ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ଭେଟିଲେ ଶରଦ ପାଓ୍ବାର

ମୁମ୍ବାଇ,୨୨।୭: ଲୋକ ସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ରରେ ଶାସକ ଦଳର ନେତା ଏବଂ ବିରୋଧୀଙ୍କ ମଧ୍ୟରେ ଏକ ବୈଠକ ଚାଲିଛି। ମୁମ୍ବାଇରେ ଶରଦ ପାୱାର ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଆଜିର ବୈଠକ ଉତ୍ସାହକୁ ଆହୁରି ବଢାଇ ଦେଇଛି। ଏହି ବୈଠକରେ ପାୱାର ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ସହ ମରାଠା ସଂରକ୍ଷଣ ଏବଂ ଦୁଗ୍ଧ ଉତ୍ପାଦନ କରୁଥିବା କୃଷକମାନଙ୍କୁ ଦିଆଯାଉଥିବା ଦୁଗ୍ଧ ମୂଲ୍ୟ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଏହି ବୈଠକ ଏପରି ଏକ […] The post ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ଭେଟିଲେ ଶରଦ ପାଓ୍ବାର appeared first on Dharitri Odia News.

ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ଭେଟିଲେ ଶରଦ ପାଓ୍ବାର

ମୁମ୍ବାଇ,୨୨।୭: ଲୋକ ସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ରରେ ଶାସକ ଦଳର ନେତା ଏବଂ ବିରୋଧୀଙ୍କ ମଧ୍ୟରେ ଏକ ବୈଠକ ଚାଲିଛି। ମୁମ୍ବାଇରେ ଶରଦ ପାୱାର ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଆଜିର ବୈଠକ ଉତ୍ସାହକୁ ଆହୁରି ବଢାଇ ଦେଇଛି। ଏହି ବୈଠକରେ ପାୱାର ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ସହ ମରାଠା ସଂରକ୍ଷଣ ଏବଂ ଦୁଗ୍ଧ ଉତ୍ପାଦନ କରୁଥିବା କୃଷକମାନଙ୍କୁ ଦିଆଯାଉଥିବା ଦୁଗ୍ଧ ମୂଲ୍ୟ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଏହି ବୈଠକ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିରୋଧୀ ଦଳର ନେତା ତଥା ଏନସିପି (ଏସପି) ମୁଖ୍ୟ ଶରଦ ପାୱାରଙ୍କ ଉପରେ କଡ଼ା ଆକ୍ରମଣ କରି ତାଙ୍କୁ ଦେଶର ଦୁର୍ନୀତିର ମାଷ୍ଟରମାଇଣ୍ଡ ବୋଲି କହିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ଭାଜପା ବୈଠକରେ ସମ୍ବୋଧିତ କରି ଶରଦ ପାୱାରଙ୍କୁ ଟାର୍ଗେଟକୁ ନେଇଛନ୍ତି। ଶାହା କହିଛନ୍ତି ଯେ ଶରଦ ପାୱାର ହେଉଛନ୍ତି ଦୁର୍ନୀତିର ରାଜା। ଶାହା କହିଥିଲେ ଯେ ମୋଦି ଜୀ ସରକାର ୨୦୧୪ରେ ମରାଠା ସଂରକ୍ଷଣ ଦେଇଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଏହା ବଳବତ୍ତର ରହିବ। ବରିଷ୍ଠ ପାୱାରଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ ପାୱାରଙ୍କ ଶାସନ କାଳରେ ମହାରାଷ୍ଟ୍ରରେ କୌଣସି କାର୍ଯ୍ୟ କରାଯାଇ ନାହିଁ।

The post ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ଭେଟିଲେ ଶରଦ ପାଓ୍ବାର appeared first on Dharitri Odia News.