ମୁମ୍ବାଇର ମୋର୍ଚ୍ଚା ସମ୍ଭାଳିଲେ ସର୍ଦୁଲ; ପ୍ରଥମ ଇନିଂସରେ ଅର୍ଦ୍ଧଶତକ, ଦ୍ବିତୀୟ ପାଳିରେ ଶତକ
ମୁମ୍ବାଇ: ରଣଜୀ ଟ୍ରଫି ଅଲିଟ୍ ଗ୍ରୁ ମ୍ୟାଚରେ ସାର୍ଦୁଲ ଠାକୁରଙ୍କ ସେଞ୍ଚୁରୀ । ଟିମ୍ ଇଣ୍ଡିଆର ମହାରଥୀମାନେ ଫେଲ୍ ମାରିଥିବା ବେଳେ ଲଡ୍ ଠାକୁର ଚମତ୍କାର ବ୍ୟାଟିଂ କରିଛନ୍ତି । ସେ ଜାମ୍ମୁ-କାଶ୍ମୀର ବିରୋଧରେ ପ୍ରଥମ ଇନିଂସରେ ଅର୍ଦ୍ଧଶତକ ଏବଂ ଦ୍ବିତୀୟ ପାଳିରେ ଶତକୀୟ ଇନିଂସ ଖେଳିଛନ୍ତି । ସର୍ଦୁଲ ଠାକୁର ବିସ୍ଫୋରକ ବ୍ୟାଟିଂ କରିଥିଲେ । ପ୍ରଥମ ପାଳିରେ ସେ ୫୭ ବଲରୁ ୫୧ ରନ ଏବଂ ଦ୍ବିତୀୟ ପାଳିରେ ୧୧୯ ବଲରେ ୧୧୩ ରନ୍ କରି ନଟଆଉଟ୍ ରହିଛନ୍ତି । ଏଥିରେ ୧୭ଟି ଚୌକା ରହିଛି । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ମୁମ୍ବାଇ ଟିମ୍ ସର୍ଦୁଲଙ୍କ ଶତକ ବଳରେ ୨୪୭ ରନ୍ ସଂଗ୍ରହ କରି ଜାମ୍ମୁ-କାଶ୍ମୀରକୁ ୧୮୮ ରନ ଲିଡ୍ ଦେଇଛି । ମୁମ୍ବାଇ ଏବଂ ଜାମ୍ମୁ-କାଶ୍ମୀର ମଧ୍ୟରେ ରଣଜୀ ମୁକାବିଲା ଜାରି ରହିଛି । ପ୍ରଥମ ଇନିଂସ ଭଳି ଦ୍ବିତୀୟ ପାଳିରେ ମଧ୍ୟ ରୋହିତ୍, ଜୈସ୍ବାଲ, ଶ୍ରେୟସ ଏବଂ ଅଧିନାୟକ ଆଜଙ୍କେ ରାହାଣେ ଫେଲ୍ ମାରିଥିଲେ । ମୁମ୍ବାଇ ଟିମ୍ ପ୍ରଥମ ଇନିଂସରେ ୧୨୦ ରନ୍ କରି ଅଲଆଉଟ୍ ହୋଇଥିଲା । ସେହିପରି ଦ୍ବିତୀୟ ପାଳି ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ମୁମ୍ବାଇ ଟିମ୍ ୯୧ ରନରେ ଷଷ୍ଠ ଓ୍ବିକେଟ୍ ଏବଂ ୧୦୧ ରନରେ ସପ୍ତମ ଓ୍ବିକେଟ୍ ହରାଇଥିଲା । ମାତ୍ର ଅଷ୍ଟମ ଓ୍ବିକେଟ୍ ଯୋଡ଼ି ସର୍ଦୁଲ ଠାକୁର ଏବଂ ତନୁଷ କୋଟିଆନ୍ ପାଳିକୁ ସମ୍ଭାଳି ନେଇଥିଲେ । ସର୍ଦୁଲ ଠାକୁର ୧୧୯ ବଲରେ ୧୧୩ ରନ୍ କରି ନଟ
