ମୁମ୍ବାଇ-ଦିଲ୍ଲୀ ଲଢ଼େଇରୁ ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍
ପ୍ରଥମ ସଂସ୍କରଣରେ ବିଦେଶୀ ଖେଳାଳିଙ୍କ ଜଲୱା ଦେଖାଇଥିଲେ। ଏଥର ଭାରତୀୟ ଯୁବ ଖେଳାଳି ଆଗକୁ ଆସିବେ ବୋଲି ସମସ୍ତେ ଆଶା ରଖିଛନ୍ତି।
ମହିଳା ପ୍ରିମିୟର ଲିଗ(WPL)ର ୨୦୨୪ ସଂସ୍କରଣ ଆସନ୍ତାକାଲି ଠାରୁ ଆରମ୍ଭ ହେବ। WPLର ଦ୍ୱିତୀୟ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସଅପ ଦିଲ୍ଲୀ କ୍ୟାପିଟାଲ୍ସ ଲଢ଼େଇ କରିବେ। ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଏହି ବହୁପ୍ରତିକ୍ଷୀତ ମ୍ୟାଚ୍ ଆରମ୍ଭ ହେବ।
ପ୍ରଥମ ସଂସ୍କରଣରେ ବିଦେଶୀ ଖେଳାଳିଙ୍କ ଜଲୱା ଦେଖାଇଥିଲେ। ଏଥର ଭାରତୀୟ ଯୁବ ଖେଳାଳି ଆଗକୁ ଆସିବେ ବୋଲି ସମସ୍ତେ ଆଶା ରଖିଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ପାଖରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳି ରହିଛନ୍ତି।
ମୁମ୍ବାଇ ପାଖରେ ଥିବା ପ୍ରିୟଙ୍କା ବାଲା, ସାଇକା ଇସକା ଓ ୟାସ୍ତିକା ଭାଟିଆଙ୍କ ଭଳି ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ଦିଲ୍ଲୀ ପାଖରେ ଶେଫାଳି ବର୍ମା, ଜେମିମା ରୋଡ୍ରିଗସ ଓ ତିତାସ ସାଦ୍ଧୁଙ୍କ ଭଳି ଭାରତୀୟ ମହିଳା ଟିମର ଷ୍ଟାର କ୍ରିକେଟରମାନେ ରହିଛନ୍ତି।
ହରମନପ୍ରୀତ କୌରଙ୍କ ମୁମ୍ବାଇ ଇଣ୍ଡିଆନ୍ସ ୨୦୨୩ ଫାଇନାଲରେ ଦିଲ୍ଲୀକୁ ବେଶ ଚମତ୍କାର ଢଙ୍ଗରେ ହରାଇ ଚାମ୍ପିୟନ ହୋଇଥିଲା। ଏଥର ଦିଲ୍ଲୀ ପାଖରେ ଏହାର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି। ଦିଲ୍ଲୀର ଅଧିନାୟକ ମେଗ ଲାନିଙ୍ଗ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି।
5️⃣ Captains. 1️⃣ Goal