ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ କଂଗ୍ରେସର ବିରୋଧ: କଂଗ୍ରେସ କର୍ମକର୍ତ୍ତାଙ୍କୁ ଉଠାଇନେଲା ପୋଲିସ

ଭବାନୀପାଟଣା,୩୦ା୩(ଉତ୍ତମ କୁମାର ଦାଶ)- କଳାହାଣ୍ଡିରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରୁଥିଲେ କଂଗ୍ରେସ କାର୍ଯ୍ୟକର୍ତ୍ତା। ଏହା ପୂର୍ବରୁ ଜିଲା ସଭାପତି ଭାରତ ଭୂଷଣ ବେମାଲଙ୍କ ସମେତ ୨୨ଜଣ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଉଠାଇ ନେଇ ଭବାନୀପାଟଣାସ୍ଥିତ ରିଜର୍ଭରେ ରଖିଥିଲା। ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସଭା ପଡିଆ ନିକଟରେ ଜିଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବ ସମେତ କିଛି ଯୁବ କଂଗ୍ରେସର […] The post ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ କଂଗ୍ରେସର ବିରୋଧ: କଂଗ୍ରେସ କର୍ମକର୍ତ୍ତାଙ୍କୁ ଉଠାଇନେଲା ପୋଲିସ appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ କଂଗ୍ରେସର ବିରୋଧ: କଂଗ୍ରେସ କର୍ମକର୍ତ୍ତାଙ୍କୁ ଉଠାଇନେଲା ପୋଲିସ

ଭବାନୀପାଟଣା,୩୦ା୩(ଉତ୍ତମ କୁମାର ଦାଶ)- କଳାହାଣ୍ଡିରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରୁଥିଲେ କଂଗ୍ରେସ କାର୍ଯ୍ୟକର୍ତ୍ତା। ଏହା ପୂର୍ବରୁ ଜିଲା ସଭାପତି ଭାରତ ଭୂଷଣ ବେମାଲଙ୍କ ସମେତ ୨୨ଜଣ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଉଠାଇ ନେଇ ଭବାନୀପାଟଣାସ୍ଥିତ ରିଜର୍ଭରେ ରଖିଥିଲା। ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସଭା ପଡିଆ ନିକଟରେ ଜିଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବ ସମେତ କିଛି ଯୁବ କଂଗ୍ରେସର କାର୍ଯ୍ୟକର୍ତ୍ତା କଳା ପତକା ପ୍ରଦର୍ଶନ କରୁଥିବା ବେଳେ ଉପସ୍ଥିତ ଥିବା ପୋଲିସ ସେମାନଙ୍କୁ କାବୁ କରିନେଇଥିଲା। ପରେ ପୋଲିସ ସେମାନଙ୍କୁ ରିଜର୍ଭକୁ ନେଇଯାଇଥିଲା। ଏ ନେଇ ଜିଲା ଯୁବ କଂଗ୍ରେସ ସଭାପତି ସାହେବ କହିଛନ୍ତି, ଆମେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ସରକାରଙ୍କୁ ପ୍ରଶ୍ନ କରିବାକୁ ଆସିଥିଲୁ। ବିଧାନସଭାରେ ହୋଇଥିବା ଘଟଣାକୁ ଆମେ ବିରୋଧ କରିବା ପାଇଁ ଆସିଥିଲୁ। କିନ୍ତୁ ପୋଲିସ ଆମକୁ ଉଠାଇ ନେଉଛି ବୋଲି ସେ ପ୍ରକାଶ କରିଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ କଂଗ୍ରେସର ବିରୋଧ: କଂଗ୍ରେସ କର୍ମକର୍ତ୍ତାଙ୍କୁ ଉଠାଇନେଲା ପୋଲିସ appeared first on Dharitri Odia News.