ମୁମ୍ବାଇରେ ୧୦୭ ବର୍ଷର ରେକର୍ଡ ଭାଙ୍ଗିଲା ମେ ମାସ ବର୍ଷା

ମୁମ୍ବାଇ ୨୬। ୫: ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ ୧୧ ତାରିଖ ବେଳକୁ ମହାଷ୍ଟ୍ର ପହଞ୍ଚିଥାଏ, ତେବେ ଚଳିତ ବର୍ଷ ୧୬ଦିନ ପୂର୍ବରୁ ଅର୍ଥାତ ୨୬ ମେରେ ପହଞ୍ଚିଥିବା ବେଳେ ଭୀଷଣ ବର୍ଷା ଲାଗି ରହିଛି ।  ୨୦୦୧-୨୦୦୨୫ ମଧ୍ୟରେ ମାହାରାଷ୍ଟ୍ରକୁ ପ୍ରଥମ ଥର ମୌସୁମୀ ସଅଳ ପହଞ୍ଚିଛି। ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ଲଗାଣ ବର୍ଷା ଜନଜୀବନକୁ ଗୁରୁତର ପ୍ରଭାବିତ କରିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମୁମ୍ବାଇ ଓ ଉପନଗରୀୟ କ୍ଷେତ୍ର ନିମନ୍ତେ ରେଡ ଆଲର୍ଟ ଜାରି କରିଛି। #TravelAdvisoryRain and thunderstorms are impacting flight operations in Mumbai.To ensure a smooth travel experience, we encourage our passengers to check their flight status before heading to the airport: https://t.co/6ajUZVdGTe— Air India (@airindia) May 26, 2025ବୃହନ୍ମୁମ୍ବାଇ ନଗର ନିଗମ (ବିଏମସି) ଅନୁସାରେ ସହରର ନରିମନ ପଏଣ୍ଟ ଫାୟାର ଷ୍ଟେସନରେ ସର୍ବାଧିକ ୧୦୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ପରେ ୱାର୍ଡ ଅଫିସ ନିକଟରେ ୮୬ ମିଲିମିଟର, କୋଲାବା ପମ୍ପିଂ ଷ୍ଟେସନରେ ୮୩ ମିଲିମିଟର ଓ ନଗର ନିଗମ ମୁଖ୍ୟାଳୟ ନିକଟରେ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଇଏମଡି ମୁମ୍ବାଇର କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପୂର୍ବାନୁମାନ କରିଛନ୍ତି। ତେବେ ମୁମ୍ବାଇକୁ

ମୁମ୍ବାଇରେ ୧୦୭ ବର୍ଷର ରେକର୍ଡ ଭାଙ୍ଗିଲା ମେ ମାସ ବର୍ଷା

ମୁମ୍ବାଇ ୨୬। ୫: ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ ୧୧ ତାରିଖ ବେଳକୁ ମହାଷ୍ଟ୍ର ପହଞ୍ଚିଥାଏ, ତେବେ ଚଳିତ ବର୍ଷ ୧୬ଦିନ ପୂର୍ବରୁ ଅର୍ଥାତ ୨୬ ମେରେ ପହଞ୍ଚିଥିବା ବେଳେ ଭୀଷଣ ବର୍ଷା ଲାଗି ରହିଛି ।  ୨୦୦୧-୨୦୦୨୫ ମଧ୍ୟରେ ମାହାରାଷ୍ଟ୍ରକୁ ପ୍ରଥମ ଥର ମୌସୁମୀ ସଅଳ ପହଞ୍ଚିଛି। ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ଲଗାଣ ବର୍ଷା ଜନଜୀବନକୁ ଗୁରୁତର ପ୍ରଭାବିତ କରିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମୁମ୍ବାଇ ଓ ଉପନଗରୀୟ କ୍ଷେତ୍ର ନିମନ୍ତେ ରେଡ ଆଲର୍ଟ ଜାରି କରିଛି। 


ବୃହନ୍ମୁମ୍ବାଇ ନଗର ନିଗମ (ବିଏମସି) ଅନୁସାରେ ସହରର ନରିମନ ପଏଣ୍ଟ ଫାୟାର ଷ୍ଟେସନରେ ସର୍ବାଧିକ ୧୦୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ପରେ ୱାର୍ଡ ଅଫିସ ନିକଟରେ ୮୬ ମିଲିମିଟର, କୋଲାବା ପମ୍ପିଂ ଷ୍ଟେସନରେ ୮୩ ମିଲିମିଟର ଓ ନଗର ନିଗମ ମୁଖ୍ୟାଳୟ ନିକଟରେ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଇଏମଡି ମୁମ୍ବାଇର କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପୂର୍ବାନୁମାନ କରିଛନ୍ତି। 


ତେବେ ମୁମ୍ବାଇକୁ ମୌସୁମୀ ଆଗମନ ପୂର୍ବରୁ ବର୍ଷା ଆରମ୍ଭ ହୋଇଯାଇଥିଲା। ଏଣୁ ପାଣି ଜମି ରହିଥିବା ବେଳେ ପୁଣି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଦାଦର, ପରେଲ, କୁର୍ଲାର ତଳିଆ ଅଞ୍ଚଳକୁ ରବିବାର ଓ ସୋମବାରର ବର୍ଷା ଗୁରୁତର ପ୍ରଭାବିତ କରିଛି। ୨୫ ମେ ସକାଳ ୮ଟାରୁ ୨୬ ମେ ସକାଳ ୮ଟା ମଧ୍ୟରେ ୫୮ ମିମି ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ମୁମ୍ବାଇ, ଠାଣେ ଓ ରାୟଗଡ଼ ନିମନ୍ତେ ଆଜି ପାଇଁ ରେଡ ଆଲର୍ଟ ଜାରି କରିଛନ୍ତି।    


ବର୍ଷା ଓ ପାଣି ଜମି ରହିବା ଯୋଗୁ ଯାତାୟାତ ଗଭୀର ଭାବେ ପ୍ରଭାବିତ ହୋଇଛି। ରେଳ, ବିମାନ ଓ ସଡ଼କ ପଥରେ ଯାତ୍ରୀ ସେବା ପ୍ରଭାବିତ ହୋଇଛି। ଏଣୁ ଏୟାରଲାଇନ୍ସ ମାନେ ଏକ୍ସ ରେ ପୋଷ୍ଟ କରି ଯାତ୍ରୀଙ୍କ ନିମନ୍ତେ ଆଡଭାଇଜରୀ ଜାରି କରିଛନ୍ତି।  ମେଟ୍ରୋ ରେଳ ସେବା ବାଧିତ ହୋଇଥିବା ବେଳେ ଲୋକାଲ ଟ୍ରେନ ସେବା ମଧ୍ୟ ଅନେକ ସ୍ଥାନରେ ପ୍ରଭାବିତ ହୋଇଛି। ଏଣୁ ସଡ଼କ ଉପରେ ଯାତ୍ରୀଙ୍କ ଚାପପଡିଥିବା ବେଳେ ପାଣି ଜମିବା ଯୋଗୁ ଅନେକ ସ୍ଥାନରେ ଟ୍ରାଫିକ ମନ୍ଥର ଚାଲିଛି।