ମୁହଁ ଖୋଲିଲେ ଓମାର ଅବଦୁଲ୍ଲା, କହିଲେ-ମୋଦିଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ଷେପ ବିପକ୍ଷଙ୍କୁ ପଡୁଛି ମହଙ୍ଗା
ଶ୍ରୀନଗର ୮।୩: ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଶୁକ୍ରବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବ୍ୟକ୍ତିଗତ ଆକ୍ଷେପ ବିପକ୍ଷ ଲାଗି ବୁମେରାଂ ସାବ୍ୟସ୍ତ ହେଉଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପରିବାର ସମ୍ପର୍କରେ ଟିପ୍ପଣୀ କରି ବିପକ୍ଷ ଦଳ ସେଲଫ ଗୋଲ କରୁଛନ୍ତି। ଏ କଥା ସେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ପରିବାର ନେଇ ଟାର୍ଗେଟ କରିବା ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନର ଜବାବରେ କହିଛନ୍ତି। ସେ କହିଛନ୍ତି ଯେ ଗତ ସାଧାରଣ ନିର୍ବାଚନରେ ‘ଚୌକିଦାର ଚୋର’ ସ୍ଲୋଗାନ ଦିଆଯାଇଥିଲା, ଯାହା ପରେ ବିପକ୍ଷଙ୍କ ଉପରେ ଓଲଟା ଫଳିଥିଲା। ଉଲ୍ଲେଖଯୋଗ୍ୟ ଯେ ନ୍ୟାସନାଲ କନଫରେନ୍ସ ‘ଇଣ୍ଡିଆ’ ମେଣ୍ଟରେ ସହଯୋଗୀ ଅଛି। ଏ ସମ୍ପର୍କରେ ଗଣମାଧ୍ୟମ ସହ ଆଲୋଚନା କରି ସେ କହିଛନ୍ତି ଯେ ମୁଁ କେବେବି ଏପରି ସ୍ଲୋଗାନ ସପକ୍ଷରେ ନାହିଁ, କି ଏଥିରୁ କୌଣସି ଲାଭ ମଧ୍ୟ ମିଳିବାର ନାହିଁ। ଆମେ ଯେତେବେଳେ ଏପରି କୌଣସି ସ୍ଲୋଗାନ ଦେଇଥାଏ ଏହାର ବିପରୀତ ପ୍ରଭାବ ପଡିଥାଏ, ଏହା ଦ୍ୱାରା ଆମର ହିଁ କ୍ଷତି ହୋଇଥାଏ। ଭୋଟର ଆମଠାରୁ ଏପରି ସ୍ଲୋଗାନ ଆଶା କରନ୍ତିନି। ସେମାନେ ଚାହାଁନ୍ତି ଆଜି ସେମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏହାର ସମାଧାନ କିପରି କରାଯିବ। ସେମାନେ ରୋଜଗାର, କୃଷିସଂକଟର ସମାଧାନ ଓ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ସକ୍ରିୟ କରିବାର ଉପାୟ ସମ୍ପର୍କରେ ଜା
ଶ୍ରୀନଗର ୮।୩: ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଶୁକ୍ରବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବ୍ୟକ୍ତିଗତ ଆକ୍ଷେପ ବିପକ୍ଷ ଲାଗି ବୁମେରାଂ ସାବ୍ୟସ୍ତ ହେଉଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପରିବାର ସମ୍ପର୍କରେ ଟିପ୍ପଣୀ କରି ବିପକ୍ଷ ଦଳ ସେଲଫ ଗୋଲ କରୁଛନ୍ତି। ଏ କଥା ସେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ପରିବାର ନେଇ ଟାର୍ଗେଟ କରିବା ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନର ଜବାବରେ କହିଛନ୍ତି।
ସେ କହିଛନ୍ତି ଯେ ଗତ ସାଧାରଣ ନିର୍ବାଚନରେ ‘ଚୌକିଦାର ଚୋର’ ସ୍ଲୋଗାନ ଦିଆଯାଇଥିଲା, ଯାହା ପରେ ବିପକ୍ଷଙ୍କ ଉପରେ ଓଲଟା ଫଳିଥିଲା। ଉଲ୍ଲେଖଯୋଗ୍ୟ ଯେ ନ୍ୟାସନାଲ କନଫରେନ୍ସ ‘ଇଣ୍ଡିଆ’ ମେଣ୍ଟରେ ସହଯୋଗୀ ଅଛି। ଏ ସମ୍ପର୍କରେ ଗଣମାଧ୍ୟମ ସହ ଆଲୋଚନା କରି ସେ କହିଛନ୍ତି ଯେ ମୁଁ କେବେବି ଏପରି ସ୍ଲୋଗାନ ସପକ୍ଷରେ ନାହିଁ, କି ଏଥିରୁ କୌଣସି ଲାଭ ମଧ୍ୟ ମିଳିବାର ନାହିଁ। ଆମେ ଯେତେବେଳେ ଏପରି କୌଣସି ସ୍ଲୋଗାନ ଦେଇଥାଏ ଏହାର ବିପରୀତ ପ୍ରଭାବ ପଡିଥାଏ, ଏହା ଦ୍ୱାରା ଆମର ହିଁ କ୍ଷତି ହୋଇଥାଏ।
ଭୋଟର ଆମଠାରୁ ଏପରି ସ୍ଲୋଗାନ ଆଶା କରନ୍ତିନି। ସେମାନେ ଚାହାଁନ୍ତି ଆଜି ସେମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏହାର ସମାଧାନ କିପରି କରାଯିବ। ସେମାନେ ରୋଜଗାର, କୃଷିସଂକଟର ସମାଧାନ ଓ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ସକ୍ରିୟ କରିବାର ଉପାୟ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି। ଭୋଟର କାହାର ପରିବାର ଅଛି କି ନା ତାହା ଜାଣିବାକୁ ଚାହାଁନ୍ତିନି। ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ନେଇ ଲାଲୁ ଯାଦବ ନିକଟରେ ଦେଇଥିବା ବୟାନର ଉଲ୍ଲେଖ କରି ଓମାର ଅବଦୁଲ୍ଲା କହିଛନ୍ତି ଯେ ଏବେ ଆମେ ମୋଦିଙ୍କୁ ଏକ ଖୋଲା ଗୋଲପୋଷ୍ଟ ଦେଇଛେ। ସେ ଏବେ ଏହା କହି ଫାଇଦା ଉଠାଉଛନ୍ତି ‘ମୋଦି ସେହି ଲୋକଙ୍କର ଯେଉଁମାନଙ୍କର କେହି ନାହିଁ’। ଯାହାର କୌଣସି ଜବାବ ବି ଆମ ପାଖରେ ନାହିଁ।