ମୁସଓ୍ବୋଲା ପରିବାରକୁ ଲିଗାଲ ନୋଟିସ

ଚଣ୍ଡିଗଡ଼,୨୦।୩: ସ୍ବର୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମା’ ରବିବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପୁଅ ଜନ୍ମ ହେବାର ଖୁସି ପାଳନ କରିବା ପୂର୍ବରୁ ସେମାନଙ୍କ ପରିବାର ପାଇଁ ଆଉ ଏକ ସମସ୍ୟା ଦେଖାଦେଇଛି। ସୂଚନାଯୋଗ୍ୟ, ମୁସେୱାଲାଙ୍କ ମାତା ଚରଣ କୌର ୫୮ବର୍ଷ ବୟସରେ ଇନ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ସାହାଯ୍ୟରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ଯେହେତୁ ଦେଶରେ ଆଇଭିଏଫ ପାଇଁ ସର୍ବାଧିକ ବୟସ ୫୦ ବର୍ଷରେ ସ୍ଥିର ହୋଇଛି, ଚରଣ କୌର […] The post ମୁସଓ୍ବୋଲା ପରିବାରକୁ ଲିଗାଲ ନୋଟିସ appeared first on Dharitri Odia News.

ମୁସଓ୍ବୋଲା ପରିବାରକୁ ଲିଗାଲ ନୋଟିସ

ଚଣ୍ଡିଗଡ଼,୨୦।୩: ସ୍ବର୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମା’ ରବିବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପୁଅ ଜନ୍ମ ହେବାର ଖୁସି ପାଳନ କରିବା ପୂର୍ବରୁ ସେମାନଙ୍କ ପରିବାର ପାଇଁ ଆଉ ଏକ ସମସ୍ୟା ଦେଖାଦେଇଛି। ସୂଚନାଯୋଗ୍ୟ, ମୁସେୱାଲାଙ୍କ ମାତା ଚରଣ କୌର ୫୮ବର୍ଷ ବୟସରେ ଇନ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ସାହାଯ୍ୟରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ଯେହେତୁ ଦେଶରେ ଆଇଭିଏଫ ପାଇଁ ସର୍ବାଧିକ ବୟସ ୫୦ ବର୍ଷରେ ସ୍ଥିର ହୋଇଛି, ଚରଣ କୌର ବିଦେଶରୁ ଏହି କୌଶଳ ମାଧ୍ୟମରେ ଗର୍ଭବତୀ ହୋଇଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ପରିବାର ସଦସ୍ୟଙ୍କୁ ଏକ ଆଇନଗତ ନୋଟିସ ପଠାଇବା କଥା ସାମ୍ନାକୁ ଆସିଛି।

ପଞ୍ଜାବର ସରକାରୀ କର୍ମଚାରୀମାନେ ତାଙ୍କୁ ହଇରାଣ କରୁଛନ୍ତି ଏବଂ ନବଜାତ ଶିଶୁଟି ଆଇନଗତ କି ବୋଲି ତାଙ୍କୁ ପଚରାଉଚରା କରୁଥିବା ସୁସେୱାଲାଙ୍କ ପିତା ବାଲକୌର ସିଂ ଏକ ଭିଡିଓ ଜାରି କରିଛନ୍ତି।
ଏହି ଭିଡିଓରେ ବାଲକୌର ସିଂ କହୁଛନ୍ତି ଯେ ଓ୍ବାହେଗୁରୁଙ୍କ ଆଶୀର୍ବାଦରେ ଆମେ ଆମର ଶୁଭଦୀପଙ୍କୁ ଫେରାଇ ଆଣିଛୁ, କିନ୍ତୁ ସରକାର ଆମକୁ ଅସୁବିଧାରେ ପକାଉଛନ୍ତି ଏବଂ ସେମାନେ ଶିଶୁ ସହ ଜଡିତ ଦସ୍ତାବିଜ ଉପସ୍ଥାପନ କରିବାକୁ କହୁଛନ୍ତି। ପିଲାଟି ଆଇନଗତ କି ନୁହେଁ ତାହା ପ୍ରମାଣ କରିବାକୁ ସେମାନେ କହୁଛନ୍ତି।
ମା’ ଏବଂ ଶିଶୁର ଚିକିତ୍ସା ଶେଷ ହେବାକୁ ଅନୁମତି ଦେବାକୁ ସେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଅନୁରୋଧ କରିଥିଲେ ଏବଂ ତା’ପରେ ସେ ତାଙ୍କର ନିୟମ ପାଳନ କରିବେ ଏବଂ ସମସ୍ତ ପ୍ରଶ୍ନର ଉତ୍ତର ଦେବେ। ସେ କହିଛନ୍ତି ଯେ ଆଇଭିଏଫ ପ୍ରକ୍ରିୟା ପାଇଁ ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରାଯାଇଛି ଏବଂ ସେ ଦଲିଲ ମଧ୍ୟ ଦାଖଲ କରିବେ।

The post ମୁସଓ୍ବୋଲା ପରିବାରକୁ ଲିଗାଲ ନୋଟିସ appeared first on Dharitri Odia News.