ମୁଡ ଅଫ ଦି ନେସନ୍ ପୋଲ୍ : ଆଜି ଭୋଟ୍ ହେଲେ କେଉଁ ଦଳ କେଉଁ ରାଜ୍ୟରେ କେତେ ଆସନରେ ଜିତିବେ
ନୂଆଦିଲ୍ଲୀ : ଯଦି ଆଜି ଲୋକସଭା ଭୋଟ୍ ହୁଏ ତେବେ ମୁଡ ଅଫ ଦି ନେସନ ପୋଲ୍ ଅନୁଯାୟୀ କେଉଁ ରାଜ୍ୟରେ ରାଜନୈତିକ ଦଳ ଗୁଡ଼ିକ କେତେ ଆସନରେ ଜିତିବେ। ଆନ୍ଧ୍ରପ୍ରଦେଶ : ଚନ୍ଦ୍ରବାବୁ ନାଇଡ଼ୁଙ୍କ ଦଳ ଟିଡିପି (ତେଲୁଗୁ ଦେଶମ ପାର୍ଟି) ଆନ୍ଧ୍ରପ୍ରଦେଶରେ ୨୫ ଲୋକସଭା ଆସନରୁ ୧୭ଟି ଆସନରେ ଜିତିବ। ୱାଇଏସ୍ଆର କଂଗ୍ରେସ ପାର୍ଟି ମାତ୍ର ୮ଟି ଆସନରେ ଜିତିପାରିବ। ଆସାମ : ଆସାମରେ ଏନଡିଏର ଦବଦବା ରହିବ। ଏନଡିଏ ଆସାମରେ ୧୪ଟି ଆସନରୁ […]

ନୂଆଦିଲ୍ଲୀ : ଯଦି ଆଜି ଲୋକସଭା ଭୋଟ୍ ହୁଏ ତେବେ ମୁଡ ଅଫ ଦି ନେସନ ପୋଲ୍ ଅନୁଯାୟୀ କେଉଁ ରାଜ୍ୟରେ ରାଜନୈତିକ ଦଳ ଗୁଡ଼ିକ କେତେ ଆସନରେ ଜିତିବେ।
ଆନ୍ଧ୍ରପ୍ରଦେଶ : ଚନ୍ଦ୍ରବାବୁ ନାଇଡ଼ୁଙ୍କ ଦଳ ଟିଡିପି (ତେଲୁଗୁ ଦେଶମ ପାର୍ଟି) ଆନ୍ଧ୍ରପ୍ରଦେଶରେ ୨୫ ଲୋକସଭା ଆସନରୁ ୧୭ଟି ଆସନରେ ଜିତିବ। ୱାଇଏସ୍ଆର କଂଗ୍ରେସ ପାର୍ଟି ମାତ୍ର ୮ଟି ଆସନରେ ଜିତିପାରିବ।
ଆସାମ : ଆସାମରେ ଏନଡିଏର ଦବଦବା ରହିବ। ଏନଡିଏ ଆସାମରେ ୧୪ଟି ଆସନରୁ ୧୨ଟି ଆସନରେ ଜିତିବ।
ବିହାର : ବିହାରରେ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏର ଆସନ ସଂଖ୍ୟା କମିବ। ବିହାରରେ ୪୦ ଆସନରୁ ଏନଡିଏ ୩୨ ଆସନରେ ଜିତିବ ବୋଲି ମୁଡ ଅଫ ଦି ନେସନ୍ ପୋଲରୁ ଜଣାପଡ଼ିଛି।
ଦିଲ୍ଲୀ : ବିଜେପି ଦିଲ୍ଲୀରେ ସମସ୍ତ ୭ ଟି ଲୋକସଭା ଆସନରେ ଜିତିବ ବୋଲି ଆକଳନ କରାଯାଇଛି।
ଗୁଜରାଟ : ଗୁଜରାଟରେ ବିଜେପି ସମସ୍ତ ୨୬ ଲୋକସଭା ଆସନରେ ଜିତିବ।
ହରିୟାଣା : ହରିୟାଣାରେ ୧୦ ଲୋକସଭା ଆସନରୁ ଏନଡିଏ ୮ଟି ଆସନରେ ଜିତିବ ଏବଂ ଇଣ୍ଡିଆ ମେଣ୍ଟ ୨ଟି ଆସନରେ ଜିତିବ ବୋଲି ଆକଳନ କରାଯାଇଛି।
