ମୁସଲିମ୍‌ ବହୁଳ ଦେଶରେ ହିନ୍ଦୁମାନଙ୍କର ଜନସଂଖ୍ୟା କେତେ, ଜାଣନ୍ତୁ

ନୂଆଦିଲ୍ଲୀ: ମୁସଲିମ୍ ରାଷ୍ଟ୍ର ପାକିସ୍ତାନ ଓ ବାଂଲାଦେଶରେ କେତେ ଅଛନ୍ତି ହିନ୍ଦୁ ? ହିନ୍ଦୁମାନଙ୍କର ଜନସଂଖ୍ୟା ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରକାଶ କରିଛି Pew Reasearch। ୨୦୨୦ ବର୍ଷ ଅନୁଯାୟୀ, ବିଶ୍ୱରେ ତିନୋଟି ଦେଶ ଅଛି ଯେଉଁଠାରେ ହିନ୍ଦୁମାନଙ୍କ ସଂଖ୍ୟା ଅଧିକ। ବାକି ସବୁ ଦେଶରେ ହିନ୍ଦୁଙ୍କ ସଂଖ୍ୟା କମ୍ ରହିଛି। ଯଦି ଆମେ ସମସ୍ତ ଧର୍ମର ଜନସଂଖ୍ୟା ବିଷୟରେ ଆଲୋଚନା କରିବା ତେବେ ହିନ୍ଦୁ ଧର୍ମ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଧର୍ମ। ବିଶ୍ୱରେ ସର୍ବାଧିକ ସଂଖ୍ୟକ ଅଛନ୍ତି ଖ୍ରୀଷ୍ଟିଆନ। ଦ୍ୱିତୀୟରେ ମୁସଲମାନ ଏବଂ ତୃତୀୟରେ ରହିଛନ୍ତି ହିନ୍ଦୁ। ଅଧିକାଂଶ ହିନ୍ଦୁ ଭାରତରେ ରୁହନ୍ତି।ଦେଶରେ ବିଭିନ୍ନ ପ୍ରାନ୍ତରେ ପ୍ରାୟ ୧.୨ ବିଲିୟନ ହିନ୍ଦୁ ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କେବଳ ତିନୋଟି ଦେଶରେ ହିନ୍ଦୁ ଧର୍ମ ହେଉଛି ପ୍ରମୁଖ ଧର୍ମ। ଏହି ତିନୋଟି ଦେଶ ମଧ୍ୟରେ... ଭାରତର ଜନସଂଖ୍ୟାର ୭୮.୯ ପ୍ରତିଶତ ହିନ୍ଦୁ ଧର୍ମାବଲମ୍ବୀ।  ସେହିପରି ନେପାଳର ଜନସଂଖ୍ୟା ଅନୁସାରେ ହିନ୍ଦୁଙ୍କ ସଂଖ୍ୟା ୮୦.୬ ପ୍ରତିଶତ। ମରିସସରେ 48.4 ପ୍ରତିଶତ ହିନ୍ଦୁ ଅଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଏତେ ବଡ ହିନ୍ଦୁ ଜନସଂଖ୍ୟା ଥାଇବି କୌଣସି ହିନ୍ଦୁ ରାଷ୍ଟ୍ର ନାହିଁ। ୧୯୪୭ ମସିହାରେ ଭାରତ-ପାକିସ୍ତାନ ବିଭାଜନ ସମୟରେ ପାକିସ୍ତାନରେ ହିନ୍ଦୁମାନଙ୍କର ଜନସଂଖ୍ୟା ପ୍ରାୟ ୨୦ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୨ ପ୍ରତିଶତରୁ କ

ମୁସଲିମ୍‌ ବହୁଳ ଦେଶରେ ହିନ୍ଦୁମାନଙ୍କର ଜନସଂଖ୍ୟା କେତେ, ଜାଣନ୍ତୁ

ନୂଆଦିଲ୍ଲୀ: ମୁସଲିମ୍ ରାଷ୍ଟ୍ର ପାକିସ୍ତାନ ଓ ବାଂଲାଦେଶରେ କେତେ ଅଛନ୍ତି ହିନ୍ଦୁ ? ହିନ୍ଦୁମାନଙ୍କର ଜନସଂଖ୍ୟା ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରକାଶ କରିଛି Pew Reasearch। ୨୦୨୦ ବର୍ଷ ଅନୁଯାୟୀ, ବିଶ୍ୱରେ ତିନୋଟି ଦେଶ ଅଛି ଯେଉଁଠାରେ ହିନ୍ଦୁମାନଙ୍କ ସଂଖ୍ୟା ଅଧିକ। ବାକି ସବୁ ଦେଶରେ ହିନ୍ଦୁଙ୍କ ସଂଖ୍ୟା କମ୍ ରହିଛି। ଯଦି ଆମେ ସମସ୍ତ ଧର୍ମର ଜନସଂଖ୍ୟା ବିଷୟରେ ଆଲୋଚନା କରିବା ତେବେ ହିନ୍ଦୁ ଧର୍ମ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଧର୍ମ। ବିଶ୍ୱରେ ସର୍ବାଧିକ ସଂଖ୍ୟକ ଅଛନ୍ତି ଖ୍ରୀଷ୍ଟିଆନ। ଦ୍ୱିତୀୟରେ ମୁସଲମାନ ଏବଂ ତୃତୀୟରେ ରହିଛନ୍ତି ହିନ୍ଦୁ। ଅଧିକାଂଶ ହିନ୍ଦୁ ଭାରତରେ ରୁହନ୍ତି।

ଦେଶରେ ବିଭିନ୍ନ ପ୍ରାନ୍ତରେ ପ୍ରାୟ ୧.୨ ବିଲିୟନ ହିନ୍ଦୁ ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କେବଳ ତିନୋଟି ଦେଶରେ ହିନ୍ଦୁ ଧର୍ମ ହେଉଛି ପ୍ରମୁଖ ଧର୍ମ। ଏହି ତିନୋଟି ଦେଶ ମଧ୍ୟରେ... ଭାରତର ଜନସଂଖ୍ୟାର ୭୮.୯ ପ୍ରତିଶତ ହିନ୍ଦୁ ଧର୍ମାବଲମ୍ବୀ।  ସେହିପରି ନେପାଳର ଜନସଂଖ୍ୟା ଅନୁସାରେ ହିନ୍ଦୁଙ୍କ ସଂଖ୍ୟା ୮୦.୬ ପ୍ରତିଶତ। ମରିସସରେ 48.4 ପ୍ରତିଶତ ହିନ୍ଦୁ ଅଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଏତେ ବଡ ହିନ୍ଦୁ ଜନସଂଖ୍ୟା ଥାଇବି କୌଣସି ହିନ୍ଦୁ ରାଷ୍ଟ୍ର ନାହିଁ। 

୧୯୪୭ ମସିହାରେ ଭାରତ-ପାକିସ୍ତାନ ବିଭାଜନ ସମୟରେ ପାକିସ୍ତାନରେ ହିନ୍ଦୁମାନଙ୍କର ଜନସଂଖ୍ୟା ପ୍ରାୟ ୨୦ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୨ ପ୍ରତିଶତରୁ କମ୍। ବିଶ୍ୱର ୧୦ଟି ହିନ୍ଦୁ ଜନବହୁଳ ଦେଶରେ ରହିଛି ଭାରତ, ନେପାଳ, ବାଂଲାଦେଶ, ଇଣ୍ଡୋନେସିଆ, ପାକିସ୍ତାନ, ଶ୍ରୀଲଙ୍କା, ଆମେରିକା, ମାଲେସିଆ, ବ୍ରିଟେନ୍ ଓ ୟୁଏଇ।

ଭାରତରେ ହିନ୍ଦୁ ଜନସଂଖ୍ୟା ପ୍ରାୟ ୧୦୯ କୋଟି, ଯାହାକି ଭାରତର ବିଶାଳ ଜନସଂଖ୍ୟାର ୭୮.୯ ପ୍ରତିଶତ। ଏହା ବ୍ୟତୀତ ବିଶ୍ୱର ପ୍ରାୟ ୯୫ ପ୍ରତିଶତ ହିନ୍ଦୁ ଭାରତରେ ବାସ କରନ୍ତି। ଭାରତର ଅଧିକାଂଶ ହିନ୍ଦୁ ଶୈବ ଏବଂ ବୈଷ୍ଣବ ସମ୍ପ୍ରଦାୟର। ୨ କୋଟି ସହ ଦ୍ୱିତୀୟ ବୃହତ୍ତମ ହିନ୍ଦୁ ଜନସଂଖ୍ୟା ଦେଶ ନେପାଳ, ଯାହା ଦେଶର ଜନସଂଖ୍ୟାର ୮୦.୬ ପ୍ରତିଶତ। 

ପ୍ରାୟ ୧ କୋଟି ୩୭ ଲକ୍ଷ  ସହ ହିନ୍ଦୁମାନଙ୍କର ତୃତୀୟ ବୃହତ୍ତମ ଜନସଂଖ୍ୟା ଦେଶ ବାଂଲାଦେଶ, ଯେଉଁଠାରେ ପ୍ରାୟ ୮.୨ ପ୍ରତିଶତ ହିନ୍ଦୁ ଅଛନ୍ତି। ବାଂଲାଦେଶରେ ୧୯୪୦ ମସିହାରୁ ହିନ୍ଦୁ ଜନସଂଖ୍ୟାରେ କ୍ରମାଗତ ହ୍ରାସ ଘଟିଛି। ସେହିପରି ତାଲିକାରେ ଇଣ୍ଡୋନେସିଆ ବିଶ୍ୱର ଚତୁର୍ଥ ବୃହତ୍ତମ ହିନ୍ଦୁ ଜନସଂଖ୍ୟା ହୋଇଛି। ବାଂଲାଦେଶ ପରି ଇଣ୍ଡୋନେସିଆରେ ମଧ୍ୟ ୯୦ ପ୍ରତିଶତ ମୁସଲମାନ ବାସ କରନ୍ତି। କେବଳ 1.6 ପ୍ରତିଶତ ଇଣ୍ଡୋନେସିଆବାସୀ ହିନ୍ଦୁ ଧର୍ମର ଅଛନ୍ତି।