ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାମ୍ବାଦିକ : ସର୍ବଜନ କଲ୍ୟାଣକାରୀ ବଜେଟ୍ ପାଇଁ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର ୨୬।୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ପ୍ରକୋଷ୍ଠରେ ସାମ୍ବାଦିକମାନେ ଭେଟିଛନ୍ତି । ରାଜ୍ୟବାସୀଙ୍କ ପାଇଁ ଏକ ଉତ୍ତମ, ବିକାଶ ଅଭିମୁଖୀ ଓ ସର୍ବଜନ କଲ୍ୟାଣକାରୀ ବଜେଟ୍ ଉପସ୍ଥାପିତ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ସହିତ ସାମ୍ବାଦିକମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଏସବୁ ବିଷୟରେ ଅବଗତ ଅଛନ୍ତି । ସାମ୍ବାଦିକମାନଙ୍କର ଯାହା ସମସ୍ୟା ରହିଛି ସେସବୁ ସରକାର ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନେବେ । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି, ଜିତେନ୍ଦ୍ର ପଟ୍ଟନାୟକ, ପ୍ରଦୀପ୍ତ ମହାପାତ୍ର, ହରିହର ଚାନ୍ଦ, ପ୍ରଶାନ୍ତ ସ୍ଵାଇଁ, ପ୍ରିତିକାନ୍ତ ନାୟକ, ସୁଜିତ ବିଶୋଇ, ଦେବାଶିଷ ସାସମଲ୍, ବିଶ୍ବରଂଜନ ମହାପାତ୍ର, ସୌମ୍ୟ ରଞ୍ଜନ ସାହୁ, ପ୍ରଦୀପ୍ତ ମହାପାତ୍ରଙ୍କ ସହ ଅନେକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।You Can Read:କେନ୍ଦୁଝର ଓ ସୋନପୁରରେ ହେବ ESI ହସ୍ପିଟାଲ, ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାମ୍ବାଦିକ : ସର୍ବଜନ କଲ୍ୟାଣକାରୀ ବଜେଟ୍ ପାଇଁ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର ୨୬।୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ପ୍ରକୋଷ୍ଠରେ ସାମ୍ବାଦିକମାନେ ଭେଟିଛନ୍ତି । ରାଜ୍ୟବାସୀଙ୍କ ପାଇଁ ଏକ ଉତ୍ତମ, ବିକାଶ ଅଭିମୁଖୀ ଓ ସର୍ବଜନ କଲ୍ୟାଣକାରୀ ବଜେଟ୍ ଉପସ୍ଥାପିତ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। 

ଏହା ସହିତ ସାମ୍ବାଦିକମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଏସବୁ ବିଷୟରେ ଅବଗତ ଅଛନ୍ତି । ସାମ୍ବାଦିକମାନଙ୍କର ଯାହା ସମସ୍ୟା ରହିଛି ସେସବୁ ସରକାର ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନେବେ । 

ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି, ଜିତେନ୍ଦ୍ର ପଟ୍ଟନାୟକ, ପ୍ରଦୀପ୍ତ ମହାପାତ୍ର, ହରିହର ଚାନ୍ଦ, ପ୍ରଶାନ୍ତ ସ୍ଵାଇଁ, ପ୍ରିତିକାନ୍ତ ନାୟକ, ସୁଜିତ ବିଶୋଇ, ଦେବାଶିଷ ସାସମଲ୍, ବିଶ୍ବରଂଜନ ମହାପାତ୍ର, ସୌମ୍ୟ ରଞ୍ଜନ ସାହୁ, ପ୍ରଦୀପ୍ତ ମହାପାତ୍ରଙ୍କ ସହ ଅନେକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।

You Can Read:

କେନ୍ଦୁଝର ଓ ସୋନପୁରରେ ହେବ ESI ହସ୍ପିଟାଲ, ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