ମୁମ୍ବାଇ ଇଣ୍ଡିଆନ୍ସର ନିରାଶାଜନକ ପ୍ରଦର୍ଶନକୁ ନେଇ ଏପରି କହିଲେ ନୀତା ଅମ୍ବାନୀ……

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଚଳିତ ୧୭ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଚାରିଟି ଦଳ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବା ସହ ଆଜି ଅହମ୍ମଦାବାଦ୍‌ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟର ଖେଳାଯିବ। ଆଜି ଟେବଲ ଟପ୍ପର କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ଏହି ନିର୍ଣ୍ଣାୟକ ମ୍ୟାଚ୍‌ର ବିଜୟୀ ଦଳ ସିଧାସଳଖ ଫାଇନାଲକୁ ଉଠିବ। କିନ୍ତୁ […]

ମୁମ୍ବାଇ ଇଣ୍ଡିଆନ୍ସର ନିରାଶାଜନକ ପ୍ରଦର୍ଶନକୁ ନେଇ ଏପରି କହିଲେ ନୀତା ଅମ୍ବାନୀ……
'It was a disappointing season', Nita Ambani's statement on MI's poor performance

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଚଳିତ ୧୭ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଚାରିଟି ଦଳ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବା ସହ ଆଜି ଅହମ୍ମଦାବାଦ୍‌ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟର ଖେଳାଯିବ। ଆଜି ଟେବଲ ଟପ୍ପର କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ଏହି ନିର୍ଣ୍ଣାୟକ ମ୍ୟାଚ୍‌ର ବିଜୟୀ ଦଳ ସିଧାସଳଖ ଫାଇନାଲକୁ ଉଠିବ। କିନ୍ତୁ ପରାଜିତ ଦଳ ପାଇଁ ଆଉ ଗୋଟିଏ ସୁଯୋଗ ରହିଛି। ପରାଜିତ ଦଳ କ୍ୱାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଖେଳାଯିବାକୁ ଥିବା ଏଲିମିନେଟର ବିଜୟୀ ଦଳକୁ ଭେଟିବ।

ତେବେ ଚଳିତ ସିଜିନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଛି।  ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ପଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା। ଦଳ ପଏଣ୍ଟ ଟେବୁଲରେ ଦଳ ଦଶମ ସ୍ଥାନରେ ରହିବା ସହ ୧୭ତମ ସଂସ୍କରଣରୁ ବିଦାୟ ନେଇଛି। ଏହାରି ମଧ୍ୟରେ ବର୍ତ୍ତମାନ ମୁମ୍ବାଇର ମାଲିକ ନୀତା ଅମ୍ବାନୀ ଦଳର ପ୍ରଦର୍ଶନ ନେଇ କହିବା ସମୟରେ ଏକ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଡ୍ରେସିଂ ରୁମରେ ଖେଳାଳିଙ୍କୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିବ।


ଆଇପିଏଲ୍ ୨୦୨୪ରେ ମୁମ୍ବାଇ ୧୪ ଟି ମ୍ୟାଚ ମଧ୍ୟରୁ କେବଳ ଚାରିଟି ଜିତିଥିଲା ​​। ଯାହା ସବୁଠୁ ଖରାପ ପଦର୍ଶନ ରହିଥିଲା। ଏହାକୁ ନେଇ ବର୍ତ୍ତମାନ ଦଳର ମାଲିକ ନୀତା ଅମ୍ବାନୀ କହିଛନ୍ତି ଯେ ଖେଳାଳିମାନେ ସେମାନଙ୍କର ଭୁଲ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ନୀତା ଅମ୍ବାନୀ କହିଛନ୍ତି, “ଆମ ସମସ୍ତଙ୍କ ପାଇଁ ଏକ ନିରାଶାଜନକ ସିଜିନ୍‌ ଥିଲା। ଆମେ ଯାହା ଚାହୁଁଥିଲେ ସେପରି ହେଲା ନାହିଁ। ତଥାପି ମୁଁ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ବଡ ପ୍ରଶଂସକ ଅଟେ। କେବଳ ଜଣେ ମାଲିକ ଭାବେ ନୁହଁନ୍ତି। ମୁଁ ଭାବୁଛି ମୁମ୍ବାଇ ଇଣ୍ଡିଆନ୍ସ ଜର୍ସି ପିନ୍ଧିବା ଏକ ବଡ କଥା। ମୁମ୍ବାଇ ଇଣ୍ଡିଆନ୍ସ ସହିତ ଜଡିତ ହେବା ମୋ ପାଇଁ ସମ୍ମାନର ବିଷୟ। ଏଥି ସହିତ ଚଳିତ ଋତୁରେ କଣ ଭୁଲ ରହିଲା ମୁଁ ଭାବୁଛି, ଆମେ ସମସ୍ତେ ଏହା ବିଷୟରେ ଚିନ୍ତା କରିବୁ।

ବିଶ୍ୱକପ ପାଇଁ ନୀତା ଅମ୍ବାନୀ ଭାରତୀୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏହି ସମୟ ମଧ୍ୟରେ ନୀତା ଅମ୍ବାନୀ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ମନୋନୀତ ଭାରତୀୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଆଗାମୀ ବିଶ୍ୱକପ ପାଇଁ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଏବଂ ଜସପ୍ରୀତ ବୁମ୍ରାଙ୍କୁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ବିଶ୍ୱକପ ପାଇଁ ରୋହିତ, ହାର୍ଦ୍ଦିକ, ସୂର୍ଯ୍ୟ ଏବଂ ବୁମରାଙ୍କୁ ଶୁଭେଚ୍ଛା। ଆମେ ଆଶା କରୁଛୁ ଆପଣ ଟି -୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ କରିବେ।”