ମୁଖ୍ୟସଚିବଙ୍କ କଡା ନିର୍ଦ୍ଦେଶ, କାର୍ଯ୍ୟରେ ଅବହେଳା କଲେ ଅବସର ପୂର୍ବରୁ ବିଦା ହେବେ ବାବୁ

କାର୍ଯ୍ୟରେ ଅବବେଳା କିମ୍ବା ସାଧୁତାର ଅଭାବ ଦେଖାଦେଲ ଏଣିକି ସରକାରୀ ଛାଟ ବାଜିବ। ଅବସର ପୂର୍ବରୁ ଚାକିରୁ ବହିଷ୍କାର କରାଯିବ। ଏନେଇ କଡା ଚେତାବନୀ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏପିଜି) ବିଭାଗର ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି । ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ଆଜି ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଆଜି ସରକାରଙ୍କ […] The post ମୁଖ୍ୟସଚିବଙ୍କ କଡା ନିର୍ଦ୍ଦେଶ, କାର୍ଯ୍ୟରେ ଅବହେଳା କଲେ ଅବସର ପୂର୍ବରୁ ବିଦା ହେବେ ବାବୁ appeared first on Odisha.News.

ମୁଖ୍ୟସଚିବଙ୍କ କଡା ନିର୍ଦ୍ଦେଶ, କାର୍ଯ୍ୟରେ ଅବହେଳା କଲେ ଅବସର ପୂର୍ବରୁ ବିଦା ହେବେ ବାବୁ

କାର୍ଯ୍ୟରେ ଅବବେଳା କିମ୍ବା ସାଧୁତାର ଅଭାବ ଦେଖାଦେଲ ଏଣିକି ସରକାରୀ ଛାଟ ବାଜିବ। ଅବସର ପୂର୍ବରୁ ଚାକିରୁ ବହିଷ୍କାର କରାଯିବ। ଏନେଇ କଡା ଚେତାବନୀ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏପିଜି) ବିଭାଗର ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି ।

ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ଆଜି ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଆଜି ସରକାରଙ୍କ ସମସ୍ତ ବିଭାଗର ସଚିବ ମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ସେବା କ୍ୟାଡ ର ନିୟମ-୭୧( ଧାରା-କ) ଅନୁଯାୟୀ ସରକାରୀ କର୍ମଚାରୀଙ୍କ ଅକାଳ ଅବସର(ପ୍ରି-ମାଚ୍ୟୁର ରିଟାୟରମେଣ୍ଟ) ମାମଲାର ସମାଧାନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ ପ୍ରଶାସନିକ ଦକ୍ଷତାକୁ ସୁନିଶ୍ଚିତ କରିବା ନିମନ୍ତେ ଜିଏ ଓ ପିଜି ବିଭାଗର ସର୍କୁଲାର ନଂ ୨୭୦୩୭ ତାରିଖ ୨୪.୦୯.୨୦୧୯ରେ ନିର୍ଦ୍ଦେଶନାମା ଜାରି କରାଯାଇଛି ।

The post ମୁଖ୍ୟସଚିବଙ୍କ କଡା ନିର୍ଦ୍ଦେଶ, କାର୍ଯ୍ୟରେ ଅବହେଳା କଲେ ଅବସର ପୂର୍ବରୁ ବିଦା ହେବେ ବାବୁ appeared first on Odisha.News.