ମୁଡ୍ ଅଫ ଦି ନେସନ୍ : ଗୁଜରାଟରେ ସମସ୍ତ ୨୬ ଆସନରେ ଜିତି ହାଟ ଟ୍ରିକ୍ ମାରିବ ବିଜେପି

ନୂଆଦିଲ୍ଲୀ : ଖୁବଶୀଘ୍ର ୨୦୨୪ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ତେବେ ଲୋକସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ୍ ଜନମତ ଅନୁଯାୟୀ ଚଳିତ ଥର ମଧ୍ୟ ବିଜେପିର ବାଜିମାତ ହେବ। ମୁଡ ଅଫ ଦି ନେସନ ସର୍ଭେ ଅନୁଯାୟୀ ଗୁଜରାଟରେ ସମସ୍ତ ୨୬ ଲୋକସଭା ଆସନରେ ବିଜେପି ଜିତିବ ଏବଂ ହାଟ ଟ୍ରିକ୍ କରିବ। ଉଲ୍ଲେଖଯୋଗ୍ୟ ଯେ ପୂର୍ବ ୨ଟି ଲୋକସଭା ନିର୍ବାଚନରେ ବିଜେପି ଗୁଜରାଟର ସମସ୍ତ […]

ମୁଡ୍ ଅଫ ଦି ନେସନ୍ : ଗୁଜରାଟରେ ସମସ୍ତ ୨୬ ଆସନରେ ଜିତି ହାଟ ଟ୍ରିକ୍ ମାରିବ ବିଜେପି

ନୂଆଦିଲ୍ଲୀ : ଖୁବଶୀଘ୍ର ୨୦୨୪ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ତେବେ ଲୋକସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ୍ ଜନମତ ଅନୁଯାୟୀ ଚଳିତ ଥର ମଧ୍ୟ ବିଜେପିର ବାଜିମାତ ହେବ। ମୁଡ ଅଫ ଦି ନେସନ ସର୍ଭେ ଅନୁଯାୟୀ ଗୁଜରାଟରେ ସମସ୍ତ ୨୬ ଲୋକସଭା ଆସନରେ ବିଜେପି ଜିତିବ ଏବଂ ହାଟ ଟ୍ରିକ୍ କରିବ। ଉଲ୍ଲେଖଯୋଗ୍ୟ ଯେ ପୂର୍ବ ୨ଟି ଲୋକସଭା ନିର୍ବାଚନରେ ବିଜେପି ଗୁଜରାଟର ସମସ୍ତ ୨୬ ଆସନରେ ଜିତିଥିଲା। ଆଗାମୀ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପିର ହିଁ ବିଜୟ ହେବ। ସମସ୍ତ ଲୋକସଭା ଆସନରେ ୩୫,୮୦୧ ମତଦାତାଙ୍କ ମତ ଆଧାରରେ ଏହି ସର୍ଭେ କରାଯାଇଛି। ୨୦୨୩ ଡିସେମ୍ବର ୧୫ରୁ ୨୦୨୪ ଜାନୁଆରି ୨୮ ମଧ୍ୟରେ ସର୍ଭେ କରାଯାଇଛି। ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ଗୁଜରାଟରେ ରେକର୍ଡ କରିବାପରେ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛି। ୨୦୨୨ ନିର୍ବାଚନରେ ବିଜେପି ୧୮୨ ଆସନରୁ ୧୫୬ଟି ଆସନରେ ଜିତିଥିଲା। ଗୁଜରାଟରେ ଏହା ବିଜେପିର ଲଗାତାର ସପ୍ତମ ବିଜୟ ଥିଲା।