ହିମାଚଳପ୍ରଦେଶ : ହିମାଚଳପ୍ରଦେଶରେ ଏନଡିଏର ବିପୁଳ ବିଜୟ ହେବ। ବିଜେପିର ଭୋଟ୍ ସେୟାର ୬୦ ପ୍ରତିଶତ ରହିବ।
ଝାଡ଼ଖଣ୍ଡ : ୧୪ ଆସନରୁ ୧୨ଟିରେ ଏନଡିଏ ଜିତିବ ଏବଂ ବାକି ୨ଟି ଆସନରେ ଇଣ୍ଡିଆ ମେଣ୍ଟ ଜିତିବ।
କର୍ଣ୍ଣାଟକ: କର୍ଣ୍ଣାଟକରେ ବିଜେପି ନେତୃତ୍ବାଧୀନ ଏନଡିଏ ୨୮ ଲୋକସଭା ଆସନରୁ ୨୪ଟିରେ ଜିତିବ ଏବଂ ଇଣ୍ଡିଆ ମେଣ୍ଟ ୨ଟି ଆସନରେ ଜିତିବ
କେରଳ: ବାମ ଶାସିତ କେରଳରେ ଇଣ୍ଡିଆ ମେଣ୍ଟର ବାଜିମାତ୍ ହେବ। କେରଳରେ ସମସ୍ତ ୨୦ଟି ଲୋକସଭା ଆସନରେ ଇଣ୍ଡିଆ ମେଣ୍ଟର ବିଜୟ ହେବ।
ମହାରାଷ୍ଟ୍ର : ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟ ୨୬ ଆସନରେ ଜିତିବ ବୋଲି ଆଶା କରାଯାଉଛି। ବିଜେପି-ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ)- ଏନସିପି (ଅଜିତ ପାୱାର ଗୋଷ୍ଠୀ) ମେଣ୍ଟ ୨୨ ଆସନରେ ଜିତିବ।
ମଧ୍ୟପ୍ରଦେଶ : ୨୯ ଲୋକସଭା ଆସନରୁ ବିଜେପି ୨୭ ଆସନରେ ଜିତିବ। ଅନ୍ୟପକ୍ଷେ ଇଣ୍ଡିଆ ମେଣ୍ଟ ୨ଟି ଆସନରେ ଜିତିବ।
ପଂଜାବ : ପଂଜାବରେ ଉଭୟ ଆପ୍ ଏବଂ କଂଗ୍ରେସ ଦଳ ୫ଟି ଲେଖାଏଁ ଆସନରେ ଜିତିବୋ। ଅନ୍ୟପକ୍ଷେ ବିଜେପି ୨ଟି ଆସନରେ ଜିତିବ।
ରାଜସ୍ଥାନ : ସମସ୍ତ ୨୫ ଆସନରେ ଏନଡିଏର ବିପୁଳ ବିଜୟ ହେବ
ତାମିଲନାଡ଼ୁ : ତାମିଲନାଡ଼ୁରେ ସମସ୍ତ ୩୯ ଆସନରେ ଇଣ୍ଡିଆ ମେଣ୍ଟର ବିଜୟ ହେବ
ତେଲେଙ୍ଗାନା : ତେଲେଙ୍ଗାନାରେ ୧୭ ଆସନରୁ ଇଣ୍ଡିଆ ମେଣ୍ଟ ୧୦ ଆସନରେ ଜିତିବ ବୋଲି ଆକଳନ କରାଯାଇଛି। ବିଜେପି ନେତୃତ୍ବାଧୀନ ଏନଡିଏ ୩ଟି ଆସନରେ ଜିତିବ।
ଉତ୍ତରପ୍ରଦେଶ : ଏନଡିଏ ଉତ୍ତରପ୍ରଦେଶରେ ୮୦ ଆସନରୁ ୭୨ଟି ଆସନରେ ଜିତିବ। ଅନ୍ୟପକ୍ଷେ ଇଣ୍ଡିଆ ମେଣ୍ଟ ୮ଟି ଆସନରେ ଜିତିବ।
ଉତ୍ତରାଖଣ୍ଡ : ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଉତ୍ତରାଖଣ୍ଡରେ ସମସ୍ତ ୫ଟି ଆସନରେ ଜିତିବ।