ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା
ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ ରାଜନୈତିକ ଆଲୋଚନା ଜୋରଦାର ହୋଇଥିବା ବେଳେ ଦୁଇଜଣଙ୍କ ମଧ୍ୟରେ କୌଣସି ପ୍ରକାର ମାମଲା ସମ୍ପର୍କରେ ଆଲୋଚନା ହୋଇ ନ ଥିବା ସେ କହିଛନ୍ତି। ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା। ସେହିଭଳି ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ନିୟମିତ ଦେଖା ସାକ୍ଷାତ ହୁଏ। “ଲୋକମାନେ […] The post ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ ରାଜନୈତିକ ଆଲୋଚନା ଜୋରଦାର ହୋଇଥିବା ବେଳେ ଦୁଇଜଣଙ୍କ ମଧ୍ୟରେ କୌଣସି ପ୍ରକାର ମାମଲା ସମ୍ପର୍କରେ ଆଲୋଚନା ହୋଇ ନ ଥିବା ସେ କହିଛନ୍ତି। ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା। ସେହିଭଳି ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ନିୟମିତ ଦେଖା ସାକ୍ଷାତ ହୁଏ।
“ଲୋକମାନେ ଭାବନ୍ତି ଏମାନେ କାହିଁକି ସାକ୍ଷାତ କରୁଛନ୍ତି। ଆମର ରାଜନୈତିକ ବ୍ୟବସ୍ଥାର ପରିପକ୍ୱତା ହେଉଛି ଯେ ରାଜନୈତିକ ଶ୍ରେଣୀରେ ମଧ୍ୟ ନ୍ୟାୟପାଳିକା ପ୍ରତି ବହୁ ସମ୍ମାନ ରହିଛି। ନ୍ୟାୟପାଳିକାର ବଜେଟ୍ ରାଜ୍ୟରୁ ଆସିଥାଏ। ଏହି ବଜେଟ୍ ବିଚାରପତି ମାନଙ୍କ ପାଇଁ ନୁହେଁ। ବିଚାରପତିମାନଙ୍କ ପାଇଁ ଆମକୁ ନୂତନ କୋର୍ଟ ବିଲଡିଂ, ଜିଲ୍ଲାମାନଙ୍କରେ ବିଚାରପତିଙ୍କ ପାଇଁ ନୂତନ ଆବାସ ଆବଶ୍ୟକ, ଏଥିପାଇଁ ପ୍ରଧାନ ବିଚାରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଆବଶ୍ୟକ” ବୋଲି ସେ କହିଛନ୍ତି।
The post ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା appeared first on Dharitri Odia News.