ମୂକ, ବଧିରଙ୍କୁ ୪ ମାସ ହେଲା ମିଳୁନି ବର୍ଦ୍ଧିତ ଭତ୍ତା
ଛତ୍ରପୁର,୬।୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ଥିବା ମୂକ, ବଧିରଙ୍କୁ ୪ ମାସ ହେଲା ବର୍ଦ୍ଧିତ ଭତା ମିଳୁନି ଏନେଇ ଗଞ୍ଜାମ ଜିଲା ମୂକ, ବଧିର ଆସୋସିଏସନ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି ଏଥିସହ ଗତ ୪ ମାସର ବର୍ଦ୍ଧିତ ଭତ୍ତା ପ୍ରଦାନ ସହ ଏହା କାର୍ଯ୍ୟକାରୀ କରିବାକୁ ଗଞ୍ଜାମ ଜିଲା ମୂକ, ବଧିର ଆସୋସିଏସନର ସାଧାରଣ ସମ୍ପାଦକ ପ୍ରଭାକର ସାହୁ ଗଞ୍ଜାମ ଜିଲାପାଳଙ୍କୁ ଚିଠି ଦ୍ବାରା ଅନୁରୋଧ କରିଥିବା ସେ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, […] The post ମୂକ, ବଧିରଙ୍କୁ ୪ ମାସ ହେଲା ମିଳୁନି ବର୍ଦ୍ଧିତ ଭତ୍ତା appeared first on Dharitri Odia News.
ଛତ୍ରପୁର,୬।୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ଥିବା ମୂକ, ବଧିରଙ୍କୁ ୪ ମାସ ହେଲା ବର୍ଦ୍ଧିତ ଭତା ମିଳୁନି ଏନେଇ ଗଞ୍ଜାମ ଜିଲା ମୂକ, ବଧିର ଆସୋସିଏସନ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି ଏଥିସହ ଗତ ୪ ମାସର ବର୍ଦ୍ଧିତ ଭତ୍ତା ପ୍ରଦାନ ସହ ଏହା କାର୍ଯ୍ୟକାରୀ କରିବାକୁ ଗଞ୍ଜାମ ଜିଲା ମୂକ, ବଧିର ଆସୋସିଏସନର ସାଧାରଣ ସମ୍ପାଦକ ପ୍ରଭାକର ସାହୁ ଗଞ୍ଜାମ ଜିଲାପାଳଙ୍କୁ ଚିଠି ଦ୍ବାରା ଅନୁରୋଧ କରିଥିବା ସେ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ତାଙ୍କ ଅଧୀନରେ ଥିବା ୩୦ ଜଣ ୧୦୦ ପ୍ରତିଶତ ମୂକ ଓ ବଧିର ଅଛନ୍ତି। ପ୍ରତି ମାସରେ ମଧୁବାବୁ ପେନସନ ଯୋଜନାରେ ୧୨୦୦ ଟଙ୍କା ଭତ୍ତା ମିଳୁଥିଲା ପରେ ରାଜ୍ୟ ସରକାର ଏହାକୁ ବର୍ଦ୍ଧିତ କରି ୩୫୦୦ ଟଙ୍କା କରିଥଲେ। ମାତ୍ର ଜାନୁଆରୀରୁ ଏପ୍ରିଲ ପର୍ଯ୍ୟନ୍ତ ୪ ମାସ ହେଲା ଏହି ବର୍ଦ୍ଧିତ ଭତ୍ତା ତାଙ୍କୁ ମଧ୍ୟ ମିଳିନି। ସେହିପରି ହିଞ୍ଜିିକାଟୁ ପାଟଣାସାହିର ବିକାଶ କୁମାରୀ ସାହୁଙ୍କ ପୁଅ ସନ୍ତୋଷ ସାହୁ ସମ୍ପୂର୍ଣ୍ଣ ରୂପେ ମୂକ ଓ ବଧିର ଜାନୁଆରୀରୁ ଏପର୍ଯ୍ୟନ୍ତ ବର୍ଦ୍ଧିତ ଭତ୍ତା ନ ଦେଇ ମାସିକ ୧୨୦୦ ଟଙ୍କା ଭତ୍ତା ଦେଉଛନ୍ତି। ବର୍ଦ୍ଧିତ ଭତ୍ତା ଦେବାକୁ ସେ ମଧ୍ୟ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି।
The post ମୂକ, ବଧିରଙ୍କୁ ୪ ମାସ ହେଲା ମିଳୁନି ବର୍ଦ୍ଧିତ ଭତ୍ତା appeared first on Dharitri Odia News.