ମୁନା ଖାନଙ୍କ ବଡ଼ ବୟାନ; ଖୁବଶୀଘ୍ର ସରକାରକୁ ଫେରିବ ବିଜୁ ଜନତା ଦଳ

ନବରଙ୍ଗପୁର: ପୁଣି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ବିଜେଡି ରାଜ୍ୟସଭା ସାଂସଦ ମୁନାଁ ଖାଁଙ୍କ ବୟାନ। ବିଜେପିର ୧୪ ବିଧାୟକ କାଳେ ବିଜେଡି ଲିଙ୍କରେ ଅଛନ୍ତି ବୋଲି ଦାବି କରିଛନ୍ତି ମୁନା ଖାଁ। ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ନବରଙ୍ଗପୁରରେ ଆୟୋଜିତ ଏକ ପଦଯାତ୍ରାରେ ସାମିଲ ହୋଇ ବିଜେପି ଓ ବିଜେଡିା ଭବିଷ୍ୟତ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି। ମୁନ୍ନା ଖାଁ କହିଥିଲେ, ବିଜେଡି ସରକାରକୁ ଆସିବା ପାଇଁ ଆମକୁ […]

ମୁନା ଖାନଙ୍କ ବଡ଼ ବୟାନ; ଖୁବଶୀଘ୍ର ସରକାରକୁ ଫେରିବ ବିଜୁ ଜନତା ଦଳ
munna khan

ନବରଙ୍ଗପୁର: ପୁଣି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ବିଜେଡି ରାଜ୍ୟସଭା ସାଂସଦ ମୁନାଁ ଖାଁଙ୍କ ବୟାନ। ବିଜେପିର ୧୪ ବିଧାୟକ କାଳେ ବିଜେଡି ଲିଙ୍କରେ ଅଛନ୍ତି ବୋଲି ଦାବି କରିଛନ୍ତି ମୁନା ଖାଁ। ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ନବରଙ୍ଗପୁରରେ ଆୟୋଜିତ ଏକ ପଦଯାତ୍ରାରେ ସାମିଲ ହୋଇ ବିଜେପି ଓ ବିଜେଡିା ଭବିଷ୍ୟତ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି।

ମୁନ୍ନା ଖାଁ କହିଥିଲେ, ବିଜେଡି ସରକାରକୁ ଆସିବା ପାଇଁ ଆମକୁ ୫ ବର୍ଷ ଯାଏ ଅପେକ୍ଷା କରିବାକୁ ପଡ଼ି ନ ପାରେ। ଭାଜପା ପାଖରେ ପ୍ରାର୍ଥୀ ନ ଥିଲେ। ଆମର ଅଧିକାଂଶ ଲୋକ ସେଠି ଅଛନ୍ତି। ସେ ଆହୁରି ମଧ୍ୟ କହିଥିଲେ, ମୁଁ ସଭାରେ କହିଛି ଭାଜପା ବିଧାୟକ ବିଜେଡି ସହ ଲିଙ୍କ୍‌ରେ ଅଛନ୍ତି । ମିଡିଆ ସାମ୍ନାରେ କିଛି କହିନାହିଁ। ଯାହା କହିଛି କର୍ମୀଙ୍କୁ କହିଛି। ଏହା ଆମର ରଣନୀତି। ମୁଁ ଏହାକୁ ମିଡିଆ ସାମ୍ନାରେ କହିପାରିବିନି। ସମୟକୁ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡି ଛାଡି ୨୨ ନେତା ଭାଜପାରେ ଯୋଗ ଦେଇଥିଲେ। ଏବେ ସେମାନେ ଭାଜପା ଟିକେଟ ପାଇ ବିଧାୟକ ହୋଇଛନ୍ତି। ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି।