ମୁଣ୍ଡରେ ମାଉଜର ଲଗାଇ ଲୁଟି ନେଲେ ୬ଲକ୍ଷ ଟଙ୍କା: ରାଉରକେଲା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ନିକଟରେ ଘଟିଛି ଘଟଣା
କନକ ବ୍ୟୁରୋ : ମୁଣ୍ଡରେ ମାଉଜର ଲଗାଇ ଲୁଟି ନେଲେ ୬ଲକ୍ଷ ଟଙ୍କା । ରାଉରକେଲା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ନିକଟରେ ଘଟିଛି ଏହି ଘଟଣା । ୩ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଆସି ଶିବଶଙ୍କର ନାମକ ଯୁବକଙ୍କ ଠାରୁ ୬ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଶିବଶଙ୍କର ଲଜିସ୍ଟିକ କମ୍ପାନୀରେ କାମ କରନ୍ତି। ଆଜି ୬ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଡିପୋଜିଟ ପାଇଁ ଯାଉଥିବା ବେଳେ, ୩ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଆସି ପ୍ରଥମେ ଯୁବକଙ୍କୁ ଠେଲି ଦେଇଥିଲେ, ପରେ ମୁଣ୍ଡରେ ମାଉଜର ଲଗାଇ ଟଙ୍କା ବ୍ୟାଗ ଧରି ଫେରାର ହୋଇଯାଇଥିଲେ । ଖବର ପାଇ ରଘୁନାଥପଲ୍ଲୀ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଲୁଟର ଶିକାର ଯୁବକକଙ୍କୁ ଧରି ଲୁଟ ଅଂଚଳରେ ଲାଗିଥିବା ସିସିଟିଭି ଗୁଡ଼ିକର ଯାଞ୍ଚ କରୁଛି। ସହରର ବିଭିନ୍ନ ଛକରେ ପୋଲିସର ଖାନ୍ତଲାସି ଜାରି ରହିଛି ।