ମୁମ୍ବାଇ: ରଣଜୀ ଟ୍ରଫି ଅଲିଟ୍ ଗ୍ରୁ ମ୍ୟାଚରେ ସାର୍ଦୁଲ ଠାକୁରଙ୍କ ସେଞ୍ଚୁରୀ । ଟିମ୍ ଇଣ୍ଡିଆର ମହାରଥୀମାନେ ଫେଲ୍ ମାରିଥିବା ବେଳେ ଲଡ୍ ଠାକୁର ଚମତ୍କାର ବ୍ୟାଟିଂ କରିଛନ୍ତି । ସେ ଜାମ୍ମୁ-କାଶ୍ମୀର ବିରୋଧରେ ପ୍ରଥମ ଇନିଂସରେ ଅର୍ଦ୍ଧଶତକ ଏବଂ ଦ୍ବିତୀୟ ପାଳିରେ ଶତକୀୟ ଇନିଂସ ଖେଳିଛନ୍ତି । ସର୍ଦୁଲ ଠାକୁର ବିସ୍ଫୋରକ ବ୍ୟାଟିଂ କରିଥିଲେ । ପ୍ରଥମ ପାଳିରେ ସେ ୫୭ ବଲରୁ ୫୧ ରନ ଏବଂ ଦ୍ବିତୀୟ ପାଳିରେ ୧୧୯ ବଲରେ ୧୧୩ ରନ୍ କରି ନଟଆଉଟ୍ ରହିଛନ୍ତି । ଏଥିରେ ୧୭ଟି ଚୌକା ରହିଛି । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ମୁମ୍ବାଇ ଟିମ୍ ସର୍ଦୁଲଙ୍କ ଶତକ ବଳରେ ୨୪୭ ରନ୍ ସଂଗ୍ରହ କରି ଜାମ୍ମୁ-କାଶ୍ମୀରକୁ ୧୮୮ ରନ ଲିଡ୍ ଦେଇଛି ।
ମୁମ୍ବାଇ ଏବଂ ଜାମ୍ମୁ-କାଶ୍ମୀର ମଧ୍ୟରେ ରଣଜୀ ମୁକାବିଲା ଜାରି ରହିଛି । ପ୍ରଥମ ଇନିଂସ ଭଳି ଦ୍ବିତୀୟ ପାଳିରେ ମଧ୍ୟ ରୋହିତ୍, ଜୈସ୍ବାଲ, ଶ୍ରେୟସ ଏବଂ ଅଧିନାୟକ ଆଜଙ୍କେ ରାହାଣେ ଫେଲ୍ ମାରିଥିଲେ । ମୁମ୍ବାଇ ଟିମ୍ ପ୍ରଥମ ଇନିଂସରେ ୧୨୦ ରନ୍ କରି ଅଲଆଉଟ୍ ହୋଇଥିଲା । ସେହିପରି ଦ୍ବିତୀୟ ପାଳି ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ମୁମ୍ବାଇ ଟିମ୍ ୯୧ ରନରେ ଷଷ୍ଠ ଓ୍ବିକେଟ୍ ଏବଂ ୧୦୧ ରନରେ ସପ୍ତମ ଓ୍ବିକେଟ୍ ହରାଇଥିଲା । ମାତ୍ର ଅଷ୍ଟମ ଓ୍ବିକେଟ୍ ଯୋଡ଼ି ସର୍ଦୁଲ ଠାକୁର ଏବଂ ତନୁଷ କୋଟିଆନ୍ ପାଳିକୁ ସମ୍ଭାଳି ନେଇଥିଲେ । ସର୍ଦୁଲ ଠାକୁର ୧୧୯ ବଲରେ ୧୧୩ ରନ୍ କରି ନଟଆଉଟ୍ ରହିଛନ୍ତି । ଲଡ୍ ଠାକୁର ଭାରତୀୟ ଟେଷ୍ଟ ଦଳରୁ ବାଦ୍ ପଡ଼ିଛନ୍ତି ଏବଂ ଚଳିତ ବର୍ଷ ଆଇପିଏଲରେ ଅନସୋଲ୍ଡ ରହିଛନ୍ତି । ହେଲେ ରଣଜୀ ମୁକାବିଲରେ ଜବରସ୍ତଦ ବ୍ୟାଟିଂ ଏବଂ ବୋଲିଂ ଜାରି ରଖିଛନ୍ତି ....