ମୁମ୍ବାଇ ଧୂଳିଝଡ଼ରେ ଭାଙ୍ଗିଲା ହୋଡିଂ, ୩ ମୃତ, ୫୯ ଆହତ

ମୁମ୍ବାଇ : ପ୍ରଚଣ୍ଡ ଧୂଳିଝଡ଼ରେ ଏକ ହୋଡିଂ ଭାଙ୍ଗି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୯ ଜଣ ଆହତ ହୋଇଥିବା ଜଣାଯାଇଛି । ହୋଡିଂ ତଳେ ଚାପି ହୋଇ ରହିଥିବା ୬୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଅଘଟଣ ଘଟିଛି ମୁମ୍ବାଇ ଘଟକୋପର ସ୍ଥିତ ପୋଲିସ ଗ୍ରାଉଣ୍ଡ ପେଟ୍ରୋଲ ପମ୍ପ ଅଂଚଳରେ । ପ୍ରଚଣ୍ଡ ଧୂଳିଝଡ ଯୋଗୁ ଏକ ହୋଡିଂ ଭାଙ୍ଗିଯାଇ ତଳେ ପଡିଥିଲା । ଫଳରେ ଏହା ତଳେ ଚାପି […] The post ମୁମ୍ବାଇ ଧୂଳିଝଡ଼ରେ ଭାଙ୍ଗିଲା ହୋଡିଂ, ୩ ମୃତ, ୫୯ ଆହତ appeared first on KNews Odisha.

ମୁମ୍ବାଇ ଧୂଳିଝଡ଼ରେ ଭାଙ୍ଗିଲା ହୋଡିଂ, ୩ ମୃତ, ୫୯ ଆହତ
hoarding

ମୁମ୍ବାଇ : ପ୍ରଚଣ୍ଡ ଧୂଳିଝଡ଼ରେ ଏକ ହୋଡିଂ ଭାଙ୍ଗି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୯ ଜଣ ଆହତ ହୋଇଥିବା ଜଣାଯାଇଛି । ହୋଡିଂ ତଳେ ଚାପି ହୋଇ ରହିଥିବା ୬୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଅଘଟଣ ଘଟିଛି ମୁମ୍ବାଇ ଘଟକୋପର ସ୍ଥିତ ପୋଲିସ ଗ୍ରାଉଣ୍ଡ ପେଟ୍ରୋଲ ପମ୍ପ ଅଂଚଳରେ ।

ପ୍ରଚଣ୍ଡ ଧୂଳିଝଡ ଯୋଗୁ ଏକ ହୋଡିଂ ଭାଙ୍ଗିଯାଇ ତଳେ ପଡିଥିଲା । ଫଳରେ ଏହା ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାସ୍ଥଳରେ ତୁରନ୍ତ ଏନଡିଆରଏଫ୍‌ ଟିମ ପହଞ୍ଚି ଅନ୍ୟମାନଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଅଘଟଣର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ । ସୂଚନାଯୋଗ୍ୟ, ଏହି ଧୂଜିଝଡ଼ ଯୋଗୁ ମୁମ୍ବାଇରେ ସଡ଼କ ପରିବହନ ଓ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବା ସହ ବହୁ ଗଛ ଉପୁଡି ପଡିଥିବା ଦେଖାଯାଇଛି ।

The post ମୁମ୍ବାଇ ଧୂଳିଝଡ଼ରେ ଭାଙ୍ଗିଲା ହୋଡିଂ, ୩ ମୃତ, ୫୯ ଆହତ appeared first on KNews Odisha.