ମୁମ୍ବାଇରେ ନୌସେନା, ଯାତ୍ରୀବାହୀ ବୋଟ୍ ମୁହାଁମୁହିଁ ଧକ୍କା: ତିନି ଯବାନଙ୍କ ସମେତ ୧୩ ମୃତ

ମୁମ୍ବାଇ,୧୮ା୧୨: ବୁଧବାର ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରୁ ହାତୀ ଦ୍ୱୀପ ଆଡକୁ ପ୍ରାୟ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଟ୍ ଦୁର୍ଘଟଣା ପରେ ବୁଡ଼ି ଯାଇଛି। ସୂଚନା ଅନୁଯାୟୀ, ଏକ ନୌସେନାର ସ୍ପିଡ୍ ବୋଟ୍ ଯାତ୍ରୀବାହୀ ବୋଟ୍ କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ବୋଟ୍ ପାଣିରେ ବୁଡ଼ି ଯାଉଥିବା ଦେଖାଯାଉଛି। ଭିଡିଓରେ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବା ଲୋକମାନେ ଯାତ୍ରୀଙ୍କୁ ବଞ୍ଚାଇଥିବାର ନଜର ଆସିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ […] The post ମୁମ୍ବାଇରେ ନୌସେନା, ଯାତ୍ରୀବାହୀ ବୋଟ୍ ମୁହାଁମୁହିଁ ଧକ୍କା: ତିନି ଯବାନଙ୍କ ସମେତ ୧୩ ମୃତ appeared first on Dharitri Odia News.

ମୁମ୍ବାଇରେ ନୌସେନା, ଯାତ୍ରୀବାହୀ ବୋଟ୍ ମୁହାଁମୁହିଁ ଧକ୍କା: ତିନି ଯବାନଙ୍କ ସମେତ ୧୩ ମୃତ

ମୁମ୍ବାଇ,୧୮ା୧୨: ବୁଧବାର ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରୁ ହାତୀ ଦ୍ୱୀପ ଆଡକୁ ପ୍ରାୟ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଟ୍ ଦୁର୍ଘଟଣା ପରେ ବୁଡ଼ି ଯାଇଛି। ସୂଚନା ଅନୁଯାୟୀ, ଏକ ନୌସେନାର ସ୍ପିଡ୍ ବୋଟ୍ ଯାତ୍ରୀବାହୀ ବୋଟ୍ କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ବୋଟ୍ ପାଣିରେ ବୁଡ଼ି ଯାଉଥିବା ଦେଖାଯାଉଛି। ଭିଡିଓରେ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବା ଲୋକମାନେ ଯାତ୍ରୀଙ୍କୁ ବଞ୍ଚାଇଥିବାର ନଜର ଆସିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସୂଚନା ଦେଇଛନ୍ତି ଯେ ନୀଲକମଲ ନାମକ ଏକ ଯାତ୍ରୀବାହୀ ଜାହାଜ ସହିତ ଏକ ନୌସେନା ବୋଟ୍ ମୁହାଁମୁହିଁ ଧକ୍କା ହୋଇଛି। ବର୍ତ୍ତମାନ ସୁଦ୍ଧା ୧୦୧ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୧୩ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ୧୦ ଜଣ ସାଧାରଣ ନାଗରିକ ଏବଂ ତିନି ଜଣ ନୌସେନା ଅଛନ୍ତି। ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସମସ୍ତ ମୃତକଙ୍କ ପରିବାରକୁ ମହାରାଷ୍ଟ୍ର ସାନ୍ତ୍ୱନାମୂଳକ ୫ ଲକ୍ଷ ତାଙ୍କର ସହାୟତା ରାଶି ଘୋଷଣା କରିଛନ୍ତି।

The post ମୁମ୍ବାଇରେ ନୌସେନା, ଯାତ୍ରୀବାହୀ ବୋଟ୍ ମୁହାଁମୁହିଁ ଧକ୍କା: ତିନି ଯବାନଙ୍କ ସମେତ ୧୩ ମୃତ appeared first on Dharitri Odia News.