ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ହାଶିମ ସୈଫୁଦ୍ଦିନ ହେଜବୁଲ୍ଲାର ନୂଆ ମୁଖିଆ

ବେରୁଟରେ ଇସ୍ରାଏଲ୍ ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକ ସମୟରେ ହାସନ ନାସ୍ରଲ୍ଲାଙ୍କ ସହ ହାଶିମ ଉପସ୍ଥିତ ଥିଲେ। କିନ୍ତୁ ସୌଭାଗ୍ୟବଶତ ସେ ବଞ୍ଚି ଯାଇଥିଲେ।

ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ହାଶିମ ସୈଫୁଦ୍ଦିନ ହେଜବୁଲ୍ଲାର ନୂଆ ମୁଖିଆ

ଇରାନ ସମର୍ଥିତ ବିଦ୍ରୋହୀ ସଂଗଠନର ନୂଆ ମୁଖିଆ ହୋଇଛନ୍ତି ହାଶିମ ସୈଫୁଦ୍ଦିନ। ହାସନ ନାସ୍ରାଲ୍ଲାଙ୍କ ହତ୍ୟା ପରେ ହେଜବୁଲ୍ଲା ପକ୍ଷରୁ ନୂଆ ମୁଖ୍ୟ ନାଁ ଘୋଷଣା କରାଯାଇଛି। ନସ୍ରଲ୍ଲାଙ୍କ ସ୍ଥାନରେ ହାଶିମ ସଂଗଠନର ଦାୟିତ୍ୱ ସମ୍ଭାଳିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଇସ୍ରାଏଲ ଶୁକ୍ରବାର କରିଥିବା ଏୟାର ଷ୍ଟ୍ରାଇକରେ ନସ୍ରଲ୍ଲା ସହ ହାଶିମଙ୍କର ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ହେଜବୁଲ୍ଲା ଏହି ଖବରକୁ ଖଣ୍ଡନ କରିଥିଲା। ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ହାଶିମ ଏବେ ସଂଗଠନର ଦାୟିତ୍ୱ ନେଇଛନ୍ତି। ଏଥିସହ ନସ୍ରଲ୍ଲାଙ୍କ ମୃତ୍ୟୁର ବଦଲା ନେବାକୁ ପଣ କରିଛନ୍ତି। 

ନସ୍ରଲ୍ଲାଙ୍କ ଅତି ଘନିଷ୍ଠ ଭାବେ ହାଶିମ କାମ କରୁଥିଲେ। ସେ ହେଜବୁଲ୍ଲା ପ୍ରତିଷ୍ଠା ହେବା ପରେ ନିଜ ସମ୍ପର୍କୀୟ ଭାଇ ସହ ମିଶି ସଂଗଠନରେ ସାମିଲ ହୋଇଥିଲେ। ଦକ୍ଷିଣ ଲେବାନନର ଡାୟର କାନନ ଅଲ-ନହରରେ ଜନ୍ମ ଗ୍ରହଣ କରିଥିବାର ହାଶିମ ୧୯୯୦ ମସିହାରୁ ନସ୍ରଲ୍ଲାଙ୍କ ଉତ୍ତରାଧିକାରୀ ଭାବେ କାର୍ଯ୍ୟ କରିବେ ବୋଲି ଦାୟିତ୍ୱ ପାଇ ସାରିଥିଲେ। ଇରାନରେ ପାଠ ପଢ଼ୁଥିବା ବେଳେ ତାଙ୍କୁ ହଠାତ୍‌ ୧୯୯୦ରେ ବେରୁଟକୁ ଡକା ଯାଇଥିଲା। ସେବେଠାରୁ ସେ ନସ୍ରଲ୍ଲାଙ୍କ ସହ କାମ କରି ଆସୁଥିଲେ।

ହାଶିମ ସୈଫୁଦ୍ଦିନଙ୍କୁ ୨୦୧୭ରେ ଆମେରିକା ଆତଙ୍କବାଦୀ ଭାବେ ଘୋଷଣା କରିଥିଲା। ତଥାପି ସେ ହେଜବୁଲ୍ଲାର ରାଜନୀତିକ ବ୍ୟାପର କଥା ବୁଝିଥିଲେ। ସେ ସଂଗଠନ ତିଆରି କରିଥିବା ଜିହାଦ ପରିଷଦର ସଦସ୍ୟ।

ଇରାନ ଶାସକଙ୍କ ସହ ତାଙ୍କର ସମ୍ପର୍କ ରହିଛି। ଆମେରିକା ଆକ୍ରମଣରେ ନିହତ ହୋଇଥିବା ଆଇଆରଜିସିର ପୂର୍ବତନ କମାଣ୍ଡର ଜେନେରାଲ କାସୀମ ସୁଲେମାନୀଙ୍କ ଝିଅଙ୍କୁ ହାଶିମଙ୍କପ ପୁଅ ବିବାହ କରିଛନ୍ତି।

ବେରୁଟରେ ଇସ୍ରାଏଲ୍ ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକ ସମୟରେ ହାସନ ନାସ୍ରଲ୍ଲାଙ୍କ ସହ ହାଶିମ ଉପସ୍ଥିତ ଥିଲେ। କିନ୍ତୁ ସୌଭାଗ୍ୟବଶତ ସେ ବଞ୍ଚି ଯାଇଥିଲେ।

ହେଜବୁଲ୍ଲାର କାର୍ଯ୍ୟନିର୍ବାହୀ ପରିଷଦର ସଦ୍ୟ ଭାବେ ସେ ସଂଗଠନର ରାଜନୀତିକ ବ୍ୟାପାର କଥା ବୁଝୁଥିଲେ। ଜଣେ ଜିହାଦ ପରିଷଦର ସଦସ୍ୟ ଭାବେ ସେ ହେଜବୁଲ୍ଲାର ମିଲିଟାରୀ ଅପରେସନର ତଦାରଖ କରୁଥିଲେ।

୩୦ ବର୍ଷ ହେଲାଣି ହେଜବୁଲ୍ଲାର ଶିକ୍ଷା ଓ ଆର୍ଥିକ ବ୍ୟବସ୍ଥାର ପରିଚାଳନା କରୁଥିଲେ। ନସ୍ରଲ୍ଲା କେବଳ ସଂଗଠର ରଣନୀତିକ ସହ ଜଡ଼ିତ କାର୍ଯ୍ୟକ୍ରମକୁ ବୁଝାସୁଝା କରୁଥିଲେ।