ମୁଖ୍ୟମନ୍ତ୍ରୀ ଶିନ୍ଦେ, ଅଜିତ୍‌ ପାଓ୍ବାରଙ୍କୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କଲେ ଶରଦ ପାଓ୍ବାର

ମୁମ୍ବାଇ,୨୯।୧: ରାଜ୍ୟ ସଭା ଏମ୍‌ପି ଶରଦ ପାଓ୍ବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଭୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ ଏବଂ ଅଜିତ୍‌ ପାୱାରଙ୍କୁ ଶନିବାର ବାରାମତିସ୍ଥିତ ତାଙ୍କ ବାସଭବନକୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର ଏବଂ ଦେବେନ୍ଦ୍ର ଫଡନ୍‌ଭିସଙ୍କୁ ଏକ ଚିଠି ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ପଠାଯାଇଥିବା ଚିଠିରେ ଶରଦ ପାୱାର କହିଛନ୍ତି , ଆପଣ ସରକାରୀ ପରିଦର୍ଶନ ପାଇଁ ମାର୍ଚ୍ଚ ୨ରେ ବାରାମତିକୁ […] The post ମୁଖ୍ୟମନ୍ତ୍ରୀ ଶିନ୍ଦେ, ଅଜିତ୍‌ ପାଓ୍ବାରଙ୍କୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କଲେ ଶରଦ ପାଓ୍ବାର appeared first on Dharitri Odia News.

ମୁଖ୍ୟମନ୍ତ୍ରୀ ଶିନ୍ଦେ, ଅଜିତ୍‌ ପାଓ୍ବାରଙ୍କୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କଲେ ଶରଦ ପାଓ୍ବାର

ମୁମ୍ବାଇ,୨୯।୧: ରାଜ୍ୟ ସଭା ଏମ୍‌ପି ଶରଦ ପାଓ୍ବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଭୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ ଏବଂ ଅଜିତ୍‌ ପାୱାରଙ୍କୁ ଶନିବାର ବାରାମତିସ୍ଥିତ ତାଙ୍କ ବାସଭବନକୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି।

ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର ଏବଂ ଦେବେନ୍ଦ୍ର ଫଡନ୍‌ଭିସଙ୍କୁ ଏକ ଚିଠି ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ପଠାଯାଇଥିବା ଚିଠିରେ ଶରଦ ପାୱାର କହିଛନ୍ତି , ଆପଣ ସରକାରୀ ପରିଦର୍ଶନ ପାଇଁ ମାର୍ଚ୍ଚ ୨ରେ ବାରାମତିକୁ ଆସୁଛନ୍ତି। ସେହିଦିନ ମହାରୋଜଗାର ମେଳା ବିଦ୍ୟା ପ୍ରତିଷ୍ଠାନ, ବିଦ୍ୟାନଗରୀ, ବାରାମତି ପରିସରରେ ଆୟୋଜନ କରାଯାଉଛି। ମୁଁ ବିଦ୍ୟା ପ୍ରତିଷ୍ଠାନର ସଂସ୍ଥାପକ ଅଧ୍ୟକ୍ଷ, ସଂଗଠନର ଅଧ୍ୟକ୍ଷଭାବରେ ମୁଁ ଆପଣଙ୍କୁ ସଂଗଠନର ପରିସରକୁ ସ୍ବାଗତ କରିବାକୁ ଚାହୁଁଛି।

 

The post ମୁଖ୍ୟମନ୍ତ୍ରୀ ଶିନ୍ଦେ, ଅଜିତ୍‌ ପାଓ୍ବାରଙ୍କୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କଲେ ଶରଦ ପାଓ୍ବାର appeared first on Dharitri Odia News.