ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୨ ଅଫିସରଙ୍କୁ ବଦଳି
ଭୁବନେଶ୍ୱର,୧୯ା୬(ଅନିଲ ଦାସ):ସରକାର ବଦଳିବା ପରେ ନୂଆ ସରକାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି ଥିବା ଅଫିସରମାନଙ୍କୁ ଅନ୍ୟ ବିଭାଗକୁ ବଦଳି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ମହଲା ଆବଣ୍ଟିତ ହେବା ପରେ ସେଠାରେ ଥିବା ସଚିବାଳୟ ସେବା କ୍ୟାଡରର ୨୨ ଜଣ ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଡେପୁଟି ସେକ୍ରେଟାରିଙ୍କ ସମେତ ୬ ଜଣ ସେକ୍ସନ ଅଫିସର, ୧୫ ଜଣ ଏଏସ୍ଓ। ଏହି ସମସ୍ତ ଅଫିସରଙ୍କୁ ସଂସଦୀୟ […] The post ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୨ ଅଫିସରଙ୍କୁ ବଦଳି appeared first on Dharitri Odia News.
ଭୁବନେଶ୍ୱର,୧୯ା୬(ଅନିଲ ଦାସ):ସରକାର ବଦଳିବା ପରେ ନୂଆ ସରକାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି ଥିବା ଅଫିସରମାନଙ୍କୁ ଅନ୍ୟ ବିଭାଗକୁ ବଦଳି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ମହଲା ଆବଣ୍ଟିତ ହେବା ପରେ ସେଠାରେ ଥିବା ସଚିବାଳୟ ସେବା କ୍ୟାଡରର ୨୨ ଜଣ ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଡେପୁଟି ସେକ୍ରେଟାରିଙ୍କ ସମେତ ୬ ଜଣ ସେକ୍ସନ ଅଫିସର, ୧୫ ଜଣ ଏଏସ୍ଓ। ଏହି ସମସ୍ତ ଅଫିସରଙ୍କୁ ସଂସଦୀୟ ବ୍ୟାପାର, ଯୋଜନା ଓ ସଂଯୋଜନ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବଦଳି କରାଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
The post ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୨ ଅଫିସରଙ୍କୁ ବଦଳି appeared first on Dharitri Odia News.