ମୁସଲମାନଙ୍କୁ ମୋଦି ସରକାରଙ୍କ ୫ ଉପହାର, ୱକଫ ବିଧେୟକରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ ୨।୪: ଲୋକସଭାରେ ବୁଧବାର ମଧ୍ୟାହ୍ନରେ ୱକଫ ସଂଶୋଧନ ବିଧେୟକ ୨୦୨୫ ଉପସ୍ଥାପନ କରାଯାଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ସଦନର ପ୍ରଶ୍ନକାଳ ପରେ ଚର୍ଚ୍ଚା ପାଇଁ ବିଧେୟକକୁ ଉପସ୍ଥାପନା କରିଛନ୍ତି। ଏହି ବିଧେୟକରେ ସରକାର ମୁସଲମାନଙ୍କୁ ବଡ଼ ଉପହାର ଦେଇଛନ୍ତି। ୱକଫ ବିଧେୟକରେ କିଛି ପରିବର୍ତ୍ତନ ମଧ୍ୟ ହେବ। ବିଧେୟକ ଉପସ୍ଥାପନ କରି ମନ୍ତ୍ରୀ କିରେଣ ରିଜିଜୁ ଗୃହକୁ କହିଛନ୍ତି ଯେ ଏହି ବିଧେୟକକୁ ନେଇ ୯,୭୨,୭୭୨ଟି ପିଟିସନ ମିଳିଛି। କୌଣି ବିଧେୟକ ମାମଲାରେ ଏହା ସର୍ବାଧିକ। ଏହା ଛଡା ୨୮୪ ଡେଲିଗେସନ ବିଭିନ୍ନ ସଂସଦୀୟ କମିଟି ସମ୍ମୁଖରେ ନିଜର ରାୟ ମଧ୍ୟ ରଖିଛନ୍ତି। ରିଜିଜୁ କହିଛନ୍ତି ଯେଉଁମାନେ ସକରାତ୍ମକ ବିଚାର ସହିତ ବିଧେୟକକୁ ବିରୋଧ କରୁଛନ୍ତି ସେମାନେ ମଧ୍ୟ ଏହାକୁ ସମର୍ଥନ କରିବେ। ତେବେ ଏଥିରେ ସରକାର ମୁସଲମାନଙ୍କୁ ଯେଉଁ ଉପହାର ଦେଇଛନ୍ତି ତା ଉପରେ ନଜର ପକାଇବା ଆସନ୍ତୁ। ଏହି ବିଧେୟକରେ କୌଣସି ମସଜିଦ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ନାହିଁ। ଏହା କେବଳ ସମ୍ପତ୍ତି ସମ୍ପର୍କିତ ଓ ଧାର୍ମିକ ସଂସ୍ଥା ସହିତ ଏହାର କୌଣସି ନେଣଦେଣ ନାହିଁ। ସେହିପରି ବିଧେୟକରେ କୌଣସି ଧାର୍ମିକ ସ୍ଥଳ ଅଥବା ମସଜିଦ ବ୍ୟବସ୍ଥାରେ ହସ୍ତକ୍ଷେପର କୌଣସି ପ୍ରାବଧାନ ନାହିଁ। ସେହିପରି ୱକଫ ସଂଶୋଧନ ବିଲରେ ଧାର୍ମିକ ଗତିବିଦ୍ଧି ପ୍ରଭାବିତ କରିବାର କୌଣସି ବ୍ୟବସ୍ଥା ନାହିଁ। ଏହା ଛଡ

ମୁସଲମାନଙ୍କୁ ମୋଦି ସରକାରଙ୍କ ୫ ଉପହାର, ୱକଫ ବିଧେୟକରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ ୨।୪: ଲୋକସଭାରେ ବୁଧବାର ମଧ୍ୟାହ୍ନରେ ୱକଫ ସଂଶୋଧନ ବିଧେୟକ ୨୦୨୫ ଉପସ୍ଥାପନ କରାଯାଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ସଦନର ପ୍ରଶ୍ନକାଳ ପରେ ଚର୍ଚ୍ଚା ପାଇଁ ବିଧେୟକକୁ ଉପସ୍ଥାପନା କରିଛନ୍ତି। ଏହି ବିଧେୟକରେ ସରକାର ମୁସଲମାନଙ୍କୁ ବଡ଼ ଉପହାର ଦେଇଛନ୍ତି। ୱକଫ ବିଧେୟକରେ କିଛି ପରିବର୍ତ୍ତନ ମଧ୍ୟ ହେବ। ବିଧେୟକ ଉପସ୍ଥାପନ କରି ମନ୍ତ୍ରୀ କିରେଣ ରିଜିଜୁ ଗୃହକୁ କହିଛନ୍ତି ଯେ ଏହି ବିଧେୟକକୁ ନେଇ ୯,୭୨,୭୭୨ଟି ପିଟିସନ ମିଳିଛି। କୌଣି ବିଧେୟକ ମାମଲାରେ ଏହା ସର୍ବାଧିକ। 

ଏହା ଛଡା ୨୮୪ ଡେଲିଗେସନ ବିଭିନ୍ନ ସଂସଦୀୟ କମିଟି ସମ୍ମୁଖରେ ନିଜର ରାୟ ମଧ୍ୟ ରଖିଛନ୍ତି। ରିଜିଜୁ କହିଛନ୍ତି ଯେଉଁମାନେ ସକରାତ୍ମକ ବିଚାର ସହିତ ବିଧେୟକକୁ ବିରୋଧ କରୁଛନ୍ତି ସେମାନେ ମଧ୍ୟ ଏହାକୁ ସମର୍ଥନ କରିବେ। ତେବେ ଏଥିରେ ସରକାର ମୁସଲମାନଙ୍କୁ ଯେଉଁ ଉପହାର ଦେଇଛନ୍ତି ତା ଉପରେ ନଜର ପକାଇବା ଆସନ୍ତୁ। 

ଏହି ବିଧେୟକରେ କୌଣସି ମସଜିଦ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ନାହିଁ। ଏହା କେବଳ ସମ୍ପତ୍ତି ସମ୍ପର୍କିତ ଓ ଧାର୍ମିକ ସଂସ୍ଥା ସହିତ ଏହାର କୌଣସି ନେଣଦେଣ ନାହିଁ। ସେହିପରି ବିଧେୟକରେ କୌଣସି ଧାର୍ମିକ ସ୍ଥଳ ଅଥବା ମସଜିଦ ବ୍ୟବସ୍ଥାରେ ହସ୍ତକ୍ଷେପର କୌଣସି ପ୍ରାବଧାନ ନାହିଁ। ସେହିପରି ୱକଫ ସଂଶୋଧନ ବିଲରେ ଧାର୍ମିକ ଗତିବିଦ୍ଧି ପ୍ରଭାବିତ କରିବାର କୌଣସି ବ୍ୟବସ୍ଥା ନାହିଁ। ଏହା ଛଡା ସରକାର ମସଜିଦ ସଞ୍ଚାଳନରେ ମଧ୍ୟ କୌଣସି ହସ୍ତକ୍ଷେପ କରିବେ ନାହିଁ। 

ଏବେ କଲେକ୍ଟର ସ୍ତରରୁ ଉପରସ୍ଥ ସରକାରୀ ଅଧିକାରୀ ଜମିଜମା ସମ୍ପର୍କିତ ବିବଦା ମାମଲାର ଦେଖରେଖ କରିବେ। କୌଣସି ଆଦିବାସୀ ଅଞ୍ଚଳରେ ୱକଫ ସମ୍ପତ୍ତି ସୃଷ୍ଟି କରାଯାଇ ପାରିବନି। ୨୨ ସଦସୀୟ ୱକଫ କାଉନସିଲରେ ୪ରୁ ଅଧିକ ଅଣ ମୁସଲମାନ ସଦସ୍ୟ ରହିବେ ନାହିଁ। ଏଥିରେ ପୂର୍ବ ଅଧିକାରୀ ଓ ସଂସଦର ୩ ଜଣ ସାଂସଦ ମଧ୍ୟ ସାମିଲ ହେବେ,ସେମାନେ ଯେ କୌଣସି ଧର୍ମର ବି ହୋଇପାରନ୍ତି।