ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ଙ୍କୁ ଚାଇନା ଭାଷାରେ ଶୁଭେଚ୍ଛା ଜଣାଇଲା ଭାଜପା
ନୂଆଦିଲ୍ଲୀ,୧।୩: ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ଙ୍କୁ ତାଙ୍କ ଜନ୍ମଦିନରେ ନିଆରା ରାଜନୈତିକ ବଧେଇ ଜଣାଇଛି ଭାଜପା। କିଛି ଦିନ ପୂର୍ବେ ଇସ୍ରୋକୁ ଏକ ମିଶନର ଶୁଭେଚ୍ଛା ଦେବାକୁ ଯାଇ ଡିଏମ୍କେ ନେତା ଭାରତର ରକେଟରେ ଚାଇନା ପତାକାର ବ୍ୟବହାର କରିଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଏପରିକି ଡିଏମ୍କେ ଚାଇନା ପ୍ରତି ଭଲପାଇବା ଦେଖାଉଥିବା ଅଭିଯୋଗ ହୋଇଥିଲା। ଏବେ ଭାଜପା ପକ୍ଷରୁ ଷ୍ଟାଲିନ୍ଙ୍କୁ ଚାଇନା ଭାଷାରେ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି। ଭାଜପା ପକ୍ଷରୁ ‘ଏକ୍ସ’ରେ ପୋଷ୍ଟ କରି […] The post ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ଙ୍କୁ ଚାଇନା ଭାଷାରେ ଶୁଭେଚ୍ଛା ଜଣାଇଲା ଭାଜପା appeared first on Dharitri Odia News.
ନୂଆଦିଲ୍ଲୀ,୧।୩: ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ଙ୍କୁ ତାଙ୍କ ଜନ୍ମଦିନରେ ନିଆରା ରାଜନୈତିକ ବଧେଇ ଜଣାଇଛି ଭାଜପା। କିଛି ଦିନ ପୂର୍ବେ ଇସ୍ରୋକୁ ଏକ ମିଶନର ଶୁଭେଚ୍ଛା ଦେବାକୁ ଯାଇ ଡିଏମ୍କେ ନେତା ଭାରତର ରକେଟରେ ଚାଇନା ପତାକାର ବ୍ୟବହାର କରିଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଏପରିକି ଡିଏମ୍କେ ଚାଇନା ପ୍ରତି ଭଲପାଇବା ଦେଖାଉଥିବା ଅଭିଯୋଗ ହୋଇଥିଲା। ଏବେ ଭାଜପା ପକ୍ଷରୁ ଷ୍ଟାଲିନ୍ଙ୍କୁ ଚାଇନା ଭାଷାରେ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି।
ଭାଜପା ପକ୍ଷରୁ ‘ଏକ୍ସ’ରେ ପୋଷ୍ଟ କରି କୁହାଯାଇଛି ଯେ, ଭାଜପା ତାମିଲନାଡ଼ୁ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କୁ ତାଙ୍କର ପସନ୍ଦର ଭାଷାରେ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା, ସେ ସୁସ୍ଥ ରୁହନ୍ତୁ, ଦୀର୍ଘାୟୁ ହୁଅନ୍ତୁ।
On behalf of @BJP4Tamilnadu, here’s wishing our Honourable CM Thiru @mkstalin avargal a happy birthday in his favourite language! May he live a long & healthy life! pic.twitter.com/2ZmPwzekF8
— BJP Tamilnadu (@BJP4TamilNadu) March 1, 2024
The post ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ଙ୍କୁ ଚାଇନା ଭାଷାରେ ଶୁଭେଚ୍ଛା ଜଣାଇଲା ଭାଜପା appeared first on Dharitri Odia News.