ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ, ଅଘଟଣ ଶୂନ୍ୟ ଯାତ୍ରା ପାଇଁ ସରକାରଙ୍କ ଗୁରୁତ୍ୱ

ପୁରୀ ୨୨।୦୬ : ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ସମୀକ୍ଷା ବୈଠକ। ବୈଠକ‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୂଚନା। ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ସମସ୍ତଙ୍କ ସହଯୋଗରେ ଚଳିତ ବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ହେବ। ରଥଯାତ୍ରା ସହିତ ସଂଶ୍ଳିଷ୍ଟ ସମସ୍ତ ଅଧିକାରୀ ମାନେ ଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରଥଯାତ୍ରାରେ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ପୁରୀ ରଥଯାତ୍ରା ହେଉଛି ବିଶ୍ବର ସବୁଠାରୁ ବଡ଼ ଯାତ୍ରା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥାନ୍ତି। ଅଘଟଣ ଶୂନ୍ୟ ଯାତ୍ରା ପାଇଁ ବିଶେଷ ଗୁରୁତ୍ବ ଦେଇଛନ୍ତି ସରକାର। AI କ୍ୟାମେରା ଏବଂ ଡ୍ରୋନ୍ ଦ୍ବାରା ତୀକ୍ଷ୍ଣ ନଜର ରଖାଯିବ। ଅଗ୍ନିଶମ ବିଭାଗ ଓ ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯାଇଛି। ଓ୍ବାଚ ଟାଓ୍ବାର ସହିତ ବାଇନାକୁଲର ଧାରୀ ପୋଲିସ ବଡ଼ ଅଟାଳିକା ଉପରେ ମୁତୟନ ହେବେ। ଆତଙ୍କୀବାଦୀ ଘଟଣା ପ୍ରତିହତ ପାଇଁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଦଳାଚକଟା ଏବଂ ଗୁଜବକୁ ପ୍ରତିହତ ପାଇଁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି।‌ ସେହିପରି ସମୁଦ୍ରରେ ଅଘଟଣ ରୋକିବା ପାଇଁ ଆବଶ୍ୟକ ସଂଖ୍ୟକ ଲାଇଫ ଗାର୍ଡ ଏବଂ ନୋଳିଆଙ୍କୁ ମୁତୟନ କରାଯିବ। ସମୁଦ୍ର ଭିତରେ କୋଷ୍ଟ ଗାର୍ଡ କ

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ, ଅଘଟଣ ଶୂନ୍ୟ ଯାତ୍ରା ପାଇଁ ସରକାରଙ୍କ ଗୁରୁତ୍ୱ

ପୁରୀ ୨୨।୦୬ : ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ସମୀକ୍ଷା ବୈଠକ। ବୈଠକ‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୂଚନା। ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ସମସ୍ତଙ୍କ ସହଯୋଗରେ ଚଳିତ ବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ହେବ। ରଥଯାତ୍ରା ସହିତ ସଂଶ୍ଳିଷ୍ଟ ସମସ୍ତ ଅଧିକାରୀ ମାନେ ଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରଥଯାତ୍ରାରେ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ପୁରୀ ରଥଯାତ୍ରା ହେଉଛି ବିଶ୍ବର ସବୁଠାରୁ ବଡ଼ ଯାତ୍ରା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥାନ୍ତି। ଅଘଟଣ ଶୂନ୍ୟ ଯାତ୍ରା ପାଇଁ ବିଶେଷ ଗୁରୁତ୍ବ ଦେଇଛନ୍ତି ସରକାର। AI କ୍ୟାମେରା ଏବଂ ଡ୍ରୋନ୍ ଦ୍ବାରା ତୀକ୍ଷ୍ଣ ନଜର ରଖାଯିବ। ଅଗ୍ନିଶମ ବିଭାଗ ଓ ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯାଇଛି। ଓ୍ବାଚ ଟାଓ୍ବାର ସହିତ ବାଇନାକୁଲର ଧାରୀ ପୋଲିସ ବଡ଼ ଅଟାଳିକା ଉପରେ ମୁତୟନ ହେବେ। ଆତଙ୍କୀବାଦୀ ଘଟଣା ପ୍ରତିହତ ପାଇଁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଦଳାଚକଟା ଏବଂ ଗୁଜବକୁ ପ୍ରତିହତ ପାଇଁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି।‌ 

ସେହିପରି ସମୁଦ୍ରରେ ଅଘଟଣ ରୋକିବା ପାଇଁ ଆବଶ୍ୟକ ସଂଖ୍ୟକ ଲାଇଫ ଗାର୍ଡ ଏବଂ ନୋଳିଆଙ୍କୁ ମୁତୟନ କରାଯିବ। ସମୁଦ୍ର ଭିତରେ କୋଷ୍ଟ ଗାର୍ଡ କଡା ପାଟ୍ରୋଲିଂ କରିବେ। ଆକାଶ ମାର୍ଗରୁ ହେଲିକପ୍ଟର ମାଧ୍ୟମ ରେ କଡ଼ା ନଜର ରଖାଯିବ। ଅନୁକୂଳ ପାଗ ଯୋଗୁ ବ୍ୟାପକ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ। ଦୁର୍ଘଟଣା ରୋକିବା ଉପରେ ଏବଂ ଦୁର୍ଘଟଣା ଘଟିଲେ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଗୁରୁତ୍ବ ଦିଆଯାଇଛି। ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଗାଡ଼ି ସୁରୁଖୁରୁରେ ଚଳାଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।‌ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ନହେବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି।‌