ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା, ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଗଠନ ହେବ କମିଶନ
ଭୁବନେଶ୍ଵର ୦୪।୦୭ : ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ଏଣିକି ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ବି ଦିଆଯିବ ଗୁରୁତ୍ଵ। ଖାସ କରି ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା, ସଂରକ୍ଷଣ ଓ ପ୍ରସାରକୁ ଦିଆଯିବ ଗୁରୁତ୍ଵ। ଏହିକ୍ଷେତ୍ରରେ ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ହେବ। ପ୍ରତି ଜିଲ୍ଲାରେ କଳା ଓ ସଂସ୍କୃତିକୁ ଦିଆଯିବ ପ୍ରୋତ୍ସାହନ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପଠନ ଅଭ୍ୟାସ ବୃଦ୍ଧି, ଲାଇବ୍ରେରୀ ଆନ୍ଦୋଳନକୁ ବ୍ୟାପକ କରାଯିବ। ଓଡ଼ିଆ ଅନୁବାଦ ଏକାଡେମୀ, ଅସ୍ମିତା ଭବନ ନିର୍ମାଣ କରାଯିବ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ କମିଶନ ଗଠନ ହେବ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରାଯିବ। ଆବଶ୍ୟକ ପଡ଼ିଲେ ସରକାରୀ ଭାଷା ଆଇନରେ ସଂଶୋଧନ ହେବ। ବରୁଣେଇରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ଵରାନ୍ଵିତ ହେବ। ବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ଵ ଦେବାକୁ ସଂକଳ୍ପବଦ୍ଧ।
ଭୁବନେଶ୍ଵର ୦୪।୦୭ : ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ଏଣିକି ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ବି ଦିଆଯିବ ଗୁରୁତ୍ଵ। ଖାସ କରି ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା, ସଂରକ୍ଷଣ ଓ ପ୍ରସାରକୁ ଦିଆଯିବ ଗୁରୁତ୍ଵ। ଏହିକ୍ଷେତ୍ରରେ ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ହେବ। ପ୍ରତି ଜିଲ୍ଲାରେ କଳା ଓ ସଂସ୍କୃତିକୁ ଦିଆଯିବ ପ୍ରୋତ୍ସାହନ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପଠନ ଅଭ୍ୟାସ ବୃଦ୍ଧି, ଲାଇବ୍ରେରୀ ଆନ୍ଦୋଳନକୁ ବ୍ୟାପକ କରାଯିବ। ଓଡ଼ିଆ ଅନୁବାଦ ଏକାଡେମୀ, ଅସ୍ମିତା ଭବନ ନିର୍ମାଣ କରାଯିବ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ କମିଶନ ଗଠନ ହେବ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରାଯିବ। ଆବଶ୍ୟକ ପଡ଼ିଲେ ସରକାରୀ ଭାଷା ଆଇନରେ ସଂଶୋଧନ ହେବ। ବରୁଣେଇରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ଵରାନ୍ଵିତ ହେବ। ବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ଵ ଦେବାକୁ ସଂକଳ୍ପବଦ୍ଧ।