ମୁଖ୍ୟମନ୍ତ୍ରୀଙ୍କ ପୁଣି ତିନି ଦିନିଆ କେନ୍ଦୁଝର ଜିଲା ଗ୍ରସ୍ତ, ସରକାରୀ-ଘରୋଇ କାର୍ଯ୍ୟକ୍ରମରେ ହେବେ ସାମିଲ
କେନ୍ଦୁଝର,୧୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା କାଲି ତିନି ଦିନିଆ ଗସ୍ତରେ କେନ୍ଦୁଝର ଜିଲା ଗସ୍ତରେ ଆସିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେ ସଦର ଓ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ସରକାରୀ ଓ ଘରୋଇ କାର୍ଯ୍ୟକ୍ରମରେ ସାମିଲ ହେବେ। ଆସନ୍ତା କାଲି ସ୍ବତନ୍ତ୍ର ଏୟାର କ୍ରାଫ୍ଟରେ ସକାଳ ୯.୨୫ରେ ଭୁବନେଶ୍ୱରରୁ ବାହାରି କେନ୍ଦୁଝର ଆସି ସଦର ବ୍ଲକ ରାଇସୁଆଁ ଏୟାର ଷ୍ଟ୍ରିପରେ ପୂର୍ବାହ୍ନ […] The post ମୁଖ୍ୟମନ୍ତ୍ରୀଙ୍କ ପୁଣି ତିନି ଦିନିଆ କେନ୍ଦୁଝର ଜିଲା ଗ୍ରସ୍ତ, ସରକାରୀ-ଘରୋଇ କାର୍ଯ୍ୟକ୍ରମରେ ହେବେ ସାମିଲ appeared first on Dharitri Odia News.
କେନ୍ଦୁଝର,୧୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା କାଲି ତିନି ଦିନିଆ ଗସ୍ତରେ କେନ୍ଦୁଝର ଜିଲା ଗସ୍ତରେ ଆସିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେ ସଦର ଓ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ସରକାରୀ ଓ ଘରୋଇ କାର୍ଯ୍ୟକ୍ରମରେ ସାମିଲ ହେବେ। ଆସନ୍ତା କାଲି ସ୍ବତନ୍ତ୍ର ଏୟାର କ୍ରାଫ୍ଟରେ ସକାଳ ୯.୨୫ରେ ଭୁବନେଶ୍ୱରରୁ ବାହାରି କେନ୍ଦୁଝର ଆସି ସଦର ବ୍ଲକ ରାଇସୁଆଁ ଏୟାର ଷ୍ଟ୍ରିପରେ ପୂର୍ବାହ୍ନ ୧୦ଟା ସମୟରେ ଓହ୍ଲାଇବେ। ସେଠାରୁ ପୂର୍ବାହ୍ନ ୧୦.୨୫ ରେ ସିଧାସଳଖ ବାଲିଆଗୋଡା ନିକଟ ଅଶୋକ ବାଟିକା ଯାଇ ୭ମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀରେ ଯୋଗଦେବେ। ସେଠାରୁ ମଧ୍ୟାହ୍ନ ୧୨.୦୫ ରେ ମୁକୁନା ଯାଇ ସତ୍ୟନାରାୟଣ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେବେ। ଅପରାହ୍ନ ୪ଟାରେ ମଇଦାନ କେଲ ଯାଇ ତାଳପଦା ଫୁଟବଲ ପ୍ରତିଯୋଗିତାରର ଫାଇନାଲ ମ୍ୟାଚରେ ଯୋଗ ଦେବେ। ସେଠାରୁ ସନ୍ଧ୍ୟା ୬.୩୦ରେ ସ୍ଥାନୀୟ ଅଡ଼ିଟରିଅମକୁ ଯାଇ ସରସତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେବେ। ସ୍ଥାନୀୟ ସର୍କିଟ ହାଉସରେ ରାତ୍ର ରହଣି କରି ବୁଧବାର ପୁରୁଣା ସହର ସିଦ୍ଧ ମଠରେ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେଠାରୁ ଫେରି ମଧ୍ୟାହ୍ନ ୧୨.୧୫ ରେ ଅଡ଼ିଟରିଅମରେ ଏକ ସ୍ବେଚ୍ଛାସେବୀ ସଂଗଠନର ବାର୍ଷିକ ଉତ୍ସବରେ ଯୋଗଦେବେ। ସନ୍ଧ୍ୟା ୭ଟାରେ କାଳିପଡିଆଠାରେ ହେବାକୁ ଥିବା ଗୋନାଶିକା ମହୋତ୍ସବକୁ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ସେଠାରୁ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସ ଯାଇ ବିଶ୍ରାମ ନେବେ। ଗୁରୁବାର ଦିନ ପୂର୍ବାହ୍ନ ୧୧ଟାରେ ଚମ୍ପୁଆ ଯାଇ ମହତାବ ସରକାରୀ ହାଇସ୍କୁଲର ହିରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ। ସେଠାରୁ ଅପରାହ୍ନରେ ଫେରି କେନ୍ଦୁଝର ସର୍କିଟ ହାଉସରେ ବିଶ୍ରାମ ନେଇ ଅପରାହ୍ନ ୩.୩୦ରେ ଏୟାର କ୍ରାଫ୍ଟ ରେ ଭୁବନେଶ୍ୱର ଫେରିବେ ବୋଲି ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟି କୋଣରୁ ପୋଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥାନ ଯିବା ଆସିବା ରାସ୍ତାରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। କାର୍ଯ୍ୟକ୍ରମ ସ୍ଥଳ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି।
The post ମୁଖ୍ୟମନ୍ତ୍ରୀଙ୍କ ପୁଣି ତିନି ଦିନିଆ କେନ୍ଦୁଝର ଜିଲା ଗ୍ରସ୍ତ, ସରକାରୀ-ଘରୋଇ କାର୍ଯ୍ୟକ୍ରମରେ ହେବେ ସାମିଲ appeared first on Dharitri Odia News.