ମେ ଫେୟାର ହୋଟେଲରୁ ବାହାରି ବାରବାଟୀରେ ପହଞ୍ଚିଲେ ଉଭୟ ଟିମ୍, ରାସ୍ତାର ଦୁଇ ପାର୍ଶ୍ବରେ ଫ୍ୟାନଙ୍କ ଭିଡ

ଭୁବନେଶ୍ୱର : ବାରବାଟୀରେ ପହଞ୍ଚିଲେ ଉଭୟ ଟିମ୍ । ଭୁବନେଶ୍ବର ମେ ଫେୟାର ହୋଟେଲରୁ ବାହାରି ଦୁଇଟି ଟିମ୍ ଷ୍ଟାଡିୟମରେ ପହଞ୍ଚିଛନ୍ତି । ପ୍ରଥମେ ହୋଟେଲରୁ ବାହାରି ବାରବାଟୀ ଅଭିମୁଖେ ବାହାରିଥିଲେ ଇଂଲଣ୍ଡର ଖେଳାଳି । ପରେ ପରେ ବାହାରିଲେ ଟିମ୍ ଇଣ୍ଡିଆର ଖେଳାଳି । ଦୁଇ ଦଳର ଖେଳାଳିଙ୍କୁ ଦେଖିବାକୁ ଭୁବନେଶ୍ବରରୁ କଟକ ମଧ୍ୟରେ ଥିବା ରାସ୍ତା କଡରେ କ୍ରିକେଟ୍ ପ୍ରେମୀଙ୍କ ଭିଡ ଜମାଇଛନ୍ତି । ଟିମ୍ ଇଣ୍ଡିଆର ଖେଳାଳିଙ୍କ ଝଲକ ପାଇବା ପାଇଁ ଲାଗିଛି […] The post ମେ ଫେୟାର ହୋଟେଲରୁ ବାହାରି ବାରବାଟୀରେ ପହଞ୍ଚିଲେ ଉଭୟ ଟିମ୍, ରାସ୍ତାର ଦୁଇ ପାର୍ଶ୍ବରେ ଫ୍ୟାନଙ୍କ ଭିଡ appeared first on KNews Odisha.

ମେ ଫେୟାର ହୋଟେଲରୁ ବାହାରି ବାରବାଟୀରେ ପହଞ୍ଚିଲେ ଉଭୟ ଟିମ୍, ରାସ୍ତାର ଦୁଇ ପାର୍ଶ୍ବରେ ଫ୍ୟାନଙ୍କ ଭିଡ
india 3

ଭୁବନେଶ୍ୱର : ବାରବାଟୀରେ ପହଞ୍ଚିଲେ ଉଭୟ ଟିମ୍ । ଭୁବନେଶ୍ବର ମେ ଫେୟାର ହୋଟେଲରୁ ବାହାରି ଦୁଇଟି ଟିମ୍ ଷ୍ଟାଡିୟମରେ ପହଞ୍ଚିଛନ୍ତି । ପ୍ରଥମେ ହୋଟେଲରୁ ବାହାରି ବାରବାଟୀ ଅଭିମୁଖେ ବାହାରିଥିଲେ ଇଂଲଣ୍ଡର ଖେଳାଳି । ପରେ ପରେ ବାହାରିଲେ ଟିମ୍ ଇଣ୍ଡିଆର ଖେଳାଳି । ଦୁଇ ଦଳର ଖେଳାଳିଙ୍କୁ ଦେଖିବାକୁ ଭୁବନେଶ୍ବରରୁ କଟକ ମଧ୍ୟରେ ଥିବା ରାସ୍ତା କଡରେ କ୍ରିକେଟ୍ ପ୍ରେମୀଙ୍କ ଭିଡ ଜମାଇଛନ୍ତି । ଟିମ୍ ଇଣ୍ଡିଆର ଖେଳାଳିଙ୍କ ଝଲକ ପାଇବା ପାଇଁ ଲାଗିଛି ଭିଡ ।

ଅନ୍ୟପଟେ ଆଜି ସୁପର୍ ସଣ୍ଡେରେ ହେବ ସୁପରସୋ ମୁକାବିଲା । ଛକା, ଚୌକା ବର୍ଷା ଭିତରେ ହାଇସ୍କୋରିଂ ମ୍ୟାଚ୍ ଆଶା ରହିଛି ।  ଆଜି ମ୍ୟାଚ ଜିତି ଭାରତ ୱାନଡେ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି । ଦିନ ସାଢେ ଗୋଟାଏରେ ଖେଳାଯିବ ମ୍ୟାଚ୍ । ପୂର୍ବରୁ ଏଠାରେ ଭାରତୀୟ ଦଳ ମୋଟ ଉପରେ ୧୭ ଏକଦିବସୀୟ ମ୍ୟାଚ୍ ଖେଳିଥିଲା ବେଳେ ୧୩ଟି ମ୍ୟାଚ୍ ଜିତିଛି ।  ମାତ୍ର ୪ଟି ହାରିଛି । ୨୦୧୯ ମସିହାରେ ଭାରତ ଶେଷ ଥର ପାଇଁ ଏଠାରେ ୱେଷ୍ଟଇଣ୍ଡିଜ୍‌କୁ ଭେଟିଥିଲା । ଏଥର ମଧ୍ୟ ଭାରତ ସେହି ସଫଳତା ଦୋହରାଇ ଇଂଲଣ୍ଡ ବିପକ୍ଷରେ ବାରବାଟୀରେ ହିଁ ଶୃଙ୍ଖଳା ବିଜୟର ସଫଳତା ଛୁଇଁବ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।

ଆହୁରି ପଢ଼ନ୍ତୁ : ବାରବାଟୀରେ ଡୁପ୍ଲିକେଟ୍‌ କୋହଲିଙ୍କୁ ଦେଖିବାକୁ ପାଇଁ ପ୍ରବଳ ଭିଡ଼, ଦେଖିଲେ ଆଖି ଖାଇଯିବ ଧୋକା

 

The post ମେ ଫେୟାର ହୋଟେଲରୁ ବାହାରି ବାରବାଟୀରେ ପହଞ୍ଚିଲେ ଉଭୟ ଟିମ୍, ରାସ୍ତାର ଦୁଇ ପାର୍ଶ୍ବରେ ଫ୍ୟାନଙ୍କ ଭିଡ appeared first on KNews Odisha.