ମୁହାଣ ଖୋଳାକୁ ନେଇ ଦୁଇ ଗାଁରେ ବିବାଦ ଘଟଣା, ୪୦ ଜଣଙ୍କୁ ଗିରଫ କଲା ପୋଲିସ
ବ୍ରହ୍ମପୁର: ମୁହାଣ ଖୋଳାକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଘଟଣାରେ ଉଭୟ ଗାଁର ୪୦ ଜଣଙ୍କୁ ଗିରଫ କଲା ପୋଲିସ। ଗିରଫଙ୍କ ମଧ୍ୟରେ ରାମେୟାପାଟଣା ଗାଁର ୨୧ ଜଣ ଏବଂ କୁତୁରୁ ଗାଁର ୧୯ ଜଣ ଅଛନ୍ତି। ଗାଁରେ ଏବେବି ତିନି ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ୧୬୩ ଧାରାବି ଜାରି କରାଯାଇଛି। ଗାଁରେ ଶାନ୍ତି ପ୍ରତିଷ୍ଠା ଓ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ. ପି କହିଛନ୍ତି।ସୂଚନାଥାଉକି, ବାହୁଦା ବଡ଼ନାଳ ମୁହାଣ ଖୋଳାକୁ ନେଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ର ଉପକୂଳବର୍ତ୍ତୀ କୁତୁରୁ ଓ ରାମେୟାପାଟଣା ଗ୍ରାମବାସୀଙ୍କ ବିବାଦ ସୋମବାର ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା । ରାମେୟାପାଟଣା ଗାଁର କିଛି ଲୋକଙ୍କ ଠେଙ୍ଗା ଓ କାତି ମାଡ଼ରେ କତୁରୁ ଗାଁର ୭ଜଣ ଗୁରୁତର ଆହତ ହୋଇଥିଲେ।ସୂଚନା ଅନୁସାରେ, ରାମେୟାପାଟଣା ଗ୍ରାମବାସୀ କୌଣସି ଆଲୋଚନା ନକରି କତୁରୁ ମୌଜାରେ ଥିବା ସର୍ବସାଧାରଣ ଜମିକୁ ଜବରଦଖଲ କରିଛନ୍ତି। ଏପରିକି ବଡ଼ନାଳ ସହ ସମୁଦ୍ରକୁ ଏକ ନୂଆ ମୁହାଣ ଖୋଳି ଦେଇଛନ୍ତି। ଫଳରେ ଜୀବନଜୀବିକା ପ୍ରଭାବିତ ହେବା ଆଶଙ୍କାରେ କତୁରୁ ଗ୍ରାମବାସୀ ଗତକାଲି ଏକାଠି ହୋଇ ରାମେୟାପାଟଣା ଗ୍ରାମବାସୀଙ୍କ ଦ୍ବାରା ଖୋଳା ଯାଇଥିବା ନୂଆ ମୁହାଣକୁ ପୋତି ଦେଇଥିଲେ। ଏହାକୁ ନେଇ ଦୁଇ ଗାଁର ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚି ଉଭୟ ଗାଁର ଲୋକଙ୍କ
ବ୍ରହ୍ମପୁର: ମୁହାଣ ଖୋଳାକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଘଟଣାରେ ଉଭୟ ଗାଁର ୪୦ ଜଣଙ୍କୁ ଗିରଫ କଲା ପୋଲିସ। ଗିରଫଙ୍କ ମଧ୍ୟରେ ରାମେୟାପାଟଣା ଗାଁର ୨୧ ଜଣ ଏବଂ କୁତୁରୁ ଗାଁର ୧୯ ଜଣ ଅଛନ୍ତି। ଗାଁରେ ଏବେବି ତିନି ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ୧୬୩ ଧାରାବି ଜାରି କରାଯାଇଛି। ଗାଁରେ ଶାନ୍ତି ପ୍ରତିଷ୍ଠା ଓ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ. ପି କହିଛନ୍ତି।
ସୂଚନାଥାଉକି, ବାହୁଦା ବଡ଼ନାଳ ମୁହାଣ ଖୋଳାକୁ ନେଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ର ଉପକୂଳବର୍ତ୍ତୀ କୁତୁରୁ ଓ ରାମେୟାପାଟଣା ଗ୍ରାମବାସୀଙ୍କ ବିବାଦ ସୋମବାର ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା । ରାମେୟାପାଟଣା ଗାଁର କିଛି ଲୋକଙ୍କ ଠେଙ୍ଗା ଓ କାତି ମାଡ଼ରେ କତୁରୁ ଗାଁର ୭ଜଣ ଗୁରୁତର ଆହତ ହୋଇଥିଲେ।
ସୂଚନା ଅନୁସାରେ, ରାମେୟାପାଟଣା ଗ୍ରାମବାସୀ କୌଣସି ଆଲୋଚନା ନକରି କତୁରୁ ମୌଜାରେ ଥିବା ସର୍ବସାଧାରଣ ଜମିକୁ ଜବରଦଖଲ କରିଛନ୍ତି। ଏପରିକି ବଡ଼ନାଳ ସହ ସମୁଦ୍ରକୁ ଏକ ନୂଆ ମୁହାଣ ଖୋଳି ଦେଇଛନ୍ତି। ଫଳରେ ଜୀବନଜୀବିକା ପ୍ରଭାବିତ ହେବା ଆଶଙ୍କାରେ କତୁରୁ ଗ୍ରାମବାସୀ ଗତକାଲି ଏକାଠି ହୋଇ ରାମେୟାପାଟଣା ଗ୍ରାମବାସୀଙ୍କ ଦ୍ବାରା ଖୋଳା ଯାଇଥିବା ନୂଆ ମୁହାଣକୁ ପୋତି ଦେଇଥିଲେ। ଏହାକୁ ନେଇ ଦୁଇ ଗାଁର ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।
ଖବର ପାଇ ପୋଲିସ ସେଠାରେ ପହଞ୍ଚି ଉଭୟ ଗାଁର ଲୋକଙ୍କୁ ବୁଝାସୁଝା ପରେ ମାମଲା ଶାନ୍ତ ପଡ଼ିଥିଲା। ଆଉ ସୋମବାର ଚିକିଟି ତହସିଲଦାର ବିଶ୍ବରଂଜନ କହଁର, ବିଡିଓ ଲକ୍ଷ୍ମଣ ଚରଣ ସୋରେନ୍ ଓ ଗୋଳନ୍ଥରା ଥାନା ଅଧିକାରୀଙ୍କ ସମେତ ଏକ ଫ୍ଲାଟୁନ୍ ଫୋର୍ସ ମୁହାଣ ଖୋଳା ଯାଇଥିବା ଜାଗାକୁ ଯାଇଥିଲେ। ସେଠାରେ ପ୍ରଶାସନିକ ଅଧିକାରୀମାନେ କୁତୁରୁ ଗାଁର ଲୋକଙ୍କ ସହିତ ଆଲୋଚନା କରୁଥିଲେ। ମୁହାଣ ଖୋଳାକୁ ନେଇ ବିବାଦ ଉପୁଜିଥିବାରୁ ଉଭୟ ଗାଁର ୧୦ଜଣ ଲେଖାଏଁ ପ୍ରତିନିଧି ଆସି ଆଲୋଚନା କରିବାକୁ ପ୍ରଶାସନ ତରଫରୁ ପ୍ରସ୍ତାବ ଦିଆଯାଇଥିଲା।
ହେଲେ ଏହି ସମୟରେ ହଠାତ୍ ରାମେୟାପାଟଣା ଗାଁର କିଛି ଲୋକେ ସେଠାରେ ପହଞ୍ଚି ପଥର ମାଡ଼ କରିବା ସହିତ କାଚ ବୋତଲ ଫିଙ୍ଗି ଥିଲେ। ଏପରିକି ଲାଠିରେ ମଧ୍ୟ ଆକ୍ରମଣ କରିଥିଲେ। ଏହା ଦେଖି ପୁଲିସ ପ୍ରଶାସନିକ ଅଧିକାରୀଙ୍କୁ ସୁରକ୍ଷା ବଳୟକୁ ନେଇ ଲାଠି ଚାଳନା କରିଥିଲା। ଏହାପରେ ଆକ୍ରମଣକାରୀ ଛତ୍ରଭଙ୍ଗ ଦେଇଥିଲେ। କିଛି ସମୟ ପରେ ପୁଣିଥରେ ଆଉ ଏକ ଗୋଷ୍ଠୀ ମାରଣାସ୍ତ୍ର ଧରି ସେଠାକୁ ଆସି କୁତୁରୁ ଗାଁର ଲୋକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଆହତ ହୋଇଥିଲେ ୭ ଜଣ।