ମୁମ୍ଵାଇ ଛାଡି ପୁଣେ ଶିଫ୍ଟ ହେବେ ଟାଇଗର ଶ୍ରଫ୍ ? କିଣିଲେ କୋଟି ଟଙ୍କାର ବିଳାଶପୂର୍ଣ୍ଣ ଘର
ମୁମ୍ଵାଇ ୧୯।୦୩: ବଲିଉଡ ଅଭିନେତା ଟାଇଗର ଶ୍ରଫ। ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଦମ୍ଦାର ଡ୍ୟାନ୍ସ ଓ ଆକ୍ସନ ସହ ଷ୍ଟଣ୍ଟ କରି ଟାଇଗର ଖୁବ୍ ସଫଳତା ହାସଲ କରିଛନ୍ତି । ହେଲେ ଅଭିନେତା ବର୍ତ୍ତମାନ ଏକ ନୂଆ ତଥା ବିଳାସପୂର୍ଣ୍ଣ ସମ୍ପତ୍ତିର ମାଲିକ ହୋଇଛନ୍ତି। ଟାଇଗର ମୁମ୍ବାଇ ପରେ ସେ ପୁଣେରେ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ଆପଣ ମଧ୍ୟ ଏହି ଘରର ମୂଲ୍ୟ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ପୁଣେ ସହରରେ ଟାଇଗର ଶ୍ରଫ ପ୍ରାୟ ୭ କୋଟି ୫୦ ଲକ୍ଷ ଟଙ୍କା ମୂଲ୍ୟର ଏକ ନୂତନ ଘର କିଣିଛନ୍ତି। ଏହି ୪,୨୪୮ ବର୍ଗଫୁଟ ସମ୍ପତ୍ତି ହଡପସରର ପ୍ରିମିୟମ୍ ୟୋପୁନ୍ ପ୍ରକଳ୍ପର ଏକ ଅଂଶ ଏବଂ ଏହା ସ୍ଥାନୀୟ ରିଏଲ୍ ଇଷ୍ଟେଟ୍ ହେଭିୱେଟ୍ ପଞ୍ଚସିଲ୍ ରିଅଲିଟି ଦ୍ୱାରା ନିର୍ମିତ । ଏଥିପାଇଁ ଟାଇଗର ପ୍ରାୟ ୫୨.୫ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଛି। କୁହାଯାଉଛି ଯେ ଟାଇଗର ୫ ମାର୍ଚ୍ଚ ୨୦୨୪ ରେ ପଞ୍ଜୀକରଣ କରି ଏହି ରାଶି ପ୍ରଦାନ କରିଥିଲେ।ରିପୋର୍ଟ ଅନୁଯାୟୀ, ଏହି ପ୍ରପଟି ତୁରନ୍ତ ଲିଜ୍ ଉପରେ ଦିଆଯାଇଛି। ବର୍ତ୍ତମାନ ଏହି ପ୍ରପଟି ପାଇଁ ଟାଇଗର ପ୍ରତି ମାସରେ ପ୍ରାୟ ୩.୫ ଲକ୍ଷ ଟଙ୍କା ଭଡା ନେଉଛନ୍ତି। ଏହି ଭଡ଼ାରୁ ସେମାନେ ବହୁତ ଲାଭ ପାଇବେ । ଏହି ପାଞ୍ଚ ବର୍ଷର ଭଡା ଚୁକ୍ତି ସହିତ ଅଭିନେତା ୫ ପ୍ରତିଶତରୁ ଅଧିକ ସଞ୍ଚୟ କରିବେ। ଏହାର ଅର୍ଥ ହେଉଛି ବର୍ତ୍ତମାନ ଅଭିନେତା ଏହି ଘରୁ ମଧ୍ୟ ବହୁତ ଲା
ମୁମ୍ଵାଇ ୧୯।୦୩: ବଲିଉଡ ଅଭିନେତା ଟାଇଗର ଶ୍ରଫ। ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଦମ୍ଦାର ଡ୍ୟାନ୍ସ ଓ ଆକ୍ସନ ସହ ଷ୍ଟଣ୍ଟ କରି ଟାଇଗର ଖୁବ୍ ସଫଳତା ହାସଲ କରିଛନ୍ତି । ହେଲେ ଅଭିନେତା ବର୍ତ୍ତମାନ ଏକ ନୂଆ ତଥା ବିଳାସପୂର୍ଣ୍ଣ ସମ୍ପତ୍ତିର ମାଲିକ ହୋଇଛନ୍ତି। ଟାଇଗର ମୁମ୍ବାଇ ପରେ ସେ ପୁଣେରେ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ଆପଣ ମଧ୍ୟ ଏହି ଘରର ମୂଲ୍ୟ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।

ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ପୁଣେ ସହରରେ ଟାଇଗର ଶ୍ରଫ ପ୍ରାୟ ୭ କୋଟି ୫୦ ଲକ୍ଷ ଟଙ୍କା ମୂଲ୍ୟର ଏକ ନୂତନ ଘର କିଣିଛନ୍ତି। ଏହି ୪,୨୪୮ ବର୍ଗଫୁଟ ସମ୍ପତ୍ତି ହଡପସରର ପ୍ରିମିୟମ୍ ୟୋପୁନ୍ ପ୍ରକଳ୍ପର ଏକ ଅଂଶ ଏବଂ ଏହା ସ୍ଥାନୀୟ ରିଏଲ୍ ଇଷ୍ଟେଟ୍ ହେଭିୱେଟ୍ ପଞ୍ଚସିଲ୍ ରିଅଲିଟି ଦ୍ୱାରା ନିର୍ମିତ । ଏଥିପାଇଁ ଟାଇଗର ପ୍ରାୟ ୫୨.୫ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଛି। କୁହାଯାଉଛି ଯେ ଟାଇଗର ୫ ମାର୍ଚ୍ଚ ୨୦୨୪ ରେ ପଞ୍ଜୀକରଣ କରି ଏହି ରାଶି ପ୍ରଦାନ କରିଥିଲେ।
ରିପୋର୍ଟ ଅନୁଯାୟୀ, ଏହି ପ୍ରପଟି ତୁରନ୍ତ ଲିଜ୍ ଉପରେ ଦିଆଯାଇଛି। ବର୍ତ୍ତମାନ ଏହି ପ୍ରପଟି ପାଇଁ ଟାଇଗର ପ୍ରତି ମାସରେ ପ୍ରାୟ ୩.୫ ଲକ୍ଷ ଟଙ୍କା ଭଡା ନେଉଛନ୍ତି। ଏହି ଭଡ଼ାରୁ ସେମାନେ ବହୁତ ଲାଭ ପାଇବେ । ଏହି ପାଞ୍ଚ ବର୍ଷର ଭଡା ଚୁକ୍ତି ସହିତ ଅଭିନେତା ୫ ପ୍ରତିଶତରୁ ଅଧିକ ସଞ୍ଚୟ କରିବେ। ଏହାର ଅର୍ଥ ହେଉଛି ବର୍ତ୍ତମାନ ଅଭିନେତା ଏହି ଘରୁ ମଧ୍ୟ ବହୁତ ଲାଭ ପାଇବେ । ପୁଣେକୁ ସେ ସ୍ଥାନାନ୍ତର ହେବେ ନାହିଁ। ଏହି ଅଭିନେତା ମୁମ୍ବାଇରେ ରହି ନିଜର ଅଭିନୟ କ୍ୟାରିୟର ଜାରି ରଖିବେ ।