ମୁଖ୍ୟମନ୍ତ୍ରୀଙ୍କ ଗାଁରେ ଭାଲୁ ଆତଙ୍କ: ଦୁଇ ଜଣଙ୍କୁ ଗୋଡାଇ କାମୁଡ଼ିଲା

କେନ୍ଦୁଝର,୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ରାଇକାଳା ଗାଁରେ ସୋମବାର ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ନିକଟରେ ହୁଡ଼ିକୁ ଯାଇଥିବା ଦୁଇ ବ୍ୟକ୍ତିଙ୍କୁ ଚାରି ଭାଲୁଛୁଆ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଚମ୍ପୁଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଉକ୍ତ ଗ୍ରାମର ଦେବରାଜ ବାରିକ (୩୦) ଓ ସୁମିତ୍ରା ମହାନ୍ତ (୪୫) ବୋଲି ଜଣା ପଡ଼ିଛି। ଭାଲୁଛୁଆ ଗୁଡ଼ିକ ଉକ୍ତ ହୁଡ଼ିରେ ଥିବା […] The post ମୁଖ୍ୟମନ୍ତ୍ରୀଙ୍କ ଗାଁରେ ଭାଲୁ ଆତଙ୍କ: ଦୁଇ ଜଣଙ୍କୁ ଗୋଡାଇ କାମୁଡ଼ିଲା appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ଗାଁରେ ଭାଲୁ ଆତଙ୍କ: ଦୁଇ ଜଣଙ୍କୁ ଗୋଡାଇ କାମୁଡ଼ିଲା

କେନ୍ଦୁଝର,୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ରାଇକାଳା ଗାଁରେ ସୋମବାର ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ନିକଟରେ ହୁଡ଼ିକୁ ଯାଇଥିବା ଦୁଇ ବ୍ୟକ୍ତିଙ୍କୁ ଚାରି ଭାଲୁଛୁଆ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଚମ୍ପୁଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଉକ୍ତ ଗ୍ରାମର ଦେବରାଜ ବାରିକ (୩୦) ଓ ସୁମିତ୍ରା ମହାନ୍ତ (୪୫) ବୋଲି ଜଣା ପଡ଼ିଛି। ଭାଲୁଛୁଆ ଗୁଡ଼ିକ ଉକ୍ତ ହୁଡ଼ିରେ ଥିବା ବେଳେ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ଖବରପାଇ ବନ ବିଭାଗ ପହଞ୍ଚି ତଦନ୍ତ ଚଳାଇଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ଗାଁରେ ଭାଲୁ ଆତଙ୍କ: ଦୁଇ ଜଣଙ୍କୁ ଗୋଡାଇ କାମୁଡ଼ିଲା appeared first on Dharitri Odia News.