେ। ଜଗି ପଣ୍ଡାଙ୍କ ସହିତ ଓଟିଭି ଗ୍ରୁପର ମାନବ ସମ୍ୱଳ (HR) ମୁଖ୍ୟ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ସି.କେ.ଜେନା, ମୁଖ୍ୟ ବିତ୍ତ ଅଧିକାରୀ(CFO) ସୁଧାକ୍ରିଷ୍ଣ ମାଇତି, ତରଙ୍ଗ ବିଜନେସ୍ ହେଡ୍ (TBCL) ରଞ୍ଜନ ଶତପଥୀ, ଭାଇସ୍ ପ୍ରେସିଡେଣ୍ଟ (Corporate) କାମେଶ୍ୱର ସୁବୁଦ୍ଧି ଓ ଓଟିଭିର ଏକଜିକ୍ୟୁଟିଭ୍ ଏଡିଟର ରାଧାମାଧବ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।