ମୁମ୍ବାଇ ହସ୍ପିଟାଲରେ ହେଲା ଲାଲୁ ଯାଦବଙ୍କ ଆଞ୍ଜିଓପ୍ଲାଷ୍ଟି, ଦୁଇ ଦିନ ପୂର୍ବେ ହୋଇଥିଲେ ଭର୍ତ୍ତି
ମୁମ୍ବାଇ ୧୨।୯: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କର ମୁମ୍ବାଇର ଏକ ହସ୍ପିଟାଲରେ ଆଞ୍ଜିଓପ୍ଲାଷ୍ଟି ହୋଇଛି। ଗୁରୁବାର ଏହି ସୂଚନା ମିଳିଛି। ସୂତ୍ରଅନୁସାରେ ଲାଲୁଙ୍କୁ ସେପ୍ଟେମ୍ବର ୧୦ ତାରିଖ ଦିନ ମୁମ୍ବାଇର ଏସିୟାନ ହାର୍ଟ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା। ୭୬ବର୍ଷ ବୟଷ୍କ ଲାଲୁଙ୍କୁ ଦିନେ ଦୁଇଦିନ ମଧ୍ୟରେ ହସ୍ପିଟାଲରୁ ଛଡାଯାଇପାରେ ବୋଲି ଆକଳନ କରାଯାଉଛି। ନିକଟ ଅତୀତରେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ଏସିୟାନ ହାର୍ଟ ଇନିଷ୍ଟିଚ୍ୟୁଟରେ ଲାଲୁ ଯାଦବଙ୍କ ମହାଧମନୀ ଭାଲବ୍ ରିପ୍ଲେସମେଣ୍ଟ ସର୍ଜରୀ ହୋଇଥିଲା। ୨୦୧୪ ମସିହାରେ ହୋଇଥିବା ଏହି ସର୍ଜରୀ ଦୀର୍ଘ ୬ ଘଣ୍ଟାଧରି ଚାଲିଥିଲା। ସେ ୨୦୧୮ ଓ ୨୦୨୩ରେ ଫଲୋଅପ ଲାଗି ହସ୍ପିଟାଲକୁ ଯାଇଥିଲେ। ତେବେ ଗତ ସେପ୍ଟେମ୍ବର ୧୦ ତାରିଖରେ ତାଙ୍କୁ ଆଞ୍ଜିଓପ୍ଲାଷ୍ଟି ପାଇଁ ଡା. ସନ୍ତୋଷ ଦୋରା ଓ ଡା. ତିଲକ ସୁବର୍ଣ୍ଣା ଏସିୟାନ ହାର୍ଟ ଇନିଷ୍ଟିଚ୍ୟୁଟରେ ପୁଣି ଆଡମିସନ କରିଥିଲେ। ବୁଧବାର ତାଙ୍କଠାରେ ଏହି ଚିକିତ୍ସା କରାଯାଇଛି। ଯାହା ସଫଳ ହୋଇଥିବା କୁହାଯାଉଛି।
ମୁମ୍ବାଇ ୧୨।୯: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କର ମୁମ୍ବାଇର ଏକ ହସ୍ପିଟାଲରେ ଆଞ୍ଜିଓପ୍ଲାଷ୍ଟି ହୋଇଛି। ଗୁରୁବାର ଏହି ସୂଚନା ମିଳିଛି। ସୂତ୍ରଅନୁସାରେ ଲାଲୁଙ୍କୁ ସେପ୍ଟେମ୍ବର ୧୦ ତାରିଖ ଦିନ ମୁମ୍ବାଇର ଏସିୟାନ ହାର୍ଟ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା। ୭୬ବର୍ଷ ବୟଷ୍କ ଲାଲୁଙ୍କୁ ଦିନେ ଦୁଇଦିନ ମଧ୍ୟରେ ହସ୍ପିଟାଲରୁ ଛଡାଯାଇପାରେ ବୋଲି ଆକଳନ କରାଯାଉଛି। ନିକଟ ଅତୀତରେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା।
ଏସିୟାନ ହାର୍ଟ ଇନିଷ୍ଟିଚ୍ୟୁଟରେ ଲାଲୁ ଯାଦବଙ୍କ ମହାଧମନୀ ଭାଲବ୍ ରିପ୍ଲେସମେଣ୍ଟ ସର୍ଜରୀ ହୋଇଥିଲା। ୨୦୧୪ ମସିହାରେ ହୋଇଥିବା ଏହି ସର୍ଜରୀ ଦୀର୍ଘ ୬ ଘଣ୍ଟାଧରି ଚାଲିଥିଲା। ସେ ୨୦୧୮ ଓ ୨୦୨୩ରେ ଫଲୋଅପ ଲାଗି ହସ୍ପିଟାଲକୁ ଯାଇଥିଲେ। ତେବେ ଗତ ସେପ୍ଟେମ୍ବର ୧୦ ତାରିଖରେ ତାଙ୍କୁ ଆଞ୍ଜିଓପ୍ଲାଷ୍ଟି ପାଇଁ ଡା. ସନ୍ତୋଷ ଦୋରା ଓ ଡା. ତିଲକ ସୁବର୍ଣ୍ଣା ଏସିୟାନ ହାର୍ଟ ଇନିଷ୍ଟିଚ୍ୟୁଟରେ ପୁଣି ଆଡମିସନ କରିଥିଲେ। ବୁଧବାର ତାଙ୍କଠାରେ ଏହି ଚିକିତ୍ସା କରାଯାଇଛି। ଯାହା ସଫଳ ହୋଇଥିବା କୁହାଯାଉଛି।