ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ସୂଚନା । ‘କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ’
କନକ ବ୍ୟୁରୋ: କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ । କେନ୍ଦୁଝର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବଡ଼ ସୂଚନା ଦେଇଛନ୍ତି । କେନ୍ଦୁଝରରେ ଜେଏସଡବ୍ଲ୍ୟୁ ଓ ପୋକ୍ସୋ ଏହି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବେ । ଆଜି କେନ୍ଦୁଝରକୁ ଦିନିକିଆ ଗସ୍ତ କରିଥିଲେ ମୋହନ ମାଝୀ । କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ। ଜେଏସଡବ୍ଲୁ-ପୋସ୍କୋ ମିଳିତ ଉଦ୍ୟମରେ ହେବ ପ୍ଲାଣ୍ଟ୍ । କେନ୍ଦୁଝର ଗସ୍ତ ସମୟରେ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କିଛି ମାସ ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶାର ରୋଡ୍ ସୋ’ ଆୟୋଜନ ହୋଇଥିଲା । ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସେହି ସମୟରେ ଉଭୟ ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋ ସହିତ ଆଲୋଚନା ହୋଇଥିଲା । ଏବେ ଏହି ୨ କମ୍ପାନି ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ୨୦୦୫ରେ ଜଗତସିଂହପୁରରେ ଇସ୍ପାତ ପ୍ରକଳ୍ପ ପାଇଁ ଏମଓୟୁ ସ୍ୱାକ୍ଷର ହୋଇଥିଲେ ବି ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ୨୦୧୭ରେ କମ୍ପାନୀ ପ୍ରକଳ୍ପରୁ ଓହରି ଯାଇଥିଲା ।

କନକ ବ୍ୟୁରୋ: କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ । କେନ୍ଦୁଝର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବଡ଼ ସୂଚନା ଦେଇଛନ୍ତି । କେନ୍ଦୁଝରରେ ଜେଏସଡବ୍ଲ୍ୟୁ ଓ ପୋକ୍ସୋ ଏହି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବେ । ଆଜି କେନ୍ଦୁଝରକୁ ଦିନିକିଆ ଗସ୍ତ କରିଥିଲେ ମୋହନ ମାଝୀ ।
କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ। ଜେଏସଡବ୍ଲୁ-ପୋସ୍କୋ ମିଳିତ ଉଦ୍ୟମରେ ହେବ ପ୍ଲାଣ୍ଟ୍ । କେନ୍ଦୁଝର ଗସ୍ତ ସମୟରେ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କିଛି ମାସ ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶାର ରୋଡ୍ ସୋ’ ଆୟୋଜନ ହୋଇଥିଲା । ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସେହି ସମୟରେ ଉଭୟ ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋ ସହିତ ଆଲୋଚନା ହୋଇଥିଲା । ଏବେ ଏହି ୨ କମ୍ପାନି ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ୨୦୦୫ରେ ଜଗତସିଂହପୁରରେ ଇସ୍ପାତ ପ୍ରକଳ୍ପ ପାଇଁ ଏମଓୟୁ ସ୍ୱାକ୍ଷର ହୋଇଥିଲେ ବି ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ୨୦୧୭ରେ କମ୍ପାନୀ ପ୍ରକଳ୍ପରୁ ଓହରି ଯାଇଥିଲା ।