ମୃତ୍ୟୁସଂଖ୍ୟା ବଢ଼ୁଛି, ତଦନ୍ତ ଚାଲିଛି: କେମିତି ଘଟିଲା ହାଥରସ୍ ଦଳାଚକଟା?

କନକ ବ୍ୟୁରୋ: ଅଘଟଣ ପରେ ଏବେ କାରଣ ଖୋଜା। ଏହାସହ ଚାଲିଛି ବୟାନବାଜି। ହାଥରସ୍ ଦଳାଚକଟାକୁ ନେଇ ସିବିଆଇ ତଦନ୍ତ ପାଇଁ ଦାବି ତେଜିଛି। ଅନ୍ୟପଟେ ଭୋଲେବାବାଙ୍କ ଆଶ୍ରମରେ ପହଂଚି ତଦନ୍ତ ଆରମ୍ଭ କରିଛି ପୋଲିସ୍। ଅନୁମତି ନିଆଯାଇଥିବା କ୍ଷମତା ଠାରୁ ବହୁତ ଅଧିକ ଲୋକଙ୍କ ଭିଡ଼ ହେବା ଯୋଗୁଁ ଏପରି ଦଳାଚକଟା ଘଟିଥିବା କୁହାଯାଉଛି। ହାଥରସ୍ ଦଳାଚକଟାକୁ ନେଇ ସାରା ଦେଶରେ ହଇଚଇ ଖେଳିଯାଇଥିବା ବେଳେ ଏବେ ଏହାର କାରଣ ଖୋଜାଚାଲିଛି। କିପରି ଏତେବଡ଼ ଅଘଟଣ […] The post ମୃତ୍ୟୁସଂଖ୍ୟା ବଢ଼ୁଛି, ତଦନ୍ତ ଚାଲିଛି: କେମିତି ଘଟିଲା ହାଥରସ୍ ଦଳାଚକଟା? first appeared on Kanak News.

ମୃତ୍ୟୁସଂଖ୍ୟା ବଢ଼ୁଛି, ତଦନ୍ତ ଚାଲିଛି: କେମିତି ଘଟିଲା ହାଥରସ୍ ଦଳାଚକଟା?

କନକ ବ୍ୟୁରୋ: ଅଘଟଣ ପରେ ଏବେ କାରଣ ଖୋଜା। ଏହାସହ ଚାଲିଛି ବୟାନବାଜି। ହାଥରସ୍ ଦଳାଚକଟାକୁ ନେଇ ସିବିଆଇ ତଦନ୍ତ ପାଇଁ ଦାବି ତେଜିଛି। ଅନ୍ୟପଟେ ଭୋଲେବାବାଙ୍କ ଆଶ୍ରମରେ ପହଂଚି ତଦନ୍ତ ଆରମ୍ଭ କରିଛି ପୋଲିସ୍। ଅନୁମତି ନିଆଯାଇଥିବା କ୍ଷମତା ଠାରୁ ବହୁତ ଅଧିକ ଲୋକଙ୍କ ଭିଡ଼ ହେବା ଯୋଗୁଁ ଏପରି ଦଳାଚକଟା ଘଟିଥିବା କୁହାଯାଉଛି।

ହାଥରସ୍ ଦଳାଚକଟାକୁ ନେଇ ସାରା ଦେଶରେ ହଇଚଇ ଖେଳିଯାଇଥିବା ବେଳେ ଏବେ ଏହାର କାରଣ ଖୋଜାଚାଲିଛି। କିପରି ଏତେବଡ଼ ଅଘଟଣ ଘଟିଲା, କାହିଁକି ଏହାକୁ ରୋକାଯାଇ ପାରିଲାନି, ଏଥିପାଇଁ କିଏ ଦାୟୀ? ଏବେ ଏପରି ସବୁ ପ୍ରଶ୍ନର ଉତର ଖୋଜାଚାଲିଛି।

ହାଥରସ୍ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଯାଏଁ ୧୨୧ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବାର ଆଶଙ୍କା ରହିଛି। ସେପଟେ ଦଳାଚକଟାର ପ୍ରକୃତ କାରଣ ନେଇ ତଦନ୍ତ ଜୋରଦାର ହୋଇଛି। ଦଳା ଚକଟା ଘଟଣାରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଓ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁଯାୟୀ ଧାରା ୧୦୫, ୧୧୦, ୧୨୬,୨୨୩ ଓ ୨୩୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀଆଦିତ୍ୟନାଥ ହାଥରସ୍ ଯାଇ ସ୍ଥିତି ସମୀକ୍ଷା କରିବା ସହ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି। ଏହାସହ ଘଟଣାର ମୂଳ ଯାଏଁ ତାଙ୍କ ସରକାର ଯିବ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଲୋକସଭାରେ ଭାଷଣ ଦେବା ବେଳେ ହାଥରସ୍ ଦଳାଚକଟା କଥା ମଧ୍ୟ ଜଣାଇ ଦୁଃଖପ୍ରକାଶ କରିଥଲେ। ଯୋଗୀ ସରକାର ସବୁ ପ୍ରକାର ପଦକ୍ଷେପ ନେଉଥିବା ମୋଦୀ କହିଥିଲେ।

୮୦ ହଜାର ଲୋକଙ୍କ ପାଇଁ ଥିଲା ଅନୁମତି
ଏକାଠି ହୋଇଥିଲେ ୨ ଲକ୍ଷରୁ ଅଧିକ
ଭୋଲେବାବାଙ୍କ ସତସଙ୍ଗ ସ୍ଥଳରେ ୮୦ ହଜାର ଲୋକ ରହିବାକୁ ଅନୁମତି ମିଳିଥିଲା। ହେଲେ ସତସଙ୍ଗରେ ୨ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିବା ଏଫଆଇଆରରେ ଉଲ୍ଲେଖ ହୋଇଛି। ପ୍ରବଚନ ଶୁଣିବାକୁ ଅସମ୍ଭାଳ ଭିଡ଼ ହୋଇଥିଲା । ଭୋଲେ ବାବା ପ୍ରବଚନ ଦେଇ କାର୍ୟ୍ୟକ୍ରମସ୍ଥଳ ଛାଡିବା ପରେ ଶ୍ରଦ୍ଧାଳୁଙ୍କୁ ଛାଡିଥିଲେ ଆୟୋଜକ କମିଟି। ଭୋଲେବାବାଙ୍କ ଗାଡ଼ି ପଛପଟେ ଦୌଡ଼ିଥିଲେ ଶ୍ରଦ୍ଧାଳୁ। ରାସ୍ତା ବି ସଂକୀର୍ଣ୍ଣ ଥିଲା। ଏହାସହ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅତିଷ୍ଠ ହୋଇପଡିଥିଲେ ଶ୍ରଦ୍ଧାଳୁ। ଏହିବସୁ କାରଣରୁ ଦଳାଚକଟା ସୃଷ୍ଟି ହୋଇଥଲା, ଆଉ ଶହେରୁ ଅଧିକ ଜୀବନ ଚାଲିଗଲା। ସତସଙ୍ଗ ସ୍ଥଳରେ ପର୍ୟ୍ୟାପ୍ତ ପରିମାଣର ସୁରକ୍ଷାକର୍ମୀ ନଥିବା ମଧ୍ୟ ଅଭିଯୋଗ ହୋଇଛି।

ସେପଟେ ୟୁପି ସରକାର ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହାସହ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ମିଳିବ।

The post ମୃତ୍ୟୁସଂଖ୍ୟା ବଢ଼ୁଛି, ତଦନ୍ତ ଚାଲିଛି: କେମିତି ଘଟିଲା ହାଥରସ୍ ଦଳାଚକଟା? first appeared on Kanak News